୧୩ରୁ ଜିଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ‘କୋଶମ୍ବ’

ବାଲେଶ୍ୱର ଅଫିସ, ୭।୧: ବାଲେଶ୍ୱର ଜିଲା ପ୍ରଶାସନ ଓ ଓରମାସ୍‌ ପକ୍ଷରୁ ଚଳିତମାସ ୧୩ତରିଖରୁ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ତଥା କୋଶମ୍ବ-୨୦୨୩ ସହରସ୍ଥିତ ସରକାରୀ ଆଇଟିଆଇ ପଡିଆରେ ଆୟୋଜିତ ହେବ। ଏନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଶୁକ୍ରବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୨୫୦ଟି ଅସ୍ଥାୟୀ ଷ୍ଟଲ ଖୋଲାଯିବ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ମୋଟ ୩୦୦ଟି ଏସ୍‌ଏଚ୍‌ଜିର ୬୦୦ ମହିଳା ସେମାନଙ୍କର ଦ୍ରବ୍ୟ ବିକ୍ରି କରିବାକୁ ସୁଯୋଗ ପାଇବେ। ଏଥିସହିତ ପ୍ରତ୍ୟେକ ସନ୍ଧ୍ୟାରେ ଜିଲା ତଥା ଓଡିଶାର ଅନ୍ୟାନ୍ୟ ଜିଲା ଗଞ୍ଜାମର ଯୋଡି ଶଙ୍ଖ ଓ ପାଇକ ଆଖଡା, ଭଦ୍ରକର ମୋଗଲ ତାମସା, କଟକର ଘୋଡ଼ାନାଚ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉନାଚ, ଯାଜପୁରର ଲଉଡି ଓ ବୌଦ୍ଧର ଆଦିବାସୀ ନୃତ୍ୟ କଳାକାରମାନଙ୍କ ଦ୍ୱାରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଓଡିଆ ଓ ହିନ୍ଦୀ ସଙ୍ଗୀତ ତଥା ସିନେମା ଜଗତର ନାମୀ କଳାକାରମାନଙ୍କ ଦ୍ୱାରା ପ୍ରିନ୍ସଡ୍ୟାନ୍ସ ଗ୍ରୁପ, ସମ୍ବଲପୁରୀ ନାଚ, ଓଡିଶୀ ନାଚ, ଦୀପ୍ତିରେଖା ପାଢୀ, ଆଶୁତୋଷ ମହାନ୍ତି, ହୁମାନ ସାଗର, ଶଶାଙ୍କ ଶେଖର, ହେମନ୍ତ ବ୍ରିଜବାସୀ ଓ ଜାଭେଦ ଅଲି ଏହି କାର୍ଯ୍ୟକ୍ରମରେ ନିଜର କଳା ପ୍ରଦର୍ଶନ କରିବେ । ହକି ବିଶ୍ୱକପର ସିଧା ପ୍ରସାରଣର କରିବାର ମଧ୍ୟ ଆୟୋଜନ କରାଯାଇଛି। ପ୍ରତ୍ୟହ ପୂର୍ବାହ୍ନରେ ବିଭିନ୍ନ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜନ କରାଯାଇଛି ।
ଏହି ଅବସରରେ ରାଜ୍ୟ ସରକାରଙ୍କର କୃଷି ବିଭାଗ ତରଫରୁ କୃଷିମେଳାର ଆୟୋଜନ କରାଯାଇଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଜିଲା ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri