ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ, ଭକ୍ତ ହଇରାଣ

ପୁରୀ ଅଫିସ, ୭ା୧: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ସେହିପରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଶ୍ରୀମନ୍ଦିରର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପଟ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବାବେଳେ ଏବେ ସିଂହଦ୍ୱାର ପାର୍ଶ୍ୱ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶୁକ୍ରବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ଏହି ରାସ୍ତାରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏପରିକି ଉକ୍ତ ରାସ୍ତାର ଉଭୟ ପାଶର୍‌ବରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। କାମ ସରିବା ପର୍ଯ୍ୟନ୍ତ ଏଭଳି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କୌଣସି ଆଗୁଆ ସୂଚନା କିମ୍ବା ନୋଟିସ ବିନା ହଠାତ୍‌ ରାସ୍ତା ବନ୍ଦ କରିଦିଆଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଭକ୍ତ ମଧ୍ୟ ଅସୁବିଧାର ସFମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।
ଅନୁଯାୟୀ, ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା ଦେଇ ଅଧିକାଂଶ ଲୋକ ମନ୍ଦିର ଓ ବେଳାଭୂମିକୁ ଯାଇଥାନ୍ତି। ସେହିପରି ଶ୍ରୀମନ୍ଦିର ସମ୍ମୁଖ ଉକ୍ତ ରାସ୍ତାରେ ଠିଆ ହୋଇ ପତିତପାବନଙ୍କୁ ଦର୍ଶନ କରିଥାଆନ୍ତି। ରାସ୍ତା ବନ୍ଦ ରହିବା କାରଣରୁ ଅନେକ ଭକ୍ତ ଯାତାୟାତରେ ସମସ୍ୟା ଭୋଗୁଥିବାବେଳେ କେତେଜଣ ଲୋକ ଅନ୍ୟ ରାସ୍ତାରେ ବୁଲି ବୁଲି ସିଂହଦ୍ୱାର ଯାଇ ପତିତପାବନଙ୍କ ଦର୍ଶନ କରିଥିଲେ। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରିକା ମହାନ୍ତି କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହୁ, ମାତ୍ର ପ୍ରଶାସନ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ। ପ୍ରଶାସନ କାୈଣସି ଆଗୁଆ ସୂଚନା ନ ଦେଇ ରାଜନଅର ନିକଟରୁ ରାଧାବଲ୍ଲଭ ମଠ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରି ରାସ୍ତା ବନ୍ଦ କରିଛନ୍ତି। ଫଳରେ ଯାତାୟାତରେ ସମସ୍ୟା ହେଉଛି। ବ୍ୟାରିକେଡ କରାଯାଇଥିବା ଅଞ୍ଚଳରେ ବ୍ୟାଙ୍କ ଓ ଥାନା ରହିଛି। ଲୋକେ ଥାନା ଓ ବ୍ୟାଙ୍କକୁ କିପରି ଯିବେ ବୋଲି ସେ ପ୍ରଶ୍ନ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମସ୍ୟାକୁ ଦୃଷ୍ଟିରେ ରଖି ସାହିବାସିନ୍ଦାଙ୍କ ଯାତାୟାତ ଓ ଦର୍ଶନ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଉଚିତ ବୋଲି ଚନ୍ଦ୍ରିକାଙ୍କ ସମେତ ଅନେକ ବ୍ୟକ୍ତି ମତ ଦେଇଛନ୍ତି। ସେହିପରି ବାହାରୁ ଆସୁଥିବା ଭକ୍ତମାନେ ମଧ୍ୟ ରାସ୍ତା ଜାଣି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ବିକଳ୍ପ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।
ବନ୍ଦ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପରିକ୍ରମା ମାର୍ଗ ପାଇଁ ଶ୍ରୀମନ୍ଦିର ତିନିପାର୍ଶ୍ୱରେ କାର୍ଯ୍ୟ ଚାଲିଥିବାବେଳେ ଶୁକ୍ରବାରଠାରୁ ପୂର୍ବ ପାର୍ଶ୍ୱ ଅର୍ଥାତ ସିଂହଦ୍ୱାର ପଟ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୁଣା ସ୍ବେରେଜ ଲାଇନକୁ କଢ଼ାଯାଇ ନୂତନ ସ୍ବେରେଜ କାର୍ଯ୍ୟ କରାଯିବ। ସମସ୍ତ ସ୍ବେରେଜ ଲାଇନ ରାଜନଅର ନିକଟରେ ସଂଯୋଗ କରାଯିବ। ସେହିଭଳି ପୁରୁଣା ପାଇପ୍‌ଲାଇନ ଓ ବିଦ୍ୟୁତ୍‌ ଲାଇନ କାମ ହେବ। ସେଗୁଡ଼ିକୁ ସୁରକ୍ଷିତ ଭାବେ କଢାଯିବ। ଏଥିପାଇଁ ସମସ୍ତ ବିଭାଗର ଟିମ୍‌ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି କାମ ଯୋଗୁ ଯେପରି ଭକ୍ତମାନଙ୍କର କୌଣସି ସମସ୍ୟା ନ ହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯିବା ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ରଥ ଯିବା ରାସ୍ତାରେ କାର୍ଯ୍ୟ କରାଯାଉନାହିଁ ବୋଲି ସାହୁ ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ନେଇ ଜିଲାପାଳ ସମର୍ଥ ବର୍ମା ଗୁରୁବାର ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକଶନ୍‌ କର୍ପୋରେଶନ ଲିମିଟେଡ୍‌ (ଓବିସିସି)ର ଜେନେରାଲ ମ୍ୟାନେଜ୍‌ର ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ପୂର୍ବପାର୍ଶ୍ୱର କାର୍ଯ୍ୟ ଆରମ୍ଭ ହୋଇଛି। ୫ଟି ଭୂତଳ ଲାଇନ ନିର୍ମାଣ କରାଯିବ। ଗୋଟିଏ ରାସ୍ତାରେ ପାଣି ଓ ୩ଟି ଲାଇନରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେବ। ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ କରାଯିବ। ଅତି କମ୍‌ରେ ୧୦ ଦିନ ଭିତରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜନ ସାଧାରଣ ତଥା ଭକ୍ତଙ୍କ ଯାତାୟାତରେ ସମସ୍ୟା ନ ହେବା ଲାଗି ପଦକ୍ଷେପ ନିଆଯାଇଛି। ଦୋଳବେଦି ବା ରାଜନଅରଠାରୁ ବାଗେଡ଼ିଆ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?