ସିଂହଦ୍ୱାର ସମ୍ମୁଖ ରାସ୍ତା ବନ୍ଦ, ଭକ୍ତ ହଇରାଣ

ପୁରୀ ଅଫିସ, ୭ା୧: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ସେହିପରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଶ୍ରୀମନ୍ଦିରର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପଟ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିବାବେଳେ ଏବେ ସିଂହଦ୍ୱାର ପାର୍ଶ୍ୱ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶୁକ୍ରବାରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯାଇଛି। ଏହି ରାସ୍ତାରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏପରିକି ଉକ୍ତ ରାସ୍ତାର ଉଭୟ ପାଶର୍‌ବରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। କାମ ସରିବା ପର୍ଯ୍ୟନ୍ତ ଏଭଳି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ କୌଣସି ଆଗୁଆ ସୂଚନା କିମ୍ବା ନୋଟିସ ବିନା ହଠାତ୍‌ ରାସ୍ତା ବନ୍ଦ କରିଦିଆଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଭକ୍ତ ମଧ୍ୟ ଅସୁବିଧାର ସFମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।
ଅନୁଯାୟୀ, ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା ଦେଇ ଅଧିକାଂଶ ଲୋକ ମନ୍ଦିର ଓ ବେଳାଭୂମିକୁ ଯାଇଥାନ୍ତି। ସେହିପରି ଶ୍ରୀମନ୍ଦିର ସମ୍ମୁଖ ଉକ୍ତ ରାସ୍ତାରେ ଠିଆ ହୋଇ ପତିତପାବନଙ୍କୁ ଦର୍ଶନ କରିଥାଆନ୍ତି। ରାସ୍ତା ବନ୍ଦ ରହିବା କାରଣରୁ ଅନେକ ଭକ୍ତ ଯାତାୟାତରେ ସମସ୍ୟା ଭୋଗୁଥିବାବେଳେ କେତେଜଣ ଲୋକ ଅନ୍ୟ ରାସ୍ତାରେ ବୁଲି ବୁଲି ସିଂହଦ୍ୱାର ଯାଇ ପତିତପାବନଙ୍କ ଦର୍ଶନ କରିଥିଲେ। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରିକା ମହାନ୍ତି କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହୁ, ମାତ୍ର ପ୍ରଶାସନ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ। ପ୍ରଶାସନ କାୈଣସି ଆଗୁଆ ସୂଚନା ନ ଦେଇ ରାଜନଅର ନିକଟରୁ ରାଧାବଲ୍ଲଭ ମଠ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରି ରାସ୍ତା ବନ୍ଦ କରିଛନ୍ତି। ଫଳରେ ଯାତାୟାତରେ ସମସ୍ୟା ହେଉଛି। ବ୍ୟାରିକେଡ କରାଯାଇଥିବା ଅଞ୍ଚଳରେ ବ୍ୟାଙ୍କ ଓ ଥାନା ରହିଛି। ଲୋକେ ଥାନା ଓ ବ୍ୟାଙ୍କକୁ କିପରି ଯିବେ ବୋଲି ସେ ପ୍ରଶ୍ନ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମସ୍ୟାକୁ ଦୃଷ୍ଟିରେ ରଖି ସାହିବାସିନ୍ଦାଙ୍କ ଯାତାୟାତ ଓ ଦର୍ଶନ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଉଚିତ ବୋଲି ଚନ୍ଦ୍ରିକାଙ୍କ ସମେତ ଅନେକ ବ୍ୟକ୍ତି ମତ ଦେଇଛନ୍ତି। ସେହିପରି ବାହାରୁ ଆସୁଥିବା ଭକ୍ତମାନେ ମଧ୍ୟ ରାସ୍ତା ଜାଣି ନ ପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ବିକଳ୍ପ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।
ବନ୍ଦ ନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ପରିକ୍ରମା ମାର୍ଗ ପାଇଁ ଶ୍ରୀମନ୍ଦିର ତିନିପାର୍ଶ୍ୱରେ କାର୍ଯ୍ୟ ଚାଲିଥିବାବେଳେ ଶୁକ୍ରବାରଠାରୁ ପୂର୍ବ ପାର୍ଶ୍ୱ ଅର୍ଥାତ ସିଂହଦ୍ୱାର ପଟ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୁଣା ସ୍ବେରେଜ ଲାଇନକୁ କଢ଼ାଯାଇ ନୂତନ ସ୍ବେରେଜ କାର୍ଯ୍ୟ କରାଯିବ। ସମସ୍ତ ସ୍ବେରେଜ ଲାଇନ ରାଜନଅର ନିକଟରେ ସଂଯୋଗ କରାଯିବ। ସେହିଭଳି ପୁରୁଣା ପାଇପ୍‌ଲାଇନ ଓ ବିଦ୍ୟୁତ୍‌ ଲାଇନ କାମ ହେବ। ସେଗୁଡ଼ିକୁ ସୁରକ୍ଷିତ ଭାବେ କଢାଯିବ। ଏଥିପାଇଁ ସମସ୍ତ ବିଭାଗର ଟିମ୍‌ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏହି କାମ ଯୋଗୁ ଯେପରି ଭକ୍ତମାନଙ୍କର କୌଣସି ସମସ୍ୟା ନ ହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯିବା ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ରଥ ଯିବା ରାସ୍ତାରେ କାର୍ଯ୍ୟ କରାଯାଉନାହିଁ ବୋଲି ସାହୁ ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟରେ ସହଯୋଗ କରିବା ନେଇ ଜିଲାପାଳ ସମର୍ଥ ବର୍ମା ଗୁରୁବାର ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକଶନ୍‌ କର୍ପୋରେଶନ ଲିମିଟେଡ୍‌ (ଓବିସିସି)ର ଜେନେରାଲ ମ୍ୟାନେଜ୍‌ର ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ପୂର୍ବପାର୍ଶ୍ୱର କାର୍ଯ୍ୟ ଆରମ୍ଭ ହୋଇଛି। ୫ଟି ଭୂତଳ ଲାଇନ ନିର୍ମାଣ କରାଯିବ। ଗୋଟିଏ ରାସ୍ତାରେ ପାଣି ଓ ୩ଟି ଲାଇନରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହେବ। ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ କରାଯିବ। ଅତି କମ୍‌ରେ ୧୦ ଦିନ ଭିତରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜନ ସାଧାରଣ ତଥା ଭକ୍ତଙ୍କ ଯାତାୟାତରେ ସମସ୍ୟା ନ ହେବା ଲାଗି ପଦକ୍ଷେପ ନିଆଯାଇଛି। ଦୋଳବେଦି ବା ରାଜନଅରଠାରୁ ବାଗେଡ଼ିଆ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri