ବର୍ଷକରେ ୧,୩୬,୫୯୯ ମାମଲା ଫଇସଲା

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ୨୦୨୨ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ମଧ୍ୟରେ ମୋଟ ୧,୦୨,୨୪୭ ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ ମାମଲା ଫଇସଲା କରାଯାଇଛି। ଫଳରେ କେସ୍‌ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି। ବର୍ତ୍ତମାନ ବିଚାର ନ ହୋଇ ପଡ଼ିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି। ଚଳିତ ବର୍ଷ ୧୦ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨ରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ତୁଳନାରେ ଅଧିକ ବୋଲି ଓଡ଼ିଶା ଜିଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ୨୦୨୨ରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବାବେଳେ ଉଭୟ ଦେୱାନୀ ଓ ଫୌଜଦାରି ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ। ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିବାବେଳେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି। ୨୦୨୧ରେ ବିଚାରପତି ମୁଣ୍ଡ ପିଛା ଫଇସଲା ସଂଖ୍ୟା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚତ୍ଛି। ବଳାତ୍କାର ଓ ପୋକ୍ସୋ ମାମଲାଗୁଡ଼ିକର ଫାଷ୍ଟଟ୍ରାକ୍‌ ସମାଧାନ କରାଯାଉଛି। ୨୦୨୨ ଜାନୁୟାରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ବଳତ୍କାର ମାମଲା ରୁଜୁ କରାଯାଇଥିବାବେଳେ ୧୨୫ ମାମଲାର ସମାଧାନ କରାଯାଇଛି। ସେହିପରି ସେହିସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲା ଅଦାଲତଗୁଡ଼ିକରେ ଫଇସଲା ହୋଇଥିବା ବେଳେ ସେଥିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇପାରିଛି। ମୋଟାମୋଟି ଏହି ସମୟ ମଧ୍ୟରେ ପୋକ୍ସୋ ଏବଂ ବଳାତ୍କାର ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି, ସେଥିରୁ ୭୮୫ ମାମଲା ରୁଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇପାରିଛି।
ପୋକ୍ସୋ ଆଇନ ଅଧୀନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପ୍ରତିଷ୍ଠିତ ହୋଇଛି। ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ୍‌ ରିଜର୍ଭ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି। ସିଭିଲ୍‌ ଜଜ୍‌ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ଏହା ସମଗ୍ର ରାଜ୍ୟରେ ଅଦାଲତର ସମାନ୍ତରାଳ କେସ୍‌ ବଣ୍ଟନରେ ଏକ ବଡ଼ ପଦକ୍ଷେପ, ଯାହାକି ମାମଲାଗୁଡ଼ିକର ଉଚିତ ବଣ୍ଟନରେ ସାହାଯ୍ୟ କରିବ।
ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା (୧୯୪୮) ଦିନରୁ ରେକର୍ଡରୁମ୍‌ରେ ଥିବା ପୁରୁଣା ରେକର୍ଡର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ବହୁ ଆହ୍ବାନର ମୁକାବିଲା କରିବାକୁ ପଡ଼ୁଥିଲା। ରେକର୍ଡ ଡିଜିଟାଇଜଡ୍‌ କରାଯାଇ ସିଭିଲ୍‌ ଓ ଆପରାଧିକ ଏବଂ ବିଚାରାଧୀନ ରେକର୍ଡର ଡିଜିଟାଇଜେଶନ୍‌ କରାଯାଇଛି। ଦେଢ଼ ବର୍ଷ ପାଇଁ ଚାରୋଟି ଜିଲାର କୋର୍ଟ ଡିଜିଟାଇଜେଶନ୍‌ରୁ ଉତ୍ସାହଜନକ ଫଳାଫଳ ପାଇବା ପରେ ହାଇକୋର୍ଟ ଜିଲା କୋର୍ଟ ଡିଜିଟାଇଜେଶନ୍‌ କେନ୍ଦ୍ରକୁ ଡିଜିଟାଇଜେଶନ୍‌ ହବ୍‌ରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ରାଜ୍ୟରେ ଚାଲିଥିବା କାଗଜବିହୀନ ଅଦାଲତ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ। ୨୦୨୨ ଡିସେମ୍ବର ୨୬ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେଶନ୍‌ ହୋଇଛି। ୨୦୨୨ ଡିସେମ୍ବର ୨୩ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡ଼ି ରହିଥିବା ରେକର୍ଡର ଡିଜିଟାଇଜେଶନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri