ବର୍ଷକରେ ୧,୩୬,୫୯୯ ମାମଲା ଫଇସଲା

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ୨୦୨୨ ଜାନୁୟାରୀ ପହିଲାରୁ ଡିସେମ୍ବର ୨୩ ମଧ୍ୟରେ ମୋଟ ୧,୦୨,୨୪୭ ମାମଲା ରୁଜୁ କରାଯାଇଥିବା ବେଳେ ୧,୩୬,୫୯୯ ମାମଲା ଫଇସଲା କରାଯାଇଛି। ଫଳରେ କେସ୍‌ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି। ବର୍ତ୍ତମାନ ବିଚାର ନ ହୋଇ ପଡ଼ିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି। ଚଳିତ ବର୍ଷ ୧୦ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨ରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ତୁଳନାରେ ଅଧିକ ବୋଲି ଓଡ଼ିଶା ଜିଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ୨୦୨୨ରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବାବେଳେ ଉଭୟ ଦେୱାନୀ ଓ ଫୌଜଦାରି ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି। ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ। ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିବାବେଳେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି। ୨୦୨୧ରେ ବିଚାରପତି ମୁଣ୍ଡ ପିଛା ଫଇସଲା ସଂଖ୍ୟା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚତ୍ଛି। ବଳାତ୍କାର ଓ ପୋକ୍ସୋ ମାମଲାଗୁଡ଼ିକର ଫାଷ୍ଟଟ୍ରାକ୍‌ ସମାଧାନ କରାଯାଉଛି। ୨୦୨୨ ଜାନୁୟାରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ବଳତ୍କାର ମାମଲା ରୁଜୁ କରାଯାଇଥିବାବେଳେ ୧୨୫ ମାମଲାର ସମାଧାନ କରାଯାଇଛି। ସେହିପରି ସେହିସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲା ଅଦାଲତଗୁଡ଼ିକରେ ଫଇସଲା ହୋଇଥିବା ବେଳେ ସେଥିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇପାରିଛି। ମୋଟାମୋଟି ଏହି ସମୟ ମଧ୍ୟରେ ପୋକ୍ସୋ ଏବଂ ବଳାତ୍କାର ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି, ସେଥିରୁ ୭୮୫ ମାମଲା ରୁଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇପାରିଛି।
ପୋକ୍ସୋ ଆଇନ ଅଧୀନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ସେହିପରି ଭୁବନେଶ୍ୱରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପ୍ରତିଷ୍ଠିତ ହୋଇଛି। ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ୍‌ ରିଜର୍ଭ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି। ସିଭିଲ୍‌ ଜଜ୍‌ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ଏହା ସମଗ୍ର ରାଜ୍ୟରେ ଅଦାଲତର ସମାନ୍ତରାଳ କେସ୍‌ ବଣ୍ଟନରେ ଏକ ବଡ଼ ପଦକ୍ଷେପ, ଯାହାକି ମାମଲାଗୁଡ଼ିକର ଉଚିତ ବଣ୍ଟନରେ ସାହାଯ୍ୟ କରିବ।
ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା (୧୯୪୮) ଦିନରୁ ରେକର୍ଡରୁମ୍‌ରେ ଥିବା ପୁରୁଣା ରେକର୍ଡର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ବହୁ ଆହ୍ବାନର ମୁକାବିଲା କରିବାକୁ ପଡ଼ୁଥିଲା। ରେକର୍ଡ ଡିଜିଟାଇଜଡ୍‌ କରାଯାଇ ସିଭିଲ୍‌ ଓ ଆପରାଧିକ ଏବଂ ବିଚାରାଧୀନ ରେକର୍ଡର ଡିଜିଟାଇଜେଶନ୍‌ କରାଯାଇଛି। ଦେଢ଼ ବର୍ଷ ପାଇଁ ଚାରୋଟି ଜିଲାର କୋର୍ଟ ଡିଜିଟାଇଜେଶନ୍‌ରୁ ଉତ୍ସାହଜନକ ଫଳାଫଳ ପାଇବା ପରେ ହାଇକୋର୍ଟ ଜିଲା କୋର୍ଟ ଡିଜିଟାଇଜେଶନ୍‌ କେନ୍ଦ୍ରକୁ ଡିଜିଟାଇଜେଶନ୍‌ ହବ୍‌ରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ରାଜ୍ୟରେ ଚାଲିଥିବା କାଗଜବିହୀନ ଅଦାଲତ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ। ୨୦୨୨ ଡିସେମ୍ବର ୨୬ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେଶନ୍‌ ହୋଇଛି। ୨୦୨୨ ଡିସେମ୍ବର ୨୩ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡ଼ି ରହିଥିବା ରେକର୍ଡର ଡିଜିଟାଇଜେଶନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?