ଚିନ୍ତାରେ ପକାଉଛି ଭୋଟ ବିଭାଜନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକ ସଭା ଏବଂ ୧୪୬ ବିଧାନସଭା ଆସନର ଫଳାଫଳ ଆସିସାରିଛି। ଭାଜପା ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ୨୩ ବିଧାନସଭା ଓ ୮ ଲୋକ ସଭା ଆସନରେ ଭାଜପାକୁ ସଫଳତା ମିଳିଛି। ଅନ୍ୟପଟେ ଦୀର୍ଘଦିନ ଧରି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିବା କଂଗ୍ରେସ ୯ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇ ତୃତୀୟ ସ୍ଥାନକୁ ଖସିଛି। ଅପରପକ୍ଷରେ ବିଜେଡି ୧୧୨ ବିଧାନସଭା ଏବଂ ୧୨ ଲୋକ ସଭା ଆସନରେ ବିଜୟୀ ହୋଇଛି। ରାଜ୍ୟରେ ବିଜେଡି ପୂର୍ଣ୍ଣବହୁମତ ପାଇ ଗୁରୁବାର ସରକାର ଗଠନ କରିବ। ତେବେ ୨୦୧୪ ନିର୍ବାଚନରେ ଗୋଟିଏ ଲୋକ ସଭା ଆସନରେ ବିଜୟଲାଭ କରିଥିବା ଭାଜପା ଏଥର ୮ ଆସନରେ ବିଜୟୀ ହୋଇଥିବାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଥିବା କଥାକୁ ଅସ୍ବୀକାର କରି ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ଭାଜପା ବିଧାୟକମାନେ ପାଇଥିବା ଭୋଟ ପ୍ରତିଶତକୁ ଦେଖିଲେ ତୃଣମୂଳସ୍ତରରେ ମଧ୍ୟ ଶାସକ ଦଳକୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଲୋଚନା ଜୋର ଧରିଛି। ବିଜ଼େଡି ପୁନର୍ବାର ସରକାରକୁ ଫେରିଥିଲେ ମଧ୍ୟ ରାଜ୍ୟରେ ଭୋଟ ବିଭାଜନକୁ ରୋକିପାରି ନାହିଁ। ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର କରିଥିଲା। ସେତେବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପାକୁ ତୃତୀୟ ସ୍ଥାନ ମିଳିଥିଲା। ବିଜେଡି ୪୩.୪ପ୍ରତିଶତ, କଂଗ୍ରେସ ୨୫.୭ ଏବଂ ଭାଜପା ୧୮ପ୍ରତିଶତ ଭୋଟ ପାଇଥିଲା। ଏଥର କିନ୍ତୁ ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳିଯାଇଛି। ପୂର୍ବଥର ଭାଜପାର ମାତ୍ର ୧୦ ବିଧାୟକ ବିଧାନସଭା ଯାଇଥିବାବେଳେ ଏଥର ୨୩ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଶେଷକରି ଭାଜପାର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି। ପୂର୍ବଥର ୧୮ପ୍ରତିଶତ ଭୋଟ ପାଇଥିବାବେଳେ ଏଥର ବଢି ୩୨.୫ପ୍ରତିଶତ ହୋଇଛି। ସେହିପରି ବିଜେଡିର ପୂର୍ବଥର ଅପେକ୍ଷା ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇ ୪୪.୭ରେ ପହଞ୍ଚତ୍ଛି। ମାତ୍ର କଂଗ୍ରେସକୁ ବଡ଼ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ିଛି। ଏଥର ମାତ୍ର ୧୬.୧୨ପ୍ରତିଶତ ଭୋଟ କଂଗ୍ରେସକୁ ମିଳିଛି। ବିଧାନସଭା ନିର୍ବାଚନରେ ବିଜେଡିକୁ ମୋଟ ୧କୋଟି ୪ଲକ୍ଷ ୭୦ହଜାର ୯୪୧ ଖଣ୍ଡ ଭୋଟ ମିଳିଥିବା ବେଳେ, ଭାଜପାକୁ ୭୬ ଲକ୍ଷ ୯ହଜାର ୫୮୧ ଏବଂ କଂଗ୍ରେସକୁ ୩୭ଲକ୍ଷ ୭୫ହଜାର ୩୨୦ଖଣ୍ଡ ଭୋଟ ମିଳିଛି। ୧୪୬ ବିଧାନସଭା କ୍ଷେତ୍ର ମଧ୍ୟରୁ ଭାଜପା ୭୬ଟି ଆସନରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ସେହିପରି ୨୧ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଛି।
ଭୁବନେଶ୍ୱର ଓ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ଲକ୍ଷ୍ୟ କଲେ ଭିନ୍ନ ସନ୍ଦେଶ ଆସୁଛି। ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭାମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ଏଥିରୁ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା ବେଳେ ଗୋଟିଏ କଂଗ୍ରେସ ଖାତାକୁ ଚାଲିଯାଇଛି। ହେଲେ ଭାଜପା ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏଠାରୁ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସମାନଭାବେ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାମଣ୍ଡଳୀ ଯଥା, ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡ଼ା ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏଥିରୁ ଗୋଟିଏ ବି ଆସନ ଅନ୍ୟ ଦଳ ହାତକୁ ଯାଇନାହିଁ। ବିଜେପୁର ଆସନରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱ ସତ୍ତ୍ୱେ ବରଗଡ଼ ଲୋକ ସଭା ଆସନ ଭାଜପା ନିଜ ଅକ୍ତିଆରକୁ ନେଇପାରିଛି।
ସେହିପରି ବିଜେଡିର ବହୁ ବରିଷ୍ଠ ନେତା ଯେଉଁମାନେ ୨୦୧୪ ନିର୍ବାଚନରେ ପ୍ରାୟ ୭୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଇଥିଲେ ସେମାନେ ଏଥର ମାତ୍ର ୧୦ରୁ ୧୫ ହଜାର ଭୋଟରେ ଜିତିଛନ୍ତି। କେନ୍ଦ୍ରରେ ପୁନର୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହେବାକୁ ଯାଉଥିବାରୁ ଓଡ଼ିଶାରେ ମଧ୍ୟ ଭାଜପାର ପ୍ରଭାବ ରହିବ। ଆସନ୍ତା ୨ମାସ ମଧ୍ୟରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପୌର ନିର୍ବାଚନରେ ଏଥର ଭାଜପାକୁ ସମ୍ମୁଖୀନ ହେବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ ବୋଲି ଏବେଠୁ ଆଲୋଚନା ଜୋର୍‌ ଧରିଛି। ଯାହାକୁ ଶାସକ ଦଳର କେତେକ ନେତା ମଧ୍ୟ ସ୍ବୀକାର କରିଛନ୍ତି। ଏଭଳିସ୍ଥିତିରେ ଭୁବନେଶ୍ୱର ସଙ୍ଗଠନ ଦାୟିତ୍ୱ ବିଜେଡି ବର୍ତ୍ତମାନ କାହାକୁ ଦେବ ସେନେଇ ବିଚାର ବିମର୍ଶ ଆରମ୍ଭ କରିଲାଣି। ଏପରି କି ଦଳର ସୁପ୍ରିମୋ ପରାଜିତ ନେତାଙ୍କୁ ଡକାଇ ଦଳର ଖରାପ ପ୍ରଦର୍ଶନ କାରଣ ସମ୍ପର୍କରେ ସମୀକ୍ଷା ଆରମ୍ଭ କରିସାରିଲେଣି। ଅପରପକ୍ଷରେ ଏହି ବିଭାଜିତ ଜନମତରୁ ଆଗାମୀ ଦିନରେ ଭାଜପା କେତେଦୂର ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri