Odisha Elections 2024

ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇପାରେ ୧୩ଲକ୍ଷ ପୃଥିବୀ, ୫ବିଲିୟନ ବର୍ଷ ପରେ ହୋଇଯିବ ସୂର୍ଯ୍ୟର ଅନ୍ତ

ଚନ୍ଦ୍ରର ଦକ୍ଷିଣ ଭାଗରେ ଅବତରଣ କରି ଇତିହାସ ସୃଷ୍ଟି କରିବା ପରେ ଇସ୍ରୋ ଆରମ୍ଭ କରିଛି ସୂର୍ଯ୍ୟ ମିଶନ। ଶନିବାର ଆଦିତ୍ୟ ଏଲ୧ ରେ ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରେ ଏହା ଲଞ୍ଚ ହେବ। ଏଥିପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଶନିବାର ୧୧ଟା୫୦ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରିବ। ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲାଗ୍ରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ। ତେବେ ସୂର୍ଯ୍ୟଙ୍କ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା।

ପୃଥିବୀଠାରୁ ସୂର୍ଯ୍ୟର ଦୂରତା ଚନ୍ଦ୍ରଠାରୁ ଚାରି ଗୁଣ ଅଧିକ। ସୂର୍ଯ୍ୟର ଆକାର ପୃଥିବୀ ଠାରୁ କେଇ ଲକ୍ଷ ଗୁଣ ବଡ଼। ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ବ୍ୟାସ ପୃଥିବୀ ତୁଳନାରେ ପ୍ରାୟ ୧୦୯ଗୁଣ ଅଧିକ। ଯଦି ସରଳ ଶବ୍ଦରେ ବୁଝାଯାଏ ତେବେ ୧୩ ଲକ୍ଷରୁ ଅଧିକ ପୃଥିବୀ ସୂର୍ଯ୍ୟରେ ନିଶ୍ଚିହ୍ନ ହୋଇଯାଇପାରେ। ସୂର୍ଯ୍ୟଙ୍କ ତାପମାତ୍ରା ଏତେ ଅଧିକ ଯେ ପୃଥିବୀରୁ ପଠାଯାଇଥିବା କୌଣସି ଜିନିଷ ଏହାର ପୃଷ୍ଠରେ ଲ୍ୟାଣ୍ଡିଂ ହେବା କିମ୍ବା ଲକ୍ଷ ଲକ୍ଷ କିଲୋମିଟର ପୂର୍ବରୁ ହିଁ ତରଳି ଯିବ। ସେଥିପାଇଁ ଆଦିତ୍ୟ ଏଲ୧ କେବଳ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଲାଗ୍ରେଞ୍ଜ ପଏଣ୍ଟରେ ରହି ଅଧ୍ୟୟନ ଜାରି ରଖିବ।

ଆମେ ପିଲାଟି ବେଳରୁ ପାଠ୍ୟପୁସ୍ତକରେ ପଢି ଆସିଛୁ ଯେ, ସୂର୍ଯ୍ୟଙ୍କୁ ଏକ ଜ୍ୱଳନ୍ତ ବଲ କୁହାଯାଏ। ଏହାର ତାପମାତ୍ରା ୫୫୦୦ ଡିଗ୍ରୀ ସେଲସିୟସ। ସୂର୍ଯ୍ୟଙ୍କ ଉପରେ କ୍ରମାଗତ ଭାବେ ନ୍ୟକ୍ଲିୟର ରିଆକ୍ସନ ଯୋଗୁ ଏହାର ତାପମାତ୍ରା ୧.୫ କୋଟି ସେଲସିୟସକୁ ମଧ୍ୟ ଛୁଇଁ ଯାଇଥାଏ। ନାସାର ବୈଜ୍ଞାନିକ କହିଛନ୍ତି ଯେ, ଏହାର ତାପମାତ୍ରା ୧୦୦ ବିଲିୟନ ଟନ ଡାଇନାମାଇଟ ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଉତ୍ତାପ ସହିତ ସମାନ। ସୂର୍ଯ୍ୟରେ ଏତେ ପରମାଣୁ ଇନ୍ଧନ ଅଛି ଯେ ଏହା ଆଗାମୀ ୫୦ ଲକ୍ଷ ବର୍ଷ ଯାଏଁ ଜଳିପାରିବ। ଯେତେବେଳେ ସୂର୍ଯ୍ୟର ନିଶିହ୍ନ ହେବାର ସମୟ ଆସିଯିବ ପ୍ରଥମେ ସେ ଏକ ଲାଲ ବଲରେ ପରିଣତ ହେବେ। ପରିଶେଷରେ ଏହାର ବାହ୍ୟ ପୃଷ୍ଠଟି ନଷ୍ଟ ହୋଇଯିବ। ତା’ପରେ ଏହାର କୋର ପୃଷ୍ଠଟି ଧଳା ପଢିଯିବ। ଧୀରେ ଧୀରେ ଏହି କୋର ମଧ୍ୟ ମନ୍ଥର ହେବାକୁ ଆରମ୍ଭ କରିବ। ଏହା ପରେ ସୂର୍ଯ୍ୟ ଶୀତଳ ହୋଇଯିବ।

ବୈଜ୍ଞାନିକଙ୍କନୁସାରେ ସୂର୍ଯ୍ୟ ପ୍ରାୟ ୪.୬ ବିଲିୟନ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। କୁହାଯାଏ କି, ସୂର୍ଯ୍ୟ ଓ ସୂର୍ଯ୍ୟ ମଣ୍ଡଳ ଗ୍ୟାସ ଏବଂ ଧୂଳିରେ ନିର୍ମିିତ। ଏହାକୁ ସୋଲାର ନେବୁଲା କୁହାଯାଏ। ନ୍ୟାସନାଲ ଜିଓଗ୍ରାଫିକ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଅନୁଯାୟୀ, ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେ ହିଲିୟମ ଏବଂ ହାଇଡ୍ରୋଜେନରେ ର୍ନିମିତ ଏକ ମଲିକୁଲାର ମେଘରୁ ସୂର୍ଯ୍ୟର ସୃଷ୍ଟି ହୋଇଛି।

ବୈଜ୍ଞାନିକଙ୍କ ଅନୁଯାୟୀ ସୂର୍ଯ୍ୟର ଅନ୍ତ ହେବା ହେବା ପୂର୍ବରୁ ସେ ପ୍ରଥମେ ବହୁତ ଗରମ ଏବଂ ଉଜ୍ଜ୍ୱଳ ହୋଇଯିବେ। ସୂର୍ଯ୍ୟଙ୍କ ମୋଟ ବୟସ ପ୍ରାୟ ୧୦ ବିଲିୟନ ବର୍ଷ । ଏହି ଆଧାରରେ କୁହାଯାଇପାରେ ଯେ ସୂର୍ଯ୍ୟ ଜୀବନର ଅଧା ଅତିକ୍ରମ କରିସାରିଛି। ଅର୍ଥାତ୍‌ ଆଉ ପାଞ୍ଚ ବିଲିୟନ ବର୍ଷ ପରେ ସୂର୍ଯ୍ୟର ଅନ୍ତ ଘଟିବ। ୨୦୧୮ରେ ଏକ ଅନୁସନ୍ଧାନ ରିପୋର୍ଟରେ ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ତଥ୍ୟ ଦେଇଛନ୍ତି।

ସୂର୍ଯ୍ୟର ଉତ୍ପତ୍ତି ପ୍ରାୟ ୪.୬୦ ବିଲିୟନ ବର୍ଷ ପୂର୍ବେ ହୋଇଛି। ପୃଥିବୀରେ ଜୀବଜଗତର ଉତ୍ପତ୍ତି କେବଳ ସୂର୍ଯ୍ୟ ହେତୁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା କେବଳ ସୂର୍ଯ୍ୟ ହେତୁ ପୃଥିବୀରେ ଜୀବନ ଅଛି। ମୌସୁମୀ ଦ୍ୱାରା ଜଳବାୟୁ ଏବଂ ସମୁଦ୍ର ପ୍ରବାହ ମଧ୍ୟ ର୍ନିଣ୍ଣୟ କରାଯାଏ। ସୂର୍ଯ୍ୟକିରଣ ଥିବା ଉଦ୍ଭିଦଗୁଡ଼ିକରେ ଫଟୋସନ୍ଥେସିସ ପ୍ରକ୍ରିୟା ହୁଏ। ଯଦି ସୂର୍ଯ୍ୟର ଅନ୍ତ ହୋଇଯିବ ତେବେ ପୃଥିବୀରେ ଜୀବନ ସମ୍ଭବ ହେବ ନାହିଁ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ସୂର୍ଯ୍ୟ ଶେଷ ହେବା ପୂର୍ବରୁ ପୃଥିବୀରେ ମଣିଷ, ପ୍ରାଣୀ ଏବଂ ଉଦ୍ଭିଦ ବିଲୁପ୍ତ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

ଜବାବ ଦେଲେ ଯୋଗୀ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି ଏବଂ ତିନୋଟି ପର୍ଯ୍ୟାୟ ଭୋଟ ବାକି ଅଛ ଏହି ପରିପ୍ରେକ୍ଷୀରେ, ରାଜନୈତିକ...

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri