ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ ରହିଥିଲେ। ଏହି ଖବର ଜାଣିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚି ଉକ୍ତ ରୁମ୍‌କୁ ବାହାରୁ ତାଲା ପକାଇ ଦେଇଥିଲେ। ଫାଣ୍ଡିଅଧିକାରୀ ଓ ଯୁବତୀ ଜଣକ ଗୁରୁବାର ସକାଳେ ଅଲଗା ଅଲଗା ଉକ୍ତ ରୁମ୍‌ରୁ ବାହାରୁ ଥିବାର ଭିଡିଓ ଭାଇରାଲ ହୋଇଛି। ଘଟଣା ଜଣାପଡ଼ିବା ପରେ ତଦନ୍ତ କରାଯାଉଥିବା ଏମ୍‌ପି ପାର୍ଥ ଜଗଦୀଶ କଶ୍ୟପ କହିଛନ୍ତି।
ସୂଚନାନୁଯାୟୀ, ସିଂସାରି ଫାଣ୍ଡି ଅଧିକାରୀ ଏଏସ୍‌ଆଇ ଦୁର୍ଗା ପ୍ରସାଦ ବ୍ରହ୍ମା ଫାଣ୍ଡି ପରିସରରେ ଥିବା ଏକ ଘର ଭିତରେ ବୁଧବାର ରାତିରେ ଜଣେ ଯୁବତୀଙ୍କ ସହ ଥିବା କୌଣସି ସୂତ୍ରରୁ ଗ୍ରାମବାସୀ ଖବର ପାଇଥିଲେ। ଏହା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାହାରୁ ଉକ୍ତ ରୁମ୍‌ରେ ତାଲା ପକାଇ ଦେଇଥିଲେ। ସକାଳେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ତାଲା ଖୋଲା ଯାଇଥିଲା। କିନ୍ତୁ ପ୍ରଥମେ ଫାଣ୍ଡି ଅଧିକାରୀ ଉକ୍ତ ଘରୁ ବାହାରି ଥିବାବେଳେ କିଛି ସମୟ ପରେ ମହିଳା ଜଣକ ମଧ୍ୟ ରୁମରୁ ବାହାରି ଏକ କାର ଯୋଗେ ରାଜପୁର ଦେଇ ଉମରକୋଟ ଅଭିମୁଖେ ଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଘଟଣା ସମ୍ପର୍କରେ ଜାଣି ଉପରିସ୍ଥ ପୋଲିସ ଅଧିକାରୀ ଫାଣ୍ଡିରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି। ସେହିଭଳି ସିଂସାରି ଫାଣ୍ଡି ଅଧିକାରୀ ଏଏସଆଇ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ପଚାରିବାରୁ ଘଟଣାକୁ ଖଣ୍ଡନ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ରୁମରେ ଏକା ରହିଥିଲି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?