Posted inଜାତୀୟ

୧୩ ଚାଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା

ନୂଆଦିଲ୍ଲୀ,୨୫ା୧୨:ଗତ ସେପ୍ଟେମ୍ବରରେ ନିଜେ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ରାଜି ହେଉନାହାନ୍ତି । ଏହାକୁ ହଟାଇବା ଦାବିରେ ଚାଲିଥିବା ଆନ୍ଦୋଳନକୁ ମାସେ ପୂରିବାକୁ ଯାଉଥିବାବେଳେ ଚାଷୀଙ୍କ ଭାବାବେଗ ସହ କେନ୍ଦ୍ର ଖେଳୁଥିବା କୃଷକ ସଙ୍ଗଠନଗୁଡ଼ିକ ଅଭିଯୋଗ ଆଣିଛନ୍ତି । କାରଣ ସରକାର କେବେ ଆଲୋଚନା ପାଇଁ ଟେବୁଲକୁ ଡାକୁଛନ୍ତି ତ ପୁଣି କେତେବେଳେ ସେମାନଙ୍କୁ ମିଥ୍ୟା ମାମଲାରେ ଫସାଉଛନ୍ତି ।

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ ନଭେମ୍ବର ୨୬ରୁ କୃଷକ ସଙ୍ଗଠନଗୁଡ଼ିକ ଆନ୍ଦୋଳନ ଚଳାଇଥିଲେ ହେଁ ସେମାନଙ୍କ କଥା ସରକାର ଶୁଣୁନାହାନ୍ତି। ଏହାର ପ୍ରତିବାଦରେ ଏକ କୃଷକ ଗୋଷ୍ଠୀ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କୁ ଅମ୍ବାଲା ସହରର ଅଗ୍ରସେନ ଛକରେ କଳାପତାକା ଦେଖାଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କ ମୋଟରକେଡ୍‌କୁ ଅଟକାଇବାକୁ ଯାଇ ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଲାଠି ଫିଙ୍ଗିଥିବା ହରିୟାଣା ପୋଲିସ କହିଛି। ଏହାସହ ପୋଲିସ ୧୩ ଚାଷୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଦଙ୍ଗା ଭିଆଇବା ଅଭିଯୋଗରେ ମାମଲା ରୁଜୁ କରିଛି। ହରିୟାଣାର ଭାଜପା ସରକାର ଚାଷୀଙ୍କ ନାଁରେ ଏପରି ମାମଲା ରୁଜୁ କରି ସବୁ ସୀମା ଲଂଘିଛି। ଏଥିରୁ ସରକାରଙ୍କ ହତାଶା ପ୍ରତିଫଳିତ ହେଉଥିବା ରାଜ୍ୟ କଂଗ୍ରେସ ସଭାପତି କୁମାରୀ ସେଲ୍‌ଜା ସମାଲୋଚନା କରିଛନ୍ତି।
ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସର ଏକ ପ୍ରତିନିଧି ଦଳ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ିଛି। ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ପାର୍ଲାମେଣ୍ଟର ଏକ ମିଳିତ ଅଧିବେଶନ ଡାକିବାକୁ ଦଳ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ସେପଟେ ଦିଲ୍ଲୀରେ ତାପମାତ୍ରା ଲଗାତର ଭାବେ କମିବାରେ ଲାଗିଥିବାବେଳେ ସିଙ୍ଘୁ, ଗାଜିପୁର ଓ ଟିକ୍ରି ସୀମାରେ ହଜାର ହଜାର ଚାଷୀ ଶୀତ କାକର ସହି ନିଜ ଦାବିରେ ଅଡ଼ିବସିଛନ୍ତି। କେନ୍ଦ୍ର ସରକାର ଗୁରୁବାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ଆଲୋଚନା ପାଇଁ ପୁଣି ଥରେ ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। କୃଷି ମନ୍ତ୍ରଣାଳୟ ଯୁଗ୍ମ ସଚିବ ବିବେକ ଅଗ୍ରଓ୍ବାଲଙ୍କଠାରୁ ୪୦ କୃଷକ ନେତାଙ୍କ ପାଖକୁ ଉକ୍ତ ଚିଠି ପଠାଯାଇଛି। ସରକାର ସବୁ ପ୍ରସଙ୍ଗରେ ଖୋଲା ହୃଦୟରେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ତାରିଖ ସ୍ଥିର କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ପ୍ରକାଶ ଯେ, ପୂର୍ବରୁ ୫ ପର୍ଯ୍ୟାୟରେ କେନ୍ଦ୍ର-କୃଷକଙ୍କ ମଧ୍ୟରେ ବୈଠକ ହୋଇଥିଲା। ତେବେ ଉଭୟ ପକ୍ଷ ନିଜ ଜିଦ୍‌ରେ ଅଡ଼ିବସିଥିବାରୁ ଆଲୋଚନା ନିଷ୍ଫଳ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ମୋଦି ୯ କୋଟି ଚାଷୀଙ୍କ ସହ ଭର୍ଚୁଆଲ ବୈଠକ କରିବେ। କୃଷି ଆଇନ ଆଣିବା ପଛରେ କେନ୍ଦ୍ରର ଲକ୍ଷ୍ୟ ସମ୍ପର୍କରେ ସେ ଚାଷୀମାନଙ୍କୁ ବୁଝାଇବା ସହ ପିଏମ୍‌-କିଷାନ ଯୋଜନାରେ ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥତ୍କ ସହାୟତା ସ୍ବରୂପ ୧୮,୦୦୦ କୋଟି ଟଙ୍କା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?