୧୨୭୭୬ ପ୍ଲଟ୍‌ରେ ମିଛ ଧାନଚାଷ

ସୋନପୁର, ୨୧।୧୨(ନି.ପ୍ର.): ଚାଷ ନାହିଁ, ହେଲେ ଜମିରେ ଖରିଫ ଚାଷ ହୋଇଛି ଦର୍ଶାଇ ବିଭାଗ ପାଖରେ ଶତାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ସାଟେଲାଇଟ୍‌ ସର୍ଭେ କିନ୍ତୁ ଏହି ଜାଲିଆତି ଧରାପକାଇଛି। ପଞ୍ଜୀକରଣ ହୋଇଥିବା ଜମି କେଉଁଠି ଘାସବଣ ତ ଆଉ କେଉଁଠି ପଡ଼ିଆ, ଆଉ ପୁଣି କେଉଁଠି ଆଟ ଜମି ଓ ଜଳାଶୟ ରହିଛି। ଗୋଟିଏ କି ଦୁଇଟି ନୁହେଁ, ସୁବର୍ଣ୍ଣପୁର ଜିଲାରେ ୧୨ ହଜାର ୯୫୯ଟି ପ୍ଲଟରେ ଧାନଚାଷ ହୋଇଛି ବୋଲି ଦର୍ଶାଯାଇଥିଲା। ହେଲେ ସାଟେଲାଇଟ୍‌ ସର୍ଭେରୁ ଏହି ପ୍ଲଟଗୁଡିକରେ ଧାନଚାଷ ହୋଇ ନଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ରାଜସ୍ବ, କୃଷି ଓ ସମବାୟ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା। ଆଉ ସର୍ଭେରୁ ସତ କଥା ସାମ୍ନାକୁ ଆସିଛି ।
ଖରିଫ ୨୦୨୨-୨୩ରେ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫରେ ୭୭ ହଜାର ୩୮୯ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଜିଲାର ୬୫ ହଜାର ୫୨୩ ଚାଷୀ ଧାନ ବିକ୍ରି କରିବାକୁ ପାକ୍ସ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ ବେଳେ ଚାଷୀ ଜମିର ସମସ୍ତ ତଥ୍ୟ ଦେଇଥିଲେ। ହେଲେ ପୂର୍ବ ବର୍ଷଗୁଡିକ ଭଳି ବହୁ ଜମିରେ ଧାନ ଚାଷ ହୋଇ ନ ଥିବା ଓ ଅସାଧୁ ବ୍ୟକ୍ତି ସରକାରୀ ଦରରେ ଧାନ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ରାଜସ୍ବ ନିରୀକ୍ଷକ ଓ ଗ୍ରାମ କୃଷି କର୍ମଚାରୀ କ୍ଷେତ୍ରୀୟ ତଦନ୍ତ କରି ଧାନଚାଷ ହୋଇ ନ ଥିବା ଜମିର ପଞ୍ଜୀକରଣକୁ ବାତିଲ କରିଥିଲେ। ତେବେ ସ୍ବଳ୍ପ ସଂଖ୍ୟକ କର୍ମଚାରୀ ହଜାର ହଜାର ହେକ୍ଟର ଚାଷ ଜମିକୁ ଠିକ୍‌ ଭାବେ ଅନୁଧ୍ୟାନ କରି ପାରି ନ ଥିଲେ। ସରକାର ଠିକ୍‌ ତଥ୍ୟ ପାଇବା ପାଇଁ ପୁଣି ସାଟେଲାଇଟ୍‌ ମାଧ୍ୟମରେ ଧାନ କ୍ଷେତର ସର୍ଭେ କରିଥିଲେ। ଏଥିରୁ ଜିଲାରେ ୧୨୯୫୯ ପ୍ଲଟରେ ଧାନ ଚାଷ ହୋଇ ନ ଥିବା ଜଣା ପଡିଥିଲା। ସାଟେଲାଇଟ୍‌ ସର୍ଭେକୁ ଆହୁରି ନିର୍ଭୁଲ କରିବା ପାଇଁ ରାଜ୍ୟ ସରକାର ରାଜସ୍ବ ଓ ସମବାୟ ବିଭାଗ କର୍ମଚାରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କ ଜରିଆରେ ନିର୍ଦ୍ଦେଶ ଦେଇଥିଲେ। ଏହି ସର୍ଭେ କାମରେ ଜିଲାର ୨୦୬ଜଣ କର୍ମଚାରୀ ନିୟୋଜିତ ହୋଇ ସାଟେଲାଇଟ ସର୍ଭେରେ ସନ୍ଦେହ ଥିବା ପ୍ଲଟ୍‌ଗୁଡିକୁ ପରିଦର୍ଶନ କରିଥିଲେ। ଆଉ ଚାଷ ହୋଇ ନ ଥିବା ତଥା ମିଛ ଧାନ ଚାଷଜମିର ଫଟୋ ଉଠାଇ ବିଭାଗୀୟ ଓ୍ବେବ୍‌ସାଇଟ୍‌ରେ ଅପଲୋଡ କରିଥିଲେ । ସାଟେଲାଇଟ୍‌ ସର୍ଭେରେ ସନ୍ଦେହ ଥିବା ମୋଟ ୧୨୯୫୯ ପ୍ଲଟ୍‌ରୁ ସୋମବାର ସନ୍ଧ୍ୟା ସୁଦ୍ଧା ୧୭୯ ପ୍ଲଟ୍‌ରେ ଧାନଚାଷ ହୋଇଥିବା କ୍ଷେତ୍ରୀୟ ତଦନ୍ତରୁ ଜଣାପଡିଛି। ବାକି ୪ଟି ପ୍ଲଟର କ୍ଷେତ୍ରୀୟ ତଦନ୍ତ ବାକି ଥିବା ବେଳେ ୨ଟି ପ୍ଲଟ ସହକାରୀ ନିବନ୍ଧକ ସମବାୟ ସମିତିଙ୍କ ନିକଟରେ ପେଣ୍ଡିଂ ଅଛି। ତେବେ ସର୍ଭେ ଅନୁସାରେ ୧୨୭୭୬ ପ୍ଲଟରେ ଧାନଚାଷ ହୋଇ ନଥିବା ବେଳେ ଧାନ ବିକ୍ରି କରିବା ପାଇଁ ମିଥ୍ୟା ତଥ୍ୟ ଦେଇ ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ଡୁଙ୍ଗୁରିପାଲି, ବିନିକା, ତରଭା, ବୀରମହାରାଜପୁର, ଉଲୁଣ୍ଡା ଓ ସୋନପୁର ବ୍ଲକରେ କେତେଜଣ ଜମି ମାଲିକ ମିଥ୍ୟା ତଥ୍ୟ ଦେଇ ଧାନଚାଷ ହୋଇଥିବା ଦର୍ଶାଇଥିଲେ। କ୍ଷେତ୍ର ପରିଦର୍ଶନ ବା ସର୍ଭେ ସମୟରେ ସେ ସବୁ ଜମି ଘାସବଣ, ପଡ଼ିଆ, ଜଳାଶୟ, ଅନାବାଦୀ ଓ ଟାଙ୍ଗରା ଭୂଇଁ ଥିବା ରାଜସ୍ବ ଓ ସମବାୟ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଫଳରେ ସାଟେଲାଇଟ୍‌ ସର୍ଭେ ରିପୋର୍ଟ ଯେ ସମ୍ପୂର୍ଣ୍ଣ ଠିକ୍‌ ତାହା ପ୍ରମାଣିତ ହୋଇଛି। କେତେଜଣ ଅସାଧୁ ଲୋକ ଚାଷ ନ କରି ଧାନ ବିକ୍ରି କରି ଚାଲିଥିବା ବେଳେ ବହୁ ଚାଷୀ ଯୋଗ୍ୟ ଥାଇ ବି ସରକାରୀ ଦରରେ ଧାନ ବିକ୍ରି କରି ପାରୁନାହାନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ୨୦୨୧-୨୨ ଖରିଫରେ ସୁବର୍ଣ୍ଣପୁର ସମେତ ୮ଟି ଜିଲାରେ ସାଟେଲାଇଟ୍‌ ସର୍ଭେ ଜରିଆରେ ଧାନ କିଣାଯାଇଥିଲା। ଧାନ କିଣାରେ ସ୍ବଚ୍ଛତା ପାଇଁ ସରକାର ୨୦୨୨-୨୩ ଖରିଫରେ ସମସ୍ତ ୩୦ଟି ଜିଲାରେ ସାଟେଲାଇଟ୍‌ ସର୍ଭେ ଜରିଆରେ ପ୍ରକୃତ ଚାଷୀଙ୍କ ନିକଟରୁ ଧାନ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରିପୋର୍ଟ: ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri