Posted inଜାତୀୟ

ଶିକ୍ଷକଙ୍କ ମାଡ଼ରେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧୦ (ଆଇଏଏନ୍‌ଏସ୍‌):ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବେଡ୍‌ ନ ମିଳିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି। ଖବର ଅନୁଯାୟୀ ଗ୍ରେଟର ନୋଏଡ଼ାର ବାଦଲପୁର ଅଞ୍ଚଳରେ ଥିବା ଏକ ସ୍କୁଲ୍‌ରେ ପ୍ରିନ୍ସ ନାମକ ଉକ୍ତ ଛାତ୍ର ପଢ଼ୁଥିଲେ। ଗତ ୭ ତାରିଖରେ ବାପା ତାଙ୍କୁ ନେଇ ସ୍କୁଲ୍‌ରେ ଛାଡ଼ି ଆସିଥିଲେ। ପୁଅ ସଂଜ୍ଞାହୀନ ହୋଇପଡ଼ିଥିବା ତାଙ୍କ ଘରକୁ ଫୋନ୍‌ କଲ୍‌ ଆସିଥିଲା। ସେ ସଙ୍ଗେ ସଙ୍ଗେ ପ୍ରିନ୍ସଙ୍କୁ ଏକ ଘରୋଇ କ୍ଲିନିକ୍‌କୁ ନେଇଥିଲେ। ଅଧିକ ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲ ପଠାଇବାକୁ କୁହାଯିବାରୁ ପ୍ରଥମେ ସଫଦରଜଙ୍ଗ ପରେ ରାମ ମନୋହର ଲୋହିଆ ଏବଂ ଜି.ବି. ପନ୍ଥ ହସ୍ପିଟାଲ ନିଆଯାଇଥିଲା। ବେଡ୍‌ ଅଭାବରୁ ଉକ୍ତ ହସ୍ପିଟାଲଗୁଡ଼ିକ ଆଡମିଶନ କରିବାକୁ ମନା କରିଦେଇଥିଲେ। ଶେଷରେ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ବେଡ୍‌ ମିଳିଥିଲା ଓ ଶନିବାର ସକାଳେ ପ୍ରିନ୍ସଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେହିଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହେବାରୁ ଶିକ୍ଷକ ପ୍ରିନ୍ସଙ୍କୁ ବେତରେ ନିର୍ଘାତ ପିଟିଥିବା ତାଙ୍କ ସହପାଠୀମାନେ କହିଛନ୍ତି। ସେ ପଡ଼ିଯାଇ ବାନ୍ତି କରିବା ପରେ ସଂଜ୍ଞାହୀନ ହୋଇପଡ଼ିଥିଲେ॥


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଅଧିବେଶନ ଡାକିବାର କାରଣ କହି ପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ: ରାଜ୍ୟପାଳ

ଜୟପୁର,୩୦।୭: ରାଜସ୍ଥାନ ରାଜନୀତିକୁ ନେଇ ଏବେବି ଚର୍ଚ୍ଚା ଥମି ନାହିଁ। ଇତିମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି, ଏବେବି ରାଜସ୍ଥାନ ରାଜନୀତି...

ଲିଭ୍‌ଇନ୍‌ରେ ଲଢ଼େଇ, ବୃଦ୍ଧଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ମହିଳା…

ମୁଜାଫରପୁର,୨୫।୫: ଜଣେ ବୃଦ୍ଧଙ୍କ ପାଇଁ ଲିଭ୍‌ଇନ୍‌ ରିଲେଶନଶିପ୍‌ରେ ରହିବା ମହଙ୍ଗା ପଡ଼ିଛି। କୌଣସି କାରଣରୁ ବୃଦ୍ଧ ଏବଂ ତାଙ୍କ ସହିତ ଲିଭ୍‌ଇନ୍‌ରେ ରହୁଥିବା ମହିଳାଙ୍କ ମଧ୍ୟରେ...

ପିଏଚ୍‌ଡି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୨।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଆଜିକାଲି ଆମେରିକାରେ ତାଙ୍କର ପିଏଚଡି ଥେସିସ୍‌ ଲେଖୁଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ...

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର...

ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...

ମାଗଣାରେ ଟାବଲେଟ,ସ୍ମାର୍ଟଫୋନ ବାଣ୍ଟିବେ

ଲକ୍ଷ୍ନୌ,୨୪।୧୦: ନଭେମ୍ବର ଶେଷ ସୁଦ୍ଧା ଉତ୍ତରପ୍ରଦେଶ ସରକାର ଯୁବପିଢ଼ିଙ୍କୁ ମାଗଣାରେ ଟାବଲେଟ୍‌ ଓ ସ୍ମାର୍ଟଫୋନ ବାଣ୍ଟିବେ। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।...

ସନ୍ଧ୍ୟାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ!

ଭୋପାଳ,୨୩।୩: କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଏପଟେ ମଧ୍ୟପ୍ରଦେଶ ରାଜନୀତି ହୋଇଛି ସରଗରମ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା...

ଏମ୍ସ ସର୍ଭର ହ୍ୟାକରେ ଚାଇନା ହାତ, ଇଣ୍ଟରପୋଲର ସହାୟତା ନେବ ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ,୧୮।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଚାଇନାର ହାତ ଥିବା ଜଣାପଡ଼ିବା ପରେ ଏବେ ଦିଲ୍ଲୀ ପୋଲିସ ସିବିଆଇକୁ ଚିଠି ଲେଖିଛି। ଇଣ୍ଟରପୋଲ...

Advertisement
Archives

Model This Week