ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ ଲମ୍ବର ଏକ ଅହିରାଜ ସାପକୁ ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ନିକଟସ୍ଥ ଚାଙ୍ଗୁଡ଼ି ଦେଇ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି। ଅହିରାଜ ସାପଟି ସେଠାରେ ରହି ଗର୍ଜନ କରୁଥିବାବେଳେ ସ୍ଥାନୀୟ ନୂଆସାହି ଏବଂ ଉମାଶଙ୍କର କଲୋନୀର କିଛି ଯୁବକ ସାପଟିକୁ ପ୍ରଥମେ ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। ଏନେଇ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ବନ ବିଭାଗ କର୍ତ୍ତୃପକ୍ଷ ଶେରଗଡ଼ର ସ୍ନେକ୍‌ ହେଲ୍ପଲାଇନ ସଦସ୍ୟଙ୍କୁ ଜଣାଇଥିଲେ। ସ୍ନେକ୍‌ ହେଲ୍ପଲାଇନର ଦୁଇଜଣ ସଦସ୍ୟଙ୍କ ସହାୟତାରେ ଅତ୍ୟନ୍ତ ସନ୍ତର୍ପଣ ସହକାରେ ପୁରୁଷ ପ୍ରଜାତିର ଅହିରାଜକୁ ଧରି ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛଡ଼ାଯାଇଥିବା ଜଣାପଡ଼ିଛି। ଅହିରାଜଟି କେନାଲ ପାଣି ରେ ଭାସି ଆସିଥିବା ସାହି ବାସିନ୍ଦା ଅନୁମାନ କରିଛନ୍ତି। ଅପରପକ୍ଷରେ ନିକଟସ୍ଥ ଜଙ୍ଗଲରୁ ଅହିରାଜ ସାପ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବାର ଯଥେଷ୍ଟ କାରଣ ଜଣାପଡୁନାହିଁ। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଅହିରାଜ ସାପଗୁଡ଼ିକ ଜନବସତିକୁ ଚାଲି ଆସୁଥିବା ପ୍ରାଣୀ ବିଜ୍ଞାନୀମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

ଦେଶୀ ମଦରେ ଅପମିଶ୍ରଣ ଅଭିଯୋଗ:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭଞ୍ଜନଗର, ୭।୮ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ବିଭିନ୍ନ ଦେଶୀ ମଦ ଭାଟିରେ ଅପମିଶ୍ରିତ ଓ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ)…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

ଗଞ୍ଜାମ ମହାବିଦ୍ୟାଳୟ ୫୮ ତମ ସ୍ବର୍ଣ୍ଣକ୍ଷେତ୍ର ସମାରୋହ: ନୂତନ ସମିଳନୀ କକ୍ଷ ଶୁଭାରମ୍ଭ କଲେ ବିଧାୟକ, ୮ ଛାତ୍ରୀଛାତ୍ରଙ୍କୁ…

ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ…

ଛାତ୍ରୀଛାତ୍ରଙ୍କୁ ସଫା କରିବାକୁ ଦିଆଯାଉଛି ଘାସ, ଶୌଚାଳୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ, ବଦଳି ପାଇଁ ଜୋର୍‌ଧରିଲା…

ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri