ଶ୍ରୀମନ୍ଦିରରେ ଧରାପଡ଼ିଲେ ୧୨ ନକଲି ଗୁମାସ୍ତା, ଟାର୍ଗେଟ୍‌ରେ ଥିଲେ ଅଣଓଡ଼ିଆ ଭକ୍ତ

ପୁରୀ,୧୧ା୮(ଅଜିତ ମହାନ୍ତି): ପୋଲିସ ହାତରେ ଧରାପଡ଼ିଲେ ନକଲି ଗୁମାସ୍ତା। ପୁରୀ ସିଂହଦାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍‌ ଧାରା ୧୧୧ ଅନୁଯାୟୀ, ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।

ସୂଚନାନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି। ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବିଷୟରେ ସେବାୟତ ଓ ସେମାନଙ୍କର ଗୁମାସ୍ତାମାନେ ଯାତ୍ରୀମାନଙ୍କୁ ଟିକିନିଖି ତଥ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ କିଛି ନକଲି ଗୁମାସ୍ତା ଓ ଅଣ ସେବାୟତଙ୍କ ଯୋଗୁ ଯାତ୍ରୀମାନେ ଠକାମୀ ସହ ଦୁର୍ବ୍ୟବହାରର ଶିକାର ମଧ୍ୟ ହୋଇଥାନ୍ତି। ଏନେଇ ଅନେକ ଥର ଥାନାରେ ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ। ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହିତ ସୁବିଧାରେ ଦର୍ଶନ ଏବଂ ଠକାମୀର ଯେଭଳି ଶିକାର ନ ହେବେ ସେ ଦିଗରେ ପୋଲିସ ବିଶେଷ ଦୃଷ୍ଟି ଦେଇଛି। ଗିରଫ ହୋଇଥିବା ନକଲି ଗୁମାସ୍ତାଙ୍କ ପାଖରେ କୌଣସି ପରିଚୟପତ୍ର ନ ଥିବାବେଳେ ବେଆଇନ ଭାବେ ଏମାନେ ଗୁମାସ୍ତା କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ଆଗକୁ ମଧ୍ୟ ପୋଲିସ ପକ୍ଷରୁ ଏହି ଧରପଗଡ଼ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri