ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ମାମଲା: ୧୨ ଡ୍ରାଇଭର ଗିରଫ

ଛତ୍ରପୁର,୧୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଓ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହା ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଫଳରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ପରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିବା ସହ ଠେଙ୍ଗାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଏହି ମାମଲାରେ ସମ୍ପୃକ୍ତ ୧୨ ଜଣ ଡ୍ରାଇଭରଙ୍କୁ ଚମାଖଣ୍ଡି ପୋଲିସ ଶୁକ୍ରବାର ଗିରଫ କରିଛି। ଆହୁରି କେତେକ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି। ଏଥିରେ ୭ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ପ୍ରକାଶଯୋଗ୍ୟ, ଆନ୍ଦୋଳନର ଦ୍ୱିତୀୟ ଦିନରେ ଜାତୀୟ ରାଜପଥରେ ବହୁ ସଂଖ୍ୟକ ଟ୍ରକ୍‌ ଅଟକି ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜାମ୍‌ ରହିଥିଲା। ଗତକାଲି ସନ୍ଧ୍ୟାରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ଜୋରଜବରଦସ୍ତ ଗାଡ଼ି ଅଟକାଇବା ପରେ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଆଜି

ପୁରୀ ଅଫିସ,୧୯ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଲୀଳାଖେଳା ସରି ଆସୁଛି। ଆଉ ଦିନକ ପରେ ମଙ୍ଗଳବାର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିିବେ ଚତୁର୍ଦ୍ଧାମୂର୍ତ୍ତି।...

୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ...

ଧରାକୋଟ : ଜରାଜୀର୍ଣ୍ଣ ସ୍ଥିତିରେ ଗୋଦାମଗୃହ

ଧରାକୋଟ,୨୦ା୯(ଡି.ଏନ.ଏ.)- କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସେବା ସମବାୟ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଦୀର୍ଘଦିନରୁ ସମବାୟ ସମିତି ଓ ଗ୍ରେନ୍‌ଗୋଲା(ସମବାୟ ମଣ୍ଡି)ରାଜ୍ୟପାଳଙ୍କ ଅନୁମୋଦନରେ କାର୍ଯ୍ୟ...

ପୁଓକେ ଫିରି ପାଏଲେ ପରିବାର ଲୋକ୍‌

ଅତାବିରା, ୬।୧୧ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଦେନାଗାଡ଼ିଆ ଗଁାର ଧ୍ରୁବ ନାଏକକଁର ପୁଓ ମୁନା ନାଏକ(୨୨) ଝନେ ମାନ୍‌ସିକ ରୁଗୀ। ଆଏଜ୍‌କେ ୧୫ ଦିନ୍‌ ତଲେ...

ବାଡ଼ିରେ ଛେଳି ପଶିବାରୁ ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ

ଲଙ୍ଗଳେଶ୍ୱର,୨।୬: ଛେଳି ଚରାଇବାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ବାଡ଼ିରେ ଛେଳି ପଶିବାରୁ ଚରାଳି ଏବଂ ତାଙ୍କର ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଗାଁ ଲୋକେ ମାଡ଼...

ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ...

ପ୍ରତିକୂଳ ପରିସ୍ଥିତିରେ ସତ୍ୟ ସାମ୍ନାକୁ ଆଣିଥାନ୍ତି ଖବରଦାତା

ପୁରୀ ଅଫିସ, ୧୬ା୧୧: ଖବରଦାତାମାନେ ହେଉଛନ୍ତି ସମାଜର ଦର୍ପଣ। ପ୍ରତିକୂଳ ପରିସ୍ଥିତିରେ ଏମାନେ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି। ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିବାରେ ଖବରଦାତାଙ୍କ ଭୂମିକା...

ବୋତଲରେ ୨.୫ ଇଞ୍ଚର ବୋଇତ

ଖୋର୍ଦ୍ଧା ଅଫିସ,୮ା୧୧: ଉତ୍କଳୀୟ ସଂସ୍କୃତିରେ ବୋଇତ ବନ୍ଦାଣ ଉତ୍ସବର ବିଶେଷ ମହତ୍ତ୍ୱ ରହିଛି। ସବୁଠି ଏହାକୁ ଆନନ୍ଦର ସହ ପାଳନ କରାଯାଏ। ଆ କା ମା...

Advertisement
Archives

Model This Week