Posted inଜାତୀୟ

ଜଳମଗ୍ନ ହେବ ୧୨ ସହର

ନୂଆଦିଲ୍ଲୀ,୭ା୧୨: ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଥିବାବେଳେ ଏହା ପୁଣିଥରେ ଭାରତୀୟ ସହରଗୁଡ଼ିକର ଜଳବାୟୁ ପରିବର୍ତ୍ତନଜନିତ ଭୟାବହତାକୁ ଲୋକଲୋଚନକୁ ଆଣିଛି। ଗତ ୪ ତାରିଖ ସୁଦ୍ଧା ୪୮ ଘଣ୍ଟା ମଧ୍ୟରେ ଚେନ୍ନାଇରେ ୪୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା। ଫଳରେ ସେଠାରେ ସ୍ବାଭାବିକ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇଯାଇଥିଲା ଓ ବର୍ଷାବିତ୍ପାତରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପ୍ରଥମ ଘଟଣା ନୁହେଁ। ୨୦୧୫ ପ୍ରବଳ ବର୍ଷାଜନିତ ବନ୍ୟାରେ ମଧ୍ୟ ଏହି ସହର ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ଏହି ବନ୍ୟା ଅନୁପଯୁକ୍ତ ସହରାଞ୍ଚଳ ପ୍ଲାନିଂ ଏବଂ ଆନୁଷ୍ଠାନିକ ସାମର୍ଥ୍ୟର ଅଭାବକୁ ଦର୍ଶାଇଥିଲା। ପ୍ରବଳ ବର୍ଷା ସାଙ୍ଗକୁ ପର୍ଯ୍ୟାପ୍ତ ଜଳନିଷ୍କାସନ ବ୍ୟବସ୍ଥାର ଅଭାବ, ନଦୀଗୁଡ଼ିକ ଅଧିକ ଜଳ ନିଷ୍କାସନ କରିବା ଲାଗି ପରିଚାଳନାଗତ ଅକ୍ଷମତା ଏଭଳି ବନ୍ୟାର କାରଣ ଥିଲା। ସହରୀକରଣର ବ୍ୟାପକତା ଯୋଗୁ ବୃହତ୍‌ ଜଳମାର୍ଗ ଏବଂ ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଜୋନ୍‌ଗୁଡ଼ିକ ଅବରୋଧ ହୋଇଯାଉଛି। ଯାହା ବନ୍ୟା ହେବାର ଅନ୍ୟତମ ପ୍ରମୁଖ କାରଣ। କେବଳ ଚେନ୍ନାଇ ନୁହେଁ, ସମୁଦ୍ର ପତ୍ତନ ବୃଦ୍ଧି, ସାମୁଦ୍ରିକ ଝଡ଼ ଏବଂ ନଦୀରେ ବନ୍ୟା ଆସିବା କାରଣରୁ କୋଲକାତା, ମୁମ୍ବାଇ ଭଳି ଉପକୂଳ ସହରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଘନ ଜନବହୁଳ ମେଟ୍ରୋ ମହାନଗରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଅଙ୍ଗେ ନିଭାଇସାରିଲେଣି। ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକ ବୃଷ୍ଟିପାତ, ବନ୍ୟା ସାଙ୍ଗକୁ ଅନାବୃଷ୍ଟି ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ବିଶ୍ୱବ୍ୟାଙ୍କ ଗ୍ରୁପ୍‌ ଦ୍ୱାରା ନିଯୁକ୍ତ ପଟ୍ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ୍ଚ ଆଣ୍ଡ କ୍ଲାଇମେଟ୍‌ ଆନାଲିଟିକ୍ସର ଗବେଷଣାରେ ଭାରତକୁ ସତର୍କ କରିଦିଆଯାଇଛି। ଉଚ୍ଚ ଅକ୍ଷାଂଶ ତୁଳନାରେ ବିଷୁବ ମଣ୍ଡଳ ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଭାରତର ଉପକୂଳ ସହରଗୁଡ଼ିକ ପ୍ରତି ଅନେକ ବିପଦ ରହିଛି। ସମୁଦ୍ର ପତ୍ତନ ବଢ଼ିବା ସହ ଉଚ୍ଚ ଜୁଆର ମାଡ଼ିଆସିବା, କୃଷି କ୍ଷତିଗ୍ରସ୍ତ ହେବା, ଭୂତଳ ଜଳ ମାନ ଖରାପ ହେବ ସମେତ ଜଳବାହିତ ରୋଗ ବଢ଼ିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଉପରେ ୨୦୨୧ରେ ଆନ୍ତଃସରକାରୀ ପ୍ୟାନେଲ୍‌ ରିପୋର୍ଟରେ ଭାରତକୁ କଡ଼ା ଚେତାବନୀ ଦିଆଯାଇଥିଲା। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଭାରତର ୧୨ ଉପକୂଳ ସହର ୩ ଫୁଟ୍‌ ବୁଡ଼ିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା। ସେଗୁଡ଼ିକ ମଧ୍ୟରେ ମୁମ୍ବାଇ, ଚେନ୍ନାଇ, କୋଚି, ବିଶାଖାପାଟଣା ଆଦି ସହର ରହିଛି। ଉପକୂଳର ୭୦ ଲକ୍ଷରୁ ଅଧିକ କୃଷି ଓ ମତ୍ସ୍ୟଜୀବୀ ପରିବାର ଉପକୂଳ କ୍ଷୟର ପ୍ରଭାବ ଅନୁଭବ କଲେଣି। ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ୨୦୫୦ ବେଳକୁ ୧,୫୦୦ ବର୍ଗକିଲୋମିଟର ସ୍ଥଳଭାଗ ପାଣିରେ ବୁଡ଼ିଯିବ। ଫଳରେ ବହୁ ମୂଲ୍ୟବାନ କୃଷି ଅଞ୍ଚଳ ସମୁଦ୍ରରେ ବିଲୀନ ହେବା ସହ ଉପକୂଳରେ ବସବାସ କରୁଥିବା ଲୋକଙ୍କ ବସତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି।

ସୀମା ଲଙ୍ଘୁଛି ବିଶ୍ୱତାପନ

ପୃଥିବୀରେ ଜୀବନଧାରଣ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସମ୍ପର୍କିତ ସୀମା ଅତିକ୍ରମ କରି ଚାଲିଛି ଜଳବାୟୁ ପରିବର୍ତ୍ତନର ଦୁଷ୍ପରିଣାମ। ସାମ୍ପ୍ରତିକ ସ୍ଥିତିରେ ବଢ଼ିଚାଲିଥିବା ବିଶ୍ୱ ତାପନକୁ ଦେଖି ୨୦୦ ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍‌ ଦୁବାଇରେ ଚାଲିଥିବା କପ୍‌୨୮ରେ ଏଭଳି ସତର୍କ କରାଇଛନ୍ତି। ବୁଧବାର ଏହି ଅନ୍ତର୍ଜାୀତୟ ଜଳବାୟୁ ସମ୍ମିଳନୀରେ ‘ଗ୍ଲୋବାଲ ଟିପିଙ୍ଗ୍‌ ପଏଣ୍ଟସ୍‌’ ରିପୋର୍ଟ ପ୍ରକାଶ ପାଇଛି। ପ୍ରାକୃତିକ ବ୍ୟବସ୍ଥାଗୁଡ଼ିକର ସୀମା ଉପରେ ପ୍ରଥମ ଥର ପାଇଁ ଏଭଳି ସମ୍ପୂର୍ଣ୍ଣ ମୂଲ୍ୟାୟନ କରାଯାଇଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଶ୍ୱିକ ତାପନର ସାମ୍ପ୍ରତିକ ସ୍ଥିତି ଯୋଗୁ କ୍ରିଓସ୍ପିୟର ଭଳି ୫ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ସମେତ ବିପଦରେ ଥିବା ୨୬ ଟିପିଙ୍ଗ୍‌ ପଏଣ୍ଟକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହେଲା ଗ୍ରୀନ୍‌ଲ୍ୟାଣ୍ଡ ଓ ପଶ୍ଚିମ ଆଣ୍ଟାର୍କଟିକ୍‌ ବରଫ ଆସ୍ତରଣ, ଉତ୍ତର ଆଟଲାଣ୍ଟିକ୍‌ ଉପମେରୁ ଗାଇର୍‌ ସର୍କୁଲେଶନ, ଉଷ୍ମଜଳ କୋରାଲ ରିଫ୍‌ ଏବଂ ସ୍ଥାୟୀ ତୁଷାର ଭୂମି। ଏହି ଟିପିଙ୍ଗ୍‌ ପଏଣ୍ଟଗୁ୍‌ଡ଼ିକ ମାନବ ଜାତି ପାଇଁ ବିପଦ ସୃଷ୍ଟି କରୁଥିବା ପୂର୍ବରୁ କେବେ ଆକଳନ କରାଯାଇ ନ ଥିଲା ବୋଲି ବ୍ରିଟେନ୍‌ ଏକ୍ସେଟର ୟୁନିଭର୍ସିଟିର କ୍ଲାଇମେଟ୍‌ ଚେଞ୍ଜ୍‌ ଆଣ୍ଡ ଆର୍ଥ ସିଷ୍ଟମ ସାଇନ୍ସର ଅଧ୍ୟକ୍ଷ ପ୍ରଫେସର ଟିମ୍‌ ଲେନନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri