୧୧,୫୨୬ ହିତାଧିକାରୀଙ୍କୁ ୧୧୧ କୋଟି ଋଣ

ଜଗତ୍‌ସିଂହପୁର ଅଫିସ, ୪।୧୧: ୧୧,୫୨୬ ହିତାଧିକାରୀଙ୍କୁ ୧୧୧.୬୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ବ୍ୟକ୍ତିଗତ, କଞ୍ଜୁମର ଡୁରେବ୍ଲ, ଗାଡି, ଘର, କୃଷି, ପ୍ରାଣୀ, ପିଏମ୍‌ଇଜିପି, କେସିସି ସମେତ ମୁଦ୍ରା ଋଣ ଆକାରରେ ଏହି ରାଶି ପ୍ରଦାନ କରାଯାଉଛି। ଜଗତ୍‌ସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଋଣମେଳାରେ ଏହା ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି, ଏସ୍‌ଏଚ୍‌ଜିଗୁଡିକୁ କ୍ରେଡିଟ୍‌ ଲିଙ୍କେଜ୍‌ ମାଧ୍ୟମରେ ୪୨ କୋଟି ଟଙ୍କା ଅନୁମୋଦନ କରାଯାଇଛି। ସେହିପରି ପିଏମ୍‌ଇଜିପିରେ ୨୫ କୋଟି, କଟକ ସିସିବି ୨୪.୨୬ କୋଟି, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ୧୮.୬୮ କୋଟି, ଷ୍ଟେଟ୍‌ ବ୍ୟାଙ୍କ ୧୩.୫ କୋଟି, ୟୁକୋ ବ୍ୟାଙ୍କ ୧୩ କୋଟି ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦ୍ୱାରା ୭ କୋଟିରୁ ଅଧିକ ଟଙ୍କା ଅନୁମୋଦିତ ହୋଇଛି।
ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ମାଛ ଓ କ୍ଷୀର ଉତ୍ପାଦନରେ ଆଗୁଆ। ମହିଳାମାନେ ଏସ୍‌ଏଚ୍‌ଜି ଗଠନ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଛନ୍ତି। ବ୍ୟାଙ୍କରୁ ଋଣ ନେଉଛନ୍ତି। ଯାହାଦ୍ୱାରା ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉଛି। ସୌଭାଗ୍ୟ ବ୍ୟାଙ୍କଗୁଡିକ ଋଣ ଦେବାକୁ ଏସ୍‌ଏଚ୍‌ଜିଗୁଡିକ ପାଖକୁ ଯାଉଛି। ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ଏସ୍‌ଏଚ୍‌ଜିଗୁଡିକୁ ଋଣ ଦେବାକୁ ବଜେଟ୍‌ ବୃଦ୍ଧି କରି ଚାଲିଥିବା କୁହାଯାଇଥିଲା। ମେଳାକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଉଦ୍‌ଘାଟନ କରିଥିଲେ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଥିଲେ, ଉଦ୍ୟୋଗୀମାନଙ୍କୁ ଶତ ପ୍ରତିଶତ ଋଣ ଦିଆଯାଇ ପାରିଲେ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଋଣ ରାଶି ଅନୁମୋଦନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଲଲାଟେନ୍ଦୁ ବେହେରା, ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ସୁବାସ ଚନ୍ଦ୍ର ବେହେରା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଯତିନ୍ଦ୍ରନାଥ ଷଡଙ୍ଗୀ ଓ ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ୟୁକୋ ବ୍ୟାଙ୍କ ପରିଚାଳକ ସତୀଶ କୁମାର ପାତ୍ର ମେଳାର ଆୟୋଜନ, ପରିଚାଳନା ଓ ଧନ୍ୟବାଦ ଦେଇଥିଲେ। ଏଥିରେ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତା, ଏସ୍‌ଏଚ୍‌ଜି କର୍ମକର୍ତ୍ତା, ଶିଳ୍ପ ଉଦ୍ୟୋଗୀ ଓ ଜୀବିକା ମିଶନ ଗ୍ରାହକମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri