ମହାକାଶରେ ବେଜୋସ୍‌ଙ୍କ ୧୧ ମିନିଟ୍‌

ଓ୍ବାଶିଂଟନ୍‌, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ମଙ୍ଗଳବାର ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ ସ୍ପେସ୍‌ ଫ୍ଲାଇଟ୍‌ ତଥା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲରେ ୫୭ ବର୍ଷୀୟ ବେଜୋସ୍‌ ୧୦ ମିନିଟ୍‌ ୨୦ ସେକେଣ୍ଡ୍‌ର ମହାକାଶ ଯାତ୍ରା କରି ଫେରିଛନ୍ତି। ଆମେରିକାର ଓ୍ବେଷ୍ଟ ଟେକ୍ସାସରୁ ଏହା ଉଡ଼ାଣ କରିଥିଲା। ସାଙ୍ଗରେ ଭାଇ ମାର୍କ ବେଜୋସ୍‌, ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ପୂର୍ବତନ ପାଇଲଟ୍‌ ୮୨ ବର୍ଷୀୟା ଓ୍ବାଲି ଫଙ୍କ୍‌ ଏବଂ ବେଜୋସ୍‌ଙ୍କ ପାଖ ସିଟ୍‌ ୨୮ ମିଲିୟନ ଡଲାରରେ ନିଲାମ ନେଇଥିବା ୧୮ ବର୍ଷୀୟ ଓଲିବର ଡେମେନ୍‌ ଯାତ୍ରା କରିଥିଲେ।
ସମୟ ସନ୍ଧ୍ୟା ସାଢ଼େ ୬ଟାରେ ମହାକାଶ ଯାନ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସ୍ପେସ୍‌ ଅଭିମୁଖେ ବାହାରିଥିଲା। ଲଞ୍ଚ୍‌ ପରେ କ୍ୟାପ୍‌ସୁଲରୁ ରକେଟ ବାହାରି ଲଞ୍ଚ୍‌ପ୍ୟାଡ୍‌କୁ ଫେରିଆସିଥିଲା। ବେଜୋସ୍‌ଙ୍କ ଫ୍ଲାଇଟ୍‌ କାରାମାନ୍‌ ଲାଇନ (କାଳ୍ପନିକ ମହାକାଶ ସୀମାରେଖା) ବାହାରେ ତଥା ପୃଥିବୀ ପୃଷ୍ଠରୁ ୧୦୬ କିଲୋମିଟର ଉପରକୁ ଯାଇଥିଲା। ସେଠାରେ ସେମାନେ ଓଜନ ବିହୀନ ଶରୀରର ଅନୁଭୂତି ନେଇଥିଲେ। ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ କିଛି ସମୟ ମହାକାଶରେ ରହିବା ପରେ ପାରାସୁଟ୍‌ ସହାୟତାରେ ଓ୍ବେଷ୍ଟ ଟେକ୍ସାସ୍‌କୁ ଫେରିଥିଲା। ଏହା ପୂର୍ବରୁ ଗତ ୧୧ ତାରିଖରେ ବ୍ରିଟିଶ ବିଲିୟନେୟାର ରିଚାର୍ଡ ବ୍ରାନ୍‌ସନ୍‌ ତାଙ୍କ ଭର୍ଜିନ ଗାଲାକ୍ଟିକ୍‌ ସ୍ପେସ୍‌କ୍ରାଫ୍ଟ ଯୋଗେ ମହାକାଶକୁ ଯାତ୍ରା କରି ଫେରିଥିଲେ। ତେବେ ବ୍ରାନ୍‌ସନ୍‌ ମାତ୍ର ୮୬ କିମି ପର୍ଯ୍ୟନ୍ତ ଯାଇଥିବାବେଳେ ବେଜୋସ୍‌ ତାଙ୍କୁ ପଛରେ ପକାଇଦେଇଛନ୍ତି। ଘରୋଇ ସ୍ପେସ୍‌ ମିଶନ ଜରିଆରେ ମହାକାଶ ପର୍ଯ୍ୟଟନକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ବୋଜୋସ୍‌ ଓ ବ୍ରାନସନ୍‌ ଏହି ଯାତ୍ରା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ସିଭିଲିଆନ୍‌ କ୍ର୍ୟୁ ସଦସ୍ୟଙ୍କୁ ଆସନ୍ତା ସେପ୍ଟେମ୍ବରରେ ପୃଥିବୀ କକ୍ଷପଥକୁ ପଠାଇବା ପାଇଁ ଯୋଜନା କରିଛନ୍ତି ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ। ପୂର୍ବରୁ ସେ ନାସା ପକ୍ଷରୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନକୁ ଅନେକ କାର୍‌ଗୋ ପ୍ଲେଲୋଡ୍‌ ଏବଂ ମହାକାଶଚାରୀଙ୍କୁ ପଠାଇ ସାରିଛନ୍ତି।
ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ଆପୋଲୋ-୧୧ ସ୍ପେସ୍‌ଫ୍ଲାଇଟ୍‌ ଲ୍ୟାଣ୍ଡ କରିଥିଲା। ପ୍ରଥମ ମହାକାଶ ଯାତ୍ରୀ ଭାବେ ନୀଲ ଆର୍ମଷ୍ଟ୍ରଙ୍ଗ ଏହି ଯାନରେ ଯାଇ ଚନ୍ଦ୍ରରେ ପାଦ ରଖିଥିଲେ। ଏହି ଦିନର ଗୁରୁତ୍ୱ ଯୋଗୁ ଜୁଲାଇ ୨୦ରେ ମହାକାଶ ଯାତ୍ରା କରିବାକୁ ବେଜୋସ୍‌ ସ୍ଥିର କରିଥିଲେ। ବ୍ଲୁ ଅରିଜିନ୍‌ର ୧୮.୩ ମିଟର ଲମ୍ବ ବିଶିଷ୍ଟ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ। ଏଥିରେ କୌଣସି ପାଇଲଟ୍‌ଙ୍କ ଆବଶ୍ୟକତା ନାହିଁ। ପୃଥିବୀ ପୃଷ୍ଠରୁ ମାଷ୍ଟର କଣ୍ଟ୍ରୋଲ ରୁମ୍‌ରୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇଥାଏ। ଲଞ୍ଚ୍‌ ହେବା ପରେ ଏହାକୁ କୌଣସି କମାଣ୍ଡ ଦେବାକୁ ପଡ଼ି ନ ଥାଏ। ଏହା ୬ ଯାତ୍ରୀଙ୍କୁ ନେଇ ମହାକାଶ ଯାଇପାରିବ। ୧୯୬୧ ମସିହାର ମହାକାଶଚାରୀ ଆଲନ ଶେପାର୍ଡଙ୍କ ନାଁ ଅନୁସାରେ ଏହି କ୍ୟାପ୍‌ସୁଲର ନାମ ନ୍ୟୁ ଶେପାର୍ଡ ରଖାଯାଇଛି। ମହାକାଶକୁ ଯିବାରେ ଆଲନ ଶେପାର୍ଡ ହେଉଛନ୍ତି ପ୍ରଥମ ଆମେରିକୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

ଚାଇନାର ଅଜବ ଆଇନ: ଅସୁସ୍ଥ ପିଲାଙ୍କୁ ହସ୍ପିଟାଲ ହୋମଓ୍ବାର୍କ କରାଉଛନ୍ତି ଅଭିଭାବକ…

ବେଜିଂ,୨୯।୧୧: ଚାଇନାରେ ନିମୋନିଆ ବ୍ୟାପିବା ମଧ୍ୟରେ ପିଲାମାନଙ୍କଠାରେ ଶ୍ୱାସକ୍ରିୟା ସମସ୍ୟା ଦ୍ରୁତ ଗତିରେ ବ୍ୟାପୁଛି। ଏହାର ଚିକିତ୍ସା ପାଇଁ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି...

ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍‌ କଲା ବିମାନ

ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରି ଗୋଟିଏ ଦେଶରୁ...

ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ

ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘରେ ପାଲେଷ୍ଟାଇନମାନଙ୍କୁ ସମର୍ଥନ କଲା ଭାରତ

ନୁୟର୍କ, ୨୯।୧୧: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ...

କପ୍‌୨୮: ୟୁଏଇ ଆୟୋଜକ

ଅଗ୍ରଣୀ ତୈଳ ଉତ୍ପାଦନକାରୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ବର୍ଷ କପ୍‌୨୮ର ଆୟୋଜନ କରୁଛି। ଦୁବାଇରେ ଗୁରୁବାର ଆରମ୍ଭ ହେବାକୁ ଥିବା ବୈଶ୍ୱିକ ଜଳବାୟୁ...

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ...

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri