ଏହି ରାଜ୍ୟରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୫।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନା ଚେନ୍‌କୁ ଭାଙ୍ଗିବା ବିଭିନ୍ନ ରାଜ୍ୟର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ସଜାଗ ରହିଛନ୍ତି। ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ବୁଧବାର କେନ୍ଦ୍ର ସରକାର ଦଶମ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଦେଇଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରିଦେଇଛନ୍ତି। ଏହାପରେ ଅନ୍ୟ ରାଜ୍ୟଗୁଡ଼ିକ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିଥିଲେ। ଏହିକ୍ରମରେ ଗୁରୁବାର ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି। ମେ’ରେ ରାଜ୍ୟର ସ୍ଥିତି ସମୀକ୍ଷା ପରେ ନୂଆ ତାରିଖ ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ...

କୁପୋଷଣ ଦୂର କରିବାକୁ ବିଦ୍ୟାଳୟରେ ପରିବା ଚାଷ କରୁଛନ୍ତି ଛାତ୍ର

ବିଳାସପୁର,୩।୯: ଛତିଶଗଡ଼ର ବିଳାସପୁର ଜିଲା ମସ୍ତୁରି ବ୍ଲକରେ ରହିଛି ଶାସକୀୟ ବାଳକ ପୂର୍ବ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ଶିକ୍ଷକତା କରୁଥିବା ବାବୁଲାଲ କର୍ଷ ପ୍ରାୟ ୩...

ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି

ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।...

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ...

ଦେଶରେ ଅକ୍ସିଜେନ ଅଭାବରୁ ୧୫୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। କରୋନାର ଏହି ନୂଆ ଷ୍ଟ୍ରେନ୍‌ ସାଂଘାତିକ ହୋଇଥିବା ବେଳେ ଇତିମଧ୍ୟରେ ଦେଶରେ ଅକ୍ସିଜେନର...

ସଂକ୍ରମିତ ଅନୁଗୋଳ ଯୁବକ ଜୀବନବୀମା ଏଜେଣ୍ଟ

ଅନୁଗୋଳ ଅଫିସ, ୧୧।୫: ସକାଳେ ରିପୋର୍ଟ ଆସିଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଜଣେ ଅନୁଗୋଳ ସହରର ଯୁବକ ବୋଲି ଜଣାପଡ଼ିବା ପରେ ପ୍ରଶାସନ, ପୋଲିସ ଓ ସ୍ବାସ୍ଥ୍ୟ...

ଚାଲିପାରୁ ନ ଥିଲେ ସ୍ବାମୀ, ପିଠିରେ ବୋହି ଷ୍ଟେଶନ ନେଲେ ସ୍ତ୍ରୀ

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ...

ସ୍ବିସ୍‌ ବ୍ୟାଙ୍କ୍‌ରେ ୨୦ ହଜାର କୋଟି ଟପିଲା ଭାରତୀୟଙ୍କ ଜମାରାଶି

ନୂଆଦିଲ୍ଲୀ,୧୭।୬: ସ୍ବିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ...

Advertisement
Archives

Model This Week