ଜିଲାରେ ୨୬୫ ବଦଳରେ ଅଛନ୍ତି ୧୦୬ ଡାକ୍ତର

ନବରଙ୍ଗପୁର,୧୮।୨(ବି.ପ୍ର.): ସ୍ବାସ୍ଥ୍ୟ ହିଁ ସମ୍ପଦ। ସରକାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ନବରଙ୍ଗପୁରରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ କିନ୍ତୁ ବାସ୍ତବରେ ତାହା କାଗଜକଲମରେ ସୀମିତ ରହିଛି। ଏଠାରେ ଡାକ୍ତର ଅଭାବ। ତେଣୁ ଲୋକେ ଉନ୍ନତ ଚିକିତ୍ସା ପାଇଁ ବିଶାଖାପାଟଣା, ରାୟପୁର ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି।
ନବରଙ୍ଗପୁର ଜିଲାରେ ୧୦ ବ୍ଲକରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏଠାରେ ଗୋଟିଏ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଟିଏ ଉପଖଣ୍ଡ ଡାକ୍ତରଖାନା ରହିଛି। ୧୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୪୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏ ସବୁ ସ୍ଥାନରେ ଡାକ୍ତର ଅଭାବ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ସେମାନେ ଅନ୍ୟ ଜିଲା ଓ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ।
ନବରଙ୍ଗପୁର ଜିଲାରେ ମୋଟ ୨୬୫ ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ୧୦୬ ଜଣ ଡାକ୍ତର ଅଛନ୍ତି। ଜିଲାରେ ୧୫୯ଟି ଡାକ୍ତର ପଦବୀ ଖାଲି ରହିଛି। ମୋଟ ୬୮ଟି ବିଶେଷଜ୍ଞ ଡାକ୍ତର ରହିବା ବଦଳରେ ଅଛନ୍ତି ମାତ୍ର ୧୫ ଜଣ । ୮୩ ଜଣ ସ୍ଥାନରେ ଅଛନ୍ତି ୪୬ ଏମ୍‌ବିବିଏସ୍‌ ଡାକ୍ତର। ସେହିଭଳି ଏଲ୍‌ଟିଆର୍‌ଏମ୍‌ଓ (ଆଡହକ୍‌ /କଣ୍ଟ୍ରାକ୍‌ଚୁଆଲ ) ଡାକ୍ତର ୯୪ ଜଣ ରହିବା ପରିବର୍ତ୍ତେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ନବରଙ୍ଗପୁର ଜିଲାକୁ ହତାଦର କରୁଥିବା ଲୋକେ ଅଭିଯୋଗ କରୁଛନ୍ତି।
ଜିଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ନନ୍ଦାହାଣ୍ଡି ବ୍ଲକ, ପଡ଼ୋଶୀ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର, କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ପ୍ରାୟ ଦେଢ଼ଲକ୍ଷ ଲୋକ ନିର୍ଭର କରନ୍ତି। ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୯ ଡାକ୍ତର ପଦବୀ ରହିଛି। କିନ୍ତୁ ସରକାର ଓ ଜିଲା ସ୍ବାସ୍ଥ୍ୟ ବିଭାଗ ଅବହେଳା ଓ ଆନ୍ତରିକ ମନୋଭାବ ଅଭାବ ଯୋଗୁ ୨ ଜଣ ଡାକ୍ତର ଦିନରାତି ଅଛନ୍ତି। କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଚାପ ଅତ୍ୟଧିକ ପଡ଼ୁଛି। ସେଠାରେ ନିୟୋଜିତ ହେଉଥିବା ଡାକ୍ତରଙ୍କୁ ଅନ୍ୟତ୍ର ଡେପୁଟେଶନ କରାଯାଉଥିବା ଯୋଗୁ ଏହି ଚାପ ଅଧିକ ହେଉଛି। ଡାକ୍ତର ଓ ଟେକ୍ନିସିଆନ ଅଭାବରୁ ମେଶିନଗୁଡ଼ିକ ଖତ ଖାଉଥିବା ଦେଖିବାକୁ ମିଳିଛି। ସରକାର ଏହି ଜିଲାରେ ବାୟୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା କହି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ କିନ୍ତୁ ଡାକ୍ତର ଅଭାବରୁ ଲୋକେ ଉତ୍ତମ ଚିକିତ୍ସା ନ ପାଇ ପ୍ରାଣ ହରାଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି lଜିଲାର ୧୪ ଲକ୍ଷ ଲୋକ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଏଠାରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ୨୩ ଜଣ ବିଶେଷଜ୍ଞ ଡାକ୍ତର ବଦଳରେ ଅଛନ୍ତି ମାତ୍ର ୧୩ ଜଣ। ସେହିଭଳି ୧୭ଜଣ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୭ ଓ ଏଲ୍‌ଟିଆର୍‌ଏମ୍‌ଓ ଡାକ୍ତର ୩୨ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୨ ଜଣ । ଏଠାରେ ବିଶେଷଜ୍ଞ ଡାକ୍ତରଙ୍କ କଥା କହିଲେ ନ ସରେ। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ୫ଜଣ ପରିବର୍ତ୍ତେ ୨ ଜଣ, ମେଡିସିନ ବିଶେଷଜ୍ଞ ୨ ଜଣ ଅଦଳରେ ଜଣେ ଅଛନ୍ତି। ସେହିଭଳି ଏଠାରେ ଥିବା ୨ ଚକ୍ଷୁ ବିଶେଷଜ୍ଞ ପଦବୀ ଖାଲି ରହିଛି। ନିଦାନ ବିଶେଷଜ୍ଞ, ରଶ୍ମିରଞ୍ଜନ ବିଶେଷଜ୍ଞ, ଚର୍ମ ବିଶେଷଜ୍ଞ , ଇଏନ୍‌ଟି ବିଶେଷଜ୍ଞ ଓ ମାନସିକ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ରୋଗୀ ଏଠାକୁ ଆସିଲେ ଉତ୍ତମ ଚିକିତ୍ସା ନ ପାଇ ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟର ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଲୋକେ ଦାବି କରିଛନ୍ତି।
ଅନ୍ୟପଟେ ଜିଲାରେ ଡାକ୍ତର ଅଭାବ କଥାକୁ ନେଇ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀପ୍ରସାଦ ବେହେରା ସ୍ବୀକାର କରିବା ସହ ଏଥି ସକାଶେ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି। ତୁରନ୍ତ ସେଗୁଡ଼ିକ ପୂରଣ କରାଯାଇ ଜିଲାରେ ସ୍ବାସ୍ଥ୍ୟସେବା ଉନ୍ନତମାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?