ଇସ୍ରାଏଲ୍‌ ଆକ୍ରମଣରେ ୧୦୬ ମୃତ

ଜେରୁଜେଲମ୍‌/ଡେଇର୍‌ ଅଲ୍‌-ବଲାହ,୨୬ା୧୨: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍‌ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଡେଇର୍‌ ଅଲ୍‌-ବଲାହ ନିକଟରେ ହୋଇଥିବା ଆକ୍ରମଣରେ ୬୮ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ହୋଇଥିବାବେଳେ ୭ ଶିଶୁ ଅଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ୨୩ ଜଣ ନିହତ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁର ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ କହିଛି। ଡେଇର୍‌ ଅଲ୍‌-ବାଲାହ ପୂର୍ବ ଭାଗରେ ଥିବା ମାଘାଜି ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ ଯୋଗୁ ଶିଶୁଙ୍କ ସମେତ ଅନେକ ମୃତାହତ ହୋଇଛନ୍ତି। ଗାଜାର ଆଉ କୌଣସି ସ୍ଥାନ ନିରାପଦ ନୁହେଁ। ଇସ୍ରାଏଲ୍‌ ସୈନ୍ୟଙ୍କ ଟାର୍ଗେଟରେ ସମସ୍ତେ ରହିଥିବା ଅହମଦ ଟୁରୋକମନି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି। ସେ ତାଙ୍କ ପରିବାରର ବହୁ ସଦସ୍ୟଙ୍କୁ ଆକ୍ରମଣରେ ହରାଇଛନ୍ତି।
ଖ୍ରୀଷ୍ଟମାସର ପୂର୍ବ ରାତି ଆତଙ୍କରେ ଭରିଯାଇଥିଲା। ବୋମାମାଡ଼ରେ ଆକାଶ ଧୂଆଁମୟ ହୋଇଯାଇଥିଲା। ଇସ୍ରାଏଲ୍‌ ବୋମାମାଡ଼ ଜାରି ରଖିଥିବାରୁ ଖ୍ରୀଷ୍ଟମାସରେ ସେମାନେ ଖୁସି ଅନୁଭବ କରୁ ନ ଥିବା ପାଲେଷ୍ଟିନୀୟମାନେ କହିଛନ୍ତି। ଆକ୍ରମଣରେ ଗାଜାର ୨୦,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧ କେବେ ଶେଷ ହେବ ତାହା କହିହେଉ ନାହିଁ। ଏପରିକି ଯିଶୁଙ୍କ ଜନ୍ମସ୍ଥାନ ଓ୍ବେଷ୍ଟବ୍ୟାଙ୍କର ବେଥଲେହାମ୍‌ ସହରରେ ମଧ୍ୟ ଉତ୍ସବ ପାଳନ ହୋଇନାହିଁ। ସେଠାରେ ଖୁବ୍‌ କମ୍‌ ସଂଖ୍ୟାରେ ଉପାସକ ଏବଂ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି। ସବୁବର୍ଷ ଖ୍ରୀଷ୍ଟମାସରେ ସେଠାରେ ପ୍ରବଳ ଗହଳି ହୋଇଥାଏ। ଚଳିତ ବର୍ଷ ଇସ୍ରାଏଲ୍‌ ଆକ୍ରମଣ ଯୋଗୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଭୟରେ ସେଠାକୁ ଆସି ନାହାନ୍ତି। ଫଳରେ ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ଦୋକାନବଜାର ଖାଁଖାଁ। ଖ୍ରୀଷ୍ଟମାସରେ ବେଥ୍‌ଲେହାମ ବନ୍ଦ ରହିବା ଦୁଃଖଦାୟକ ବୋଲି ସେଠାର ଏକ ହୋଟେଲ ମାଲିକ ଜୋଏ କାନାଭଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri