Posted inରାଜ୍ୟ

ବିରୋଧୀଙ୍କ ଉପରେ ଭାରି ପଡିପାରେ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ BSKY ଯୋଜନା

ଭୁବନେଶ୍ୱର,୧୦ା୫: ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ। ୨ ଲକ୍ଷ ସରକାରୀ ଚାକିରି। ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ । ଚଳିତ ୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଏଭଳି ପୁଳାପୁଳା ପ୍ରତିଶ୍ରୁତି ଦେଇଛି।

ବିଜେଡିର ଏହି ଇସ୍ତାହାର ମାଧ୍ୟମରେ ବିରୋଧୀଙ୍କୁ ବଡ଼ ଚକମା ଦେଇଛି। ରାଜ୍ୟରେ ଭାଜପା ସହିତ ମେଣ୍ଟ କରିବା ଖବର ଆସିବା ପରେ ଏବଂ ଅନେକ ସ୍ଥାନରେ ଟିକେଟ ଆଶାୟୀ ଦଳ ଛାଡ଼ିବା ପରେ କେଉଁଠି ନାଁ କେଉଁଠି ବିଜେଡି ସାମାନ୍ୟ ସମସ୍ୟାରେ ପଡିଯାଇଥିଲା। ଏହାରି ମଧ୍ୟରେ ବିରୋଧୀଙ୍କୁ ପ୍ରତିହତ କରିବା ପାଇଁ ଦଳର ସୁପ୍ରିମୋ ନିଜେ ଜିଲା ଜିଲା ବୁଲି ପ୍ରଚାର କରୁଛନ୍ତି। ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଦଳ ପାଇଁ ଭୋଟ ମାଗୁଛନ୍ତି। ଏଭଳି ସମୟରେ ବିଜେଡିର ଏହି ଲୋଭନୀୟ ଇସ୍ତାହାର ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି କୁହାଯାଉଛି।

ଇସ୍ତାହାର ଘୋଷଣା କରିବା ସମୟରେ ନବୀନ କହିଛନ୍ତି ଯେ, ଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧିଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଏକ ଗରିବ ଓ ପଛୁଆ ରାଜ୍ୟର ପରିଚୟ ଆଜି ଇତିହାସ ହୋଇଯାଇଛି। ଏହି ଘୋଷଣାପତ୍ର ଓଡ଼ିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇବ। ୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶର ୧ ନମ୍ବର ରାଜ୍ୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଆସନ୍ତା ୨୦୩୬ରେ ହେବ। ଏହାର ଦୁଇ ବର୍ଷ ପୂର୍ବରୁ ଆମେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ।

ବିଜେଡି ଏହାର ଇସ୍ତାହାରରେ ଘୋଷଣା କରିଥିବା ଅନ୍ୟ ପ୍ରମୁଖ ଘୋଷଣା ହେଉଛି ଯୁବବର୍ଗଙ୍କ ପାଇଁ ୧୦ ବର୍ଷ ସକାଶେ ୧ ଲକ୍ଷ କୋଟିର ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ ହେବ । ଏଥିସହିତ ଆସନ୍ତା ୫ ବର୍ଷରେ ଯୁବବର୍ଗଙ୍କୁ ୨ ଲକ୍ଷ ସରକାରୀ ଚାକିରି ମଳିବ । ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ପ୍ରତିବର୍ଷ ଛାତ୍ରୀଙ୍କୁ ୧୪ ହଜାର, ଛାତ୍ରଙ୍କୁ ୧୨ ହଜାର ପ୍ରଦାନ କରାଯିବ । ୧୦୦ ୟୁନିଟ୍‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସେହିପରି କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଦିଆଯିବ । ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ ପ୍ରଦାନ କରାଯିବା ସହ ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । ଏଥିସହିତ ରାଜ୍ୟର ଐତିହ୍ୟଗୁଡିକର ସୁରକ୍ଷା ଓ ବିକାଶ ପାଇଁ ୧ ହଜାର କୋଟିର କର୍ପସ ପାଣ୍ଠି ଗଠନ କରାଯିବ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯିବା ସହ ୧୦୦ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଘୋଷଣା ହେବ। ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସ୍ବୟମ ଯୋଜନା ରାଶି ୨ ଲକ୍ଷକୁ ବୃଦ୍ଧି ହେବା ସହ ରାଜ୍ୟରେ ପ୍ରତିଷ୍ଠା ହେବ ଫ୍ୟାଶନ ଟେକ୍ନୋଲୋଜିି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?