ଗଞ୍ଜାମରେ ପନିପରିବା ଦର ଆକାଶଛୁଆ, ୧୦୦ ଟପିଲା ପିଆଜ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ କରୋନା କଟକଣା ତଥା ଲକ୍‌ଡାଉନ ଶଟ୍‌ଡାଉନରେ କାମଧନ୍ଦା କରି ନ ପାରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପନିପରିବା ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଏହି ଦର ଆକାଶଛୁଆଁ ହୋଇଯାଇଛି। ଫଳରେ ଗରିବ ଦିନ ମଜୁରିଆଙ୍କ ନିଦ ହଜିଯାଇଛି। ଆଳୁ କିଲୋ ପିଛା ୩୫ ଟଙ୍କା ଥିବା ବେଳେ ବାଇଗଣ କିଲୋ ୫୦ରୁ ୬୦, ପିଆଜ କିଲୋ ୧୦୦ ଟପିଛି। ସେହିପରି ସଜନା ଛୁଇଁ (ମୁନିକା )କିଲୋ ୮୦, ପୋଟଳ ୬୦, କାଙ୍କଡ଼ ୬୦, ଫୁଲ କୋବି ୬୦ରେ ବିକ୍ରି ହେଉଛି। ଅମୃତ ଭଣ୍ଡା, କୁନ୍ଦରି କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ।...

ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍‌ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା...

ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି।...

ରଟିଣାରେ ୩୫ ଜଣଙ୍କ ସ୍ବାବ ଟେଷ୍ଟ

ଖଇରା, ୪।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରୁ ରବିବାର ଜଣେ ୩୪ ବର୍ଷୀୟ କଲିକତା ଫେରନ୍ତା କରୋନା ସଂକ୍ରମିତ ଥିବା ଚିହ୍ନଟ...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି...

ତ୍ରିବେଣୀ ମଠ ଛକରେ ବିକ୍ରି ହେଉଛି ଅପମିଶ୍ରିତ ପେଟ୍ରୋଲ, ଡିଜେଲ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଗଞ୍ଜାମ, ୨୪।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ କିଛିମାସ ହେବ ଅପମିଶ୍ରିତ ଡିଜେଲ ଓ ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି l...

କର୍କଟ ରୋଗ୍‌ରେ ପୀଡିତ ରୂପ: ଉଷୋକଷା ଲାଗି ପରହର ଖୁରିଗିନା ମାଜୁଛନ୍‌

ଜାମଟିକ୍ରା, ୨୨।୮ (ଡି.ଏନ.ଏ):  ବରଗଡ଼ ଜିଲା ଅତାବିରା ଏନ୍‌ଏସି ଓ୍ବାର୍ଡ ନମ୍ବର ୧ର ବାସିନ୍‌ଦା ରୂପ ବଗର୍ତ୍ତି(୬୪)। ବଛ୍‌ରେ ଉପରେ ହେଲା ସେ କର୍କଟ ରୋଗ୍‌ରେ...

Advertisement

BGU

Archives

Model This Week

Why Dharitri