ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବାକୁ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ବିଦ୍ୟୁତ୍‌ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ୬ଟି ପଞ୍ଚାୟତର ୨୫ ଗ୍ରାମବାସୀ ଗମନାଗମନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଏସବୁ ପଞ୍ଚାୟତରେ ଥିବା ୧୦ଟି ମାଟି ରାସ୍ତାକୁ ପକ୍କା କରିବାକୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଛି। କିନ୍ତୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତର କତଡା ଠାରୁ ଟେନ୍ତୁଳିଖୋଳ ଯାଏ ୫ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇରହିଛି। ଏହା ଉପରେ ୨ ଶହ ଲୋକ ନିର୍ଭର କରୁଥିଲେ ମଧ୍ୟ ଏହାକୁ ମରାମତି କି ପକ୍କା କରାଯାଉ ନାହିଁ। ବିଶେଷକରି ରାସ୍ତାରେ ପଡ଼ୁଥିବା ପାହାଡ଼କୁ କାଟି ଭଲ ସଡ଼କଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁ ବର୍ଷ ହେବ ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁନାହିଁ। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀଠାରୁ ଅର୍ଜୁନଧରା ୩ କିଲୋମିଟର ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ଏହା ଉପରେ ସୋଲଣ୍ଡା, ଡଙ୍ଗାଧର, ଅର୍ଜୁନଧରା ଆଦି ଗ୍ରାମର ୧୫ଶହ ଲୋକ ନିର୍ଭରଶୀଳ। ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ୧୫ ମେ ୨୦୧୭ ଓ ୨୧ ଏପ୍ରିଲ ୨୦୧୯ରେ ଜିଲାପାଳ ଏବଂ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ପ୍ରତାପପୁର ଠାରୁ ଭାୟା ନୂଆଁ ବାଲିଖମଣ ଦେଇ ୩ କିଲୋମିଟର, ପ୍ରତାପପୁର ଠାରୁ ନୂଆଁ ଖୋଲାରେଗେଡ଼ା ୨ କିଲୋମିଟର ଓ ହିଞ୍ଜିରିଡାଠାରୁ ଖୋଲାରେଗେଡ଼ା ୪ କିଲୋମିଟର ରାସ୍ତା ପାଣି କାଦୁଅରେ ଭରିରହିଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତାଗୁଡ଼ିକର ଉନ୍ନତୀକରଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଉରୁକୁଳା ପଞ୍ଚାୟତର ଉରୁକୁଳାରୁ ଘନପୁର ୨ କିଲୋମିଟର ମାଟି ରାସ୍ତାକୁ ପକ୍କା କରାଯାଉ ନାହିଁ। ଆମ୍ବପାଳ ପଞ୍ଚାୟତ ନିକଟରେ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରୁ ଖଇରମୁଣ୍ଡା ଦେଇ ବାଦ୍ରିନାଳୀ ଗ୍ରାମକୁ ସଂଯୋଗ କରୁଥିବା ୩ କିଲୋମିଟର ମାଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ନିମନ୍ତେ ଖଇରାମୁଣ୍ଡା ଗ୍ରାମବାସୀ ୨୧ ଏପ୍ରିଲ ୨୦୧୭ରେ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଏଥିସହ ପୁସିଂ ବ୍ରିଜ ତଳେ ୨ ଫୁଟର ବର୍ଷା ପାଣି ଜମି ରହୁଥିବାରୁ ତାହାର ପ୍ରତିକାର ଦାବି କରିଥିଲେ। କିନ୍ତୁ ସେ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। କଣ୍ଟେଇକୋଳିଆ ପଞ୍ଚାୟତର କଣ୍ଟେଇକୋଳିଆ ଠାରୁ ଭାୟା ଦେହୁରିସାହି, ଦଳିତସାହି ଦେଇ ଚାରିଖମଣ ପର୍ଯ୍ୟନ୍ତ ୫ କିଲୋମିଟର, ଚାରିଖମଣରୁ ଭାଲିଆତଇଳା ୩ କିଲୋମିଟର ରାସ୍ତା ଶୋଚନୀୟ ହୋଇରହିଛି। ନାକିଚି ପଞ୍ଚାୟତ କମରେଇଠାରୁ ଭାୟା ଟକବା ଦେଇ ଉଡଲ ୧୩ କିଲୋମିଟର ରାସ୍ତାକୁ ମଧ୍ୟ ପକ୍କା କରିବାକୁ ଦାବି ହେଉଛି। ଏହି ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ଥିବାବେଳେ ଆର୍‌ଡି କିମ୍ବା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେଉନାହିଁ। ଟକବା ଠାରେ ଜଙ୍ଗଲ ବିଭାଗର ଏକ ବଙ୍ଗଳା ଥିବାବେଳେ ପିକ୍‌ନିକ୍‌ ସମୟରେ ସେଠାକୁ ବହୁ ପର୍ଯ୍ୟଟକ ଆସନ୍ତି। ହେଲେ ରାସ୍ତା କଦର୍ଯ୍ୟ ଯୋଗୁ ଅସନ୍ତୋଷ ଦେଖାଦେଉଛି। ଏ ନେଇ ଉଡଲ ଗ୍ରାମବାସୀ ୨୩ ମେ ୨୦୧୫ରେ ଏକ ଦାବିପତ୍ର ଜଙ୍ଗଲ ବିଭାଗର ଉଚ୍ଚଅଧିକାରୀଙ୍କୁ ଦେଇଥିଲେ ମଧ୍ୟ ସୁଫଳ ମିଳୁନାହଁି। ଉପରୋକ୍ତ ୧୦ଟି ମାଟି ରାସ୍ତାକୁ ତୁରନ୍ତ ପକ୍କା କରିବା ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

ଜଙ୍ଗଲ ବିଭାଗର ଅବହେଳା
ଉଡଲକୁ ସଂଯୋଗ କରୁଥିବା ରାସ୍ତା ଜଙ୍ଗଲ ବିଭାଗ ଅଧୀନରେ ରହିଛି। ଏହାକୁ ପକ୍କା କରିବା ନିମନ୍ତେ ଆବଶ୍ୟକ ପରିବେଶ ମଞ୍ଜୁରୀ ମିଳୁନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଅନୁପମା ସାହୁ, ନାକିଚି

କେବଳ ଅଭିଯୋଗ କରିଚାଲିଛୁ
ଉରୁକୁଳା ଠାରୁ ଘନପୁର ପର୍ଯ୍ୟନ୍ତ ମାଟି ରାସ୍ତାକୁ ପିଚୁ କରିବାକୁ ବହୁବାର ସ୍ଥାନୀୟ ଲୋକ ପ୍ରତିନିଧି, ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। କିନ୍ତୁ ପଦକ୍ଷେପ ନିଆଯାଉ ନ ଥିବାରୁ ୩ଟି ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି।
-ବଂଶୀଧର ସେଠୀ, ଉରୁକୁଳା

ପୁସିଂ ବ୍ରିଜ୍‌ରେ ପାଣି ଜମୁଛି
୫୫ନଂ. ଜାତୀୟ ରାଜପଥରୁ ବାଦ୍ରିନାଳୀ ଗ୍ରାମକୁ ଯାଇଥିବା ମାଟି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ବର୍ଷା ହେଲେ ଏଠାରେ ଥିବା ପୁସିଂ ବ୍ରିଜ୍‌ରେ ୨ ଫୁଟ ଉଚ୍ଚର ପାଣି ଜମି ରହୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନାହିଁ।
-ନିରାକାର ସାହୁ, ଖଇରମୁଣ୍ଡା

ରାତିରେ ଭୟ ବଢ଼ୁଛି
ଜଙ୍ଗଲ ଅଧ୍ୟୁଷିତ କଣ୍ଟେଇକୋଳିଆ ପଞ୍ଚାୟତରେ ଥିବା ମାଟି ରାସ୍ତାର ଉନ୍ନତି କରାଯାଉନାହଁି। ଫଳରେ ରାତିରେ ଜଙ୍ଗଲଜନ୍ତୁଙ୍କ ଭୟ ସହ କଦର୍ଯ୍ୟ ରାସ୍ତାରେ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହଁି।
-ଅମାତ କୁମାର ସାହୁ, କଣ୍ଟେଇକୋଳିଆ

ମେଡିକାଲ ଯିବାକୁ ହଇରାଣ ହେଉଛୁ
ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ଭରିଯାଉଛି। ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଏପରି ଅବସ୍ଥାରେ ରୋଗୀଙ୍କୁ ଠିକ୍‌ ସମୟରେ ମେଡିକାଲରେ ପହଞ୍ଚାଇବାକୁ ହଇରାଣ ହେବାକୁ ପଡ଼ୁଛି।
-ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା

ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ
କିଶୋରନଗର ବ୍ଲକରେ ଅନେକ ମାଟି ରାସ୍ତା ରହିଛି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରଶାସନ ନଜରକୁ ଆସିଛି। ସେଗୁଡ଼ିକୁ ଚିହ୍ନଟ କରାଯାଇ ପିଚୁ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ।
-ଶ୍ୟାମଳ କୁମାର ରାୟ, ବିଡିଓ, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି ବିଭାଗର ତତ୍ପରତା, ତାଲିମ…

ଦାରିଙ୍ଗବାଡି,୨୫।୬(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଓ ସଠିକ ଭାବେ କୃଷକଙ୍କ ନାମ ପଞ୍ଜିକୃତ କରାଇବାରେ କନ୍ଧମାଳ ଜିଲା ଦାରିଙ୍ଗବାଡି କୃଷି ବିଭାଗ ବଡ଼…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri