ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବାକୁ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ବିଦ୍ୟୁତ୍‌ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ୬ଟି ପଞ୍ଚାୟତର ୨୫ ଗ୍ରାମବାସୀ ଗମନାଗମନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମସ୍ୟା ଦୂର କରାଯାଉ ନାହିଁ। ଏସବୁ ପଞ୍ଚାୟତରେ ଥିବା ୧୦ଟି ମାଟି ରାସ୍ତାକୁ ପକ୍କା କରିବାକୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଛି। କିନ୍ତୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତର କତଡା ଠାରୁ ଟେନ୍ତୁଳିଖୋଳ ଯାଏ ୫ କିଲୋମିଟର ମାଟି ରାସ୍ତା ଶୋଚନୀୟ ହୋଇରହିଛି। ଏହା ଉପରେ ୨ ଶହ ଲୋକ ନିର୍ଭର କରୁଥିଲେ ମଧ୍ୟ ଏହାକୁ ମରାମତି କି ପକ୍କା କରାଯାଉ ନାହିଁ। ବିଶେଷକରି ରାସ୍ତାରେ ପଡ଼ୁଥିବା ପାହାଡ଼କୁ କାଟି ଭଲ ସଡ଼କଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁ ବର୍ଷ ହେବ ଦାବି କରିଆସୁଥିବା ବେଳେ କୌଣସି ସୁଫଳ ମିଳୁନାହିଁ। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀଠାରୁ ଅର୍ଜୁନଧରା ୩ କିଲୋମିଟର ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ଏହା ଉପରେ ସୋଲଣ୍ଡା, ଡଙ୍ଗାଧର, ଅର୍ଜୁନଧରା ଆଦି ଗ୍ରାମର ୧୫ଶହ ଲୋକ ନିର୍ଭରଶୀଳ। ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ୧୫ ମେ ୨୦୧୭ ଓ ୨୧ ଏପ୍ରିଲ ୨୦୧୯ରେ ଜିଲାପାଳ ଏବଂ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ପ୍ରତାପପୁର ଠାରୁ ଭାୟା ନୂଆଁ ବାଲିଖମଣ ଦେଇ ୩ କିଲୋମିଟର, ପ୍ରତାପପୁର ଠାରୁ ନୂଆଁ ଖୋଲାରେଗେଡ଼ା ୨ କିଲୋମିଟର ଓ ହିଞ୍ଜିରିଡାଠାରୁ ଖୋଲାରେଗେଡ଼ା ୪ କିଲୋମିଟର ରାସ୍ତା ପାଣି କାଦୁଅରେ ଭରିରହିଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତାଗୁଡ଼ିକର ଉନ୍ନତୀକରଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଉରୁକୁଳା ପଞ୍ଚାୟତର ଉରୁକୁଳାରୁ ଘନପୁର ୨ କିଲୋମିଟର ମାଟି ରାସ୍ତାକୁ ପକ୍କା କରାଯାଉ ନାହିଁ। ଆମ୍ବପାଳ ପଞ୍ଚାୟତ ନିକଟରେ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରୁ ଖଇରମୁଣ୍ଡା ଦେଇ ବାଦ୍ରିନାଳୀ ଗ୍ରାମକୁ ସଂଯୋଗ କରୁଥିବା ୩ କିଲୋମିଟର ମାଟି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ନିମନ୍ତେ ଖଇରାମୁଣ୍ଡା ଗ୍ରାମବାସୀ ୨୧ ଏପ୍ରିଲ ୨୦୧୭ରେ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଏଥିସହ ପୁସିଂ ବ୍ରିଜ ତଳେ ୨ ଫୁଟର ବର୍ଷା ପାଣି ଜମି ରହୁଥିବାରୁ ତାହାର ପ୍ରତିକାର ଦାବି କରିଥିଲେ। କିନ୍ତୁ ସେ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। କଣ୍ଟେଇକୋଳିଆ ପଞ୍ଚାୟତର କଣ୍ଟେଇକୋଳିଆ ଠାରୁ ଭାୟା ଦେହୁରିସାହି, ଦଳିତସାହି ଦେଇ ଚାରିଖମଣ ପର୍ଯ୍ୟନ୍ତ ୫ କିଲୋମିଟର, ଚାରିଖମଣରୁ ଭାଲିଆତଇଳା ୩ କିଲୋମିଟର ରାସ୍ତା ଶୋଚନୀୟ ହୋଇରହିଛି। ନାକିଚି ପଞ୍ଚାୟତ କମରେଇଠାରୁ ଭାୟା ଟକବା ଦେଇ ଉଡଲ ୧୩ କିଲୋମିଟର ରାସ୍ତାକୁ ମଧ୍ୟ ପକ୍କା କରିବାକୁ ଦାବି ହେଉଛି। ଏହି ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନରେ ଥିବାବେଳେ ଆର୍‌ଡି କିମ୍ବା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେଉନାହିଁ। ଟକବା ଠାରେ ଜଙ୍ଗଲ ବିଭାଗର ଏକ ବଙ୍ଗଳା ଥିବାବେଳେ ପିକ୍‌ନିକ୍‌ ସମୟରେ ସେଠାକୁ ବହୁ ପର୍ଯ୍ୟଟକ ଆସନ୍ତି। ହେଲେ ରାସ୍ତା କଦର୍ଯ୍ୟ ଯୋଗୁ ଅସନ୍ତୋଷ ଦେଖାଦେଉଛି। ଏ ନେଇ ଉଡଲ ଗ୍ରାମବାସୀ ୨୩ ମେ ୨୦୧୫ରେ ଏକ ଦାବିପତ୍ର ଜଙ୍ଗଲ ବିଭାଗର ଉଚ୍ଚଅଧିକାରୀଙ୍କୁ ଦେଇଥିଲେ ମଧ୍ୟ ସୁଫଳ ମିଳୁନାହଁି। ଉପରୋକ୍ତ ୧୦ଟି ମାଟି ରାସ୍ତାକୁ ତୁରନ୍ତ ପକ୍କା କରିବା ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

ଜଙ୍ଗଲ ବିଭାଗର ଅବହେଳା
ଉଡଲକୁ ସଂଯୋଗ କରୁଥିବା ରାସ୍ତା ଜଙ୍ଗଲ ବିଭାଗ ଅଧୀନରେ ରହିଛି। ଏହାକୁ ପକ୍କା କରିବା ନିମନ୍ତେ ଆବଶ୍ୟକ ପରିବେଶ ମଞ୍ଜୁରୀ ମିଳୁନାହିଁ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଅନୁପମା ସାହୁ, ନାକିଚି

କେବଳ ଅଭିଯୋଗ କରିଚାଲିଛୁ
ଉରୁକୁଳା ଠାରୁ ଘନପୁର ପର୍ଯ୍ୟନ୍ତ ମାଟି ରାସ୍ତାକୁ ପିଚୁ କରିବାକୁ ବହୁବାର ସ୍ଥାନୀୟ ଲୋକ ପ୍ରତିନିଧି, ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। କିନ୍ତୁ ପଦକ୍ଷେପ ନିଆଯାଉ ନ ଥିବାରୁ ୩ଟି ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି।
-ବଂଶୀଧର ସେଠୀ, ଉରୁକୁଳା

ପୁସିଂ ବ୍ରିଜ୍‌ରେ ପାଣି ଜମୁଛି
୫୫ନଂ. ଜାତୀୟ ରାଜପଥରୁ ବାଦ୍ରିନାଳୀ ଗ୍ରାମକୁ ଯାଇଥିବା ମାଟି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ବର୍ଷା ହେଲେ ଏଠାରେ ଥିବା ପୁସିଂ ବ୍ରିଜ୍‌ରେ ୨ ଫୁଟ ଉଚ୍ଚର ପାଣି ଜମି ରହୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନାହିଁ।
-ନିରାକାର ସାହୁ, ଖଇରମୁଣ୍ଡା

ରାତିରେ ଭୟ ବଢ଼ୁଛି
ଜଙ୍ଗଲ ଅଧ୍ୟୁଷିତ କଣ୍ଟେଇକୋଳିଆ ପଞ୍ଚାୟତରେ ଥିବା ମାଟି ରାସ୍ତାର ଉନ୍ନତି କରାଯାଉନାହଁି। ଫଳରେ ରାତିରେ ଜଙ୍ଗଲଜନ୍ତୁଙ୍କ ଭୟ ସହ କଦର୍ଯ୍ୟ ରାସ୍ତାରେ ଲୋକେ ଯିବାକୁ ବାଧ୍ୟ ହେଉଛନ୍ତି। ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହଁି।
-ଅମାତ କୁମାର ସାହୁ, କଣ୍ଟେଇକୋଳିଆ

ମେଡିକାଲ ଯିବାକୁ ହଇରାଣ ହେଉଛୁ
ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅରେ ଭରିଯାଉଛି। ପାଦରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ଏପରି ଅବସ୍ଥାରେ ରୋଗୀଙ୍କୁ ଠିକ୍‌ ସମୟରେ ମେଡିକାଲରେ ପହଞ୍ଚାଇବାକୁ ହଇରାଣ ହେବାକୁ ପଡ଼ୁଛି।
-ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା

ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ
କିଶୋରନଗର ବ୍ଲକରେ ଅନେକ ମାଟି ରାସ୍ତା ରହିଛି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରଶାସନ ନଜରକୁ ଆସିଛି। ସେଗୁଡ଼ିକୁ ଚିହ୍ନଟ କରାଯାଇ ପିଚୁ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯିବ।
-ଶ୍ୟାମଳ କୁମାର ରାୟ, ବିଡିଓ, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri