ଉପକୂଳ ଜଗିଛି ୧୦ ସୁନାମି ଆଲର୍ଟ ଟାୱାର

ମହାକାଳପଡ଼ା,୫ା୧୨(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର ଆଲର୍ଟ କେନ୍ଦ୍ର ୨୦୧୮ରେ ସ୍ଥାପନ କରାଯାଇଛି। ତନ୍ତିଆପାଳ, ଶାସନ, ରଟପଙ୍କ, ନରସିଂହପୁର, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ ମତ୍ସ୍ୟଜେଟି ନିକଟ, ବତୀଘର ପଞ୍ଚାୟତର ବଡଟୁବି, ଦକ୍ଷିଣ ବରକୋଳିଖୋଳା, କଜଳପାତିଆ ସହିତ ବ୍ଲକର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ସୁନାମୀ ସତର୍କ ସୂଚନା କେନ୍ଦ୍ର ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ବା ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ୨ କି.ମି.ଦୂରତା ପର୍ଯ୍ୟନ୍ତ ସାଇରନ ବାଜିବ। ଏହି ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ରକ୍ଷା କରିପାରିବେ।
ଅନ୍ୟପକ୍ଷେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ରୋଗୀ, ଗର୍ଭବତୀ, ଶିଶୁ, ଅସହାୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ କୁହାଯାଇଛି। ବିଶେଷ କରି ବ୍ଲକର କଣ୍ଡରାପାଟିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦେବାଶିଷ ରାଉତ କହିଛନ୍ତି, ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। କେହି ଯେମିତି ମୃତାହତ ନ ହୁଅନ୍ତି ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିମହାକାଳପଡ଼ା,୫ା୧୨(ଡି.ଏନ୍‌.ଏ.)
ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବାତ୍ୟା ଭୟ ଲାଗି ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି କୂଳ ଅଭିମୁଖେ ମାଡ଼ି ଆସିବ। ତେବେ ବ୍ଲକର ସମୁଦ୍ର ଉପକୂଳ ଅଞ୍ଚଳରେ ୧୦ଟି ସୁନାମୀ ଟାୱାର ଆଲର୍ଟ କେନ୍ଦ୍ର ୨୦୧୮ରେ ସ୍ଥାପନ କରାଯାଇଛି। ତନ୍ତିଆପାଳ, ଶାସନ, ରଟପଙ୍କ, ନରସିଂହପୁର, କଣ୍ଡରାପାଟିଆ, ଉତ୍ତର ଜମ୍ବୁ, ଜମ୍ବୁ ଲକ୍‌ ମତ୍ସ୍ୟଜେଟି ନିକଟ, ବତୀଘର ପଞ୍ଚାୟତର ବଡଟୁବି, ଦକ୍ଷିଣ ବରକୋଳିଖୋଳା, କଜଳପାତିଆ ସହିତ ବ୍ଲକର ମୂଖ୍ୟ କାର୍ଯ୍ୟାଳୟ ପରିସରରେ ସୁନାମୀ ସତର୍କ ସୂଚନା କେନ୍ଦ୍ର ରହିଛି। ସମୁଦ୍ରରେ ଉଚ୍ଚ ଜୁଆର ବା ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ୨ କି.ମି.ଦୂରତା ପର୍ଯ୍ୟନ୍ତ ସାଇରନ ବାଜିବ। ଏହି ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଉଚ୍ଚ ସ୍ଥାନକୁ ଯାଇ ଜୀବନ ରକ୍ଷା କରିପାରିବେ।
ଅନ୍ୟପକ୍ଷେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉପକୂଳ ଅଞ୍ଚଳରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମୁତୟନ କରାଯାଇଛି। ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ରୋଗୀ, ଗର୍ଭବତୀ, ଶିଶୁ, ଅସହାୟ ମହିଳା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପାଇଁ କୁହାଯାଇଛି। ବିଶେଷ କରି ବ୍ଲକର କଣ୍ଡରାପାଟିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ ସମ୍ପର୍କରେ ବିଡ଼ିଓ ଦେବାଶିଷ ରାଉତ କହିଛନ୍ତି, ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। କେହି ଯେମିତି ମୃତାହତ ନ ହୁଅନ୍ତି ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri