ଲୋଭରେ ବୁଡ଼ିଲା ୧୦ଲକ୍ଷ: ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ, ୧୫ା୯: ଶେୟାର ମାର୍କେଟରେ କମ୍‌ଦିନରେ ଟଙ୍କା ଦ୍ୱିଗୁଣିତ ହେବା ଆଶାରେ ଧାର ଉଧାର କରି ୧୦ ଲକ୍ଷ ଟଙ୍କା ଖଟାଇଥିବା ଜଣେ ବ୍ୟକ୍ତି ସର୍ବସ୍ବାନ୍ତ ହେବା ପରେ ବିଷପିଇ ଜୀବନ ହାରିଛନ୍ତି। ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧର୍ଲା ଗ୍ରାମରେ। ମୃତକ ହେଲେ ବିନୋଦ କୁମାର ଯାଦବ(୫୦)। ଶେୟାର ମାର୍କେଟର ଜଣେ ଦଲାଲଙ୍କ ହାବୁଡ଼ରେ ପଡ଼ିବା ପରେ ବିନୋଦଙ୍କ ଏଭଳି ଦୁର୍ଦ୍ଦଶା ହୋଇଛି।

ଶେୟାର ମାର୍କେଟରେ ଟଙ୍କା ବୁଡ଼ିଯିବା କଥା ଜାଣିବା ପରେ କିଛିଦିନ ହେଲା ବିନୋଦ କୁମାର ମାନସିକ ଅବସାଦରେ ଥିଲେ। ମଙ୍ଗଳବାର ସେ ବିଷ ପିଇ ଦେଇଥିବା ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ବିନୋଦଙ୍କ ସ୍ତ୍ରୀଙ୍କ ଅଭିଯୋଗ ହେଲା ଯେ, ଦିଲ୍ଲୀର ଜଣେ ଶେୟାର ମାର୍କେଟ ଦଲାଲ ଓମ୍‌ପ୍ରକାଶ ଶେୟାର ମାର୍କେଟରେ ଟଙ୍କା ଡବଲ ହେବା ଲୋଭ ଦେଖାଇ ବିନୋଦଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ। ବିନୋଦ ନିଜର ସମ୍ପତ୍ତି ବିକ୍ରି କରି ଏବଂ ବିଭିନ୍ନ ଲୋକଙ୍କଠାରୁ ଧାର ଉଧାର କରି ଶେୟାର ମାର୍କେଟ ଦଲାଲ ଓମ୍‌ପ୍ରକାଶଙ୍କୁ ଟଙ୍କା ଦେଇଥିଲେ। ଏପରିକି ତାଙ୍କ ସ୍ତ୍ରୀ ଏସ୍‌ଏଚ୍‌ଜି ଏବଂ ଅନ୍ୟମାନଙ୍କଠାରୁ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ଦେଇଥିଲେ। ବହୁ ଦିନ ଧରି ଟଙ୍କା ନ ମିଳିବାରୁ ଓମ୍‌ପ୍ରକାଶଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ବୁଝିଥିଲେ। ଏହାପରେ ଓମ୍‌ପ୍ରକାଶ ଦେଢ଼ ଲକ୍ଷ ଟଙ୍କାର ଏକ ଚେକ୍‌ ବିନୋଦଙ୍କୁ ଦେଇ ସ୍ଥାନୀୟ ବ୍ୟାଙ୍କରେ ଡିପୋଜିଟ କଲେ ଟଙ୍କା ପାଇବେ ଏବଂ ଏଭଳି ଚେକ୍‌ ମାଧ୍ୟମରେ ନିରନ୍ତର ବ୍ୟବଧାନରେ ଦୁଇଗୁଣା ଟଙ୍କା ଫେରି ପାଇବେ ବୋଲି କହିଥିଲେ। ବିନୋଦ ଉକ୍ତ ଚେକ୍‌କୁ ନେଇ ସ୍ଥାନୀୟ ଏକ ବ୍ୟାଙ୍କରେ ଡିପୋଜିଟ କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାପରେ ଓମ୍‌ପ୍ରକାଶଙ୍କ ସହ ଆଉ କୌଣସି ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଏଥିରୁ ବିନୋଦ ଠକାମିରେ ପଡିଥିବା ଜାଣିପାରିଥିଲେ। ଏପଟେ ଧାରଉଧାର ଦେଇଥିବା ଲୋକେ ଟଙ୍କା ଫେରସ୍ତ କରିବାକୁ ବିନୋଦଙ୍କୁ ବାରମ୍ବାର କହିଥିଲେ। ଏହି ଚାପରେ ମାନସିକ ବିଷାଦଗ୍ରସ୍ତ ହୋଇ ଶେଷରେ ବିନୋଦ ବିଷ ପିଇ ଦେଇଥିବା ଜଣାପଡିଛି। ବିନୋଦଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ପରିବାର ଲୋକଙ୍କୁ ଦିଆଯାଇଥିଲା। ଘଟଣା ସମ୍ପର୍କରେ ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରାଙ୍କୁ ପଚାରିବାରୁ ଟଙ୍କା ଠକେଇ ନେଇ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri