ଲୋଭରେ ବୁଡ଼ିଲା ୧୦ଲକ୍ଷ: ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ, ୧୫ା୯: ଶେୟାର ମାର୍କେଟରେ କମ୍‌ଦିନରେ ଟଙ୍କା ଦ୍ୱିଗୁଣିତ ହେବା ଆଶାରେ ଧାର ଉଧାର କରି ୧୦ ଲକ୍ଷ ଟଙ୍କା ଖଟାଇଥିବା ଜଣେ ବ୍ୟକ୍ତି ସର୍ବସ୍ବାନ୍ତ ହେବା ପରେ ବିଷପିଇ ଜୀବନ ହାରିଛନ୍ତି। ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧର୍ଲା ଗ୍ରାମରେ। ମୃତକ ହେଲେ ବିନୋଦ କୁମାର ଯାଦବ(୫୦)। ଶେୟାର ମାର୍କେଟର ଜଣେ ଦଲାଲଙ୍କ ହାବୁଡ଼ରେ ପଡ଼ିବା ପରେ ବିନୋଦଙ୍କ ଏଭଳି ଦୁର୍ଦ୍ଦଶା ହୋଇଛି।

ଶେୟାର ମାର୍କେଟରେ ଟଙ୍କା ବୁଡ଼ିଯିବା କଥା ଜାଣିବା ପରେ କିଛିଦିନ ହେଲା ବିନୋଦ କୁମାର ମାନସିକ ଅବସାଦରେ ଥିଲେ। ମଙ୍ଗଳବାର ସେ ବିଷ ପିଇ ଦେଇଥିବା ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ବିନୋଦଙ୍କ ସ୍ତ୍ରୀଙ୍କ ଅଭିଯୋଗ ହେଲା ଯେ, ଦିଲ୍ଲୀର ଜଣେ ଶେୟାର ମାର୍କେଟ ଦଲାଲ ଓମ୍‌ପ୍ରକାଶ ଶେୟାର ମାର୍କେଟରେ ଟଙ୍କା ଡବଲ ହେବା ଲୋଭ ଦେଖାଇ ବିନୋଦଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ। ବିନୋଦ ନିଜର ସମ୍ପତ୍ତି ବିକ୍ରି କରି ଏବଂ ବିଭିନ୍ନ ଲୋକଙ୍କଠାରୁ ଧାର ଉଧାର କରି ଶେୟାର ମାର୍କେଟ ଦଲାଲ ଓମ୍‌ପ୍ରକାଶଙ୍କୁ ଟଙ୍କା ଦେଇଥିଲେ। ଏପରିକି ତାଙ୍କ ସ୍ତ୍ରୀ ଏସ୍‌ଏଚ୍‌ଜି ଏବଂ ଅନ୍ୟମାନଙ୍କଠାରୁ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ଦେଇଥିଲେ। ବହୁ ଦିନ ଧରି ଟଙ୍କା ନ ମିଳିବାରୁ ଓମ୍‌ପ୍ରକାଶଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ବୁଝିଥିଲେ। ଏହାପରେ ଓମ୍‌ପ୍ରକାଶ ଦେଢ଼ ଲକ୍ଷ ଟଙ୍କାର ଏକ ଚେକ୍‌ ବିନୋଦଙ୍କୁ ଦେଇ ସ୍ଥାନୀୟ ବ୍ୟାଙ୍କରେ ଡିପୋଜିଟ କଲେ ଟଙ୍କା ପାଇବେ ଏବଂ ଏଭଳି ଚେକ୍‌ ମାଧ୍ୟମରେ ନିରନ୍ତର ବ୍ୟବଧାନରେ ଦୁଇଗୁଣା ଟଙ୍କା ଫେରି ପାଇବେ ବୋଲି କହିଥିଲେ। ବିନୋଦ ଉକ୍ତ ଚେକ୍‌କୁ ନେଇ ସ୍ଥାନୀୟ ଏକ ବ୍ୟାଙ୍କରେ ଡିପୋଜିଟ କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାପରେ ଓମ୍‌ପ୍ରକାଶଙ୍କ ସହ ଆଉ କୌଣସି ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। ଏଥିରୁ ବିନୋଦ ଠକାମିରେ ପଡିଥିବା ଜାଣିପାରିଥିଲେ। ଏପଟେ ଧାରଉଧାର ଦେଇଥିବା ଲୋକେ ଟଙ୍କା ଫେରସ୍ତ କରିବାକୁ ବିନୋଦଙ୍କୁ ବାରମ୍ବାର କହିଥିଲେ। ଏହି ଚାପରେ ମାନସିକ ବିଷାଦଗ୍ରସ୍ତ ହୋଇ ଶେଷରେ ବିନୋଦ ବିଷ ପିଇ ଦେଇଥିବା ଜଣାପଡିଛି। ବିନୋଦଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ବୁଧବାର ପରିବାର ଲୋକଙ୍କୁ ଦିଆଯାଇଥିଲା। ଘଟଣା ସମ୍ପର୍କରେ ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରାଙ୍କୁ ପଚାରିବାରୁ ଟଙ୍କା ଠକେଇ ନେଇ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ କବିତା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?