୧୦ ଲକ୍ଷ ଏକର ଜଙ୍ଗଲ ପାଉଁଶ

ସାନ୍‌ ଫ୍ରାନ୍‌ସିସ୍କୋ,୨୪।୮ : ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଇଛି। ଏହି ବନାଗ୍ନି ମାତ୍ର ସପ୍ତାହେ ମଧ୍ୟରେ ୧୦ ଲକ୍ଷ ଏକର ଜଙ୍ଗଲକୁ ମାଡ଼ି ପାଉଁଶ କରିଦେଇଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏହାସହ ହଜାର ହଜାର ଘର ଜଳିପୋଡ଼ି ଧ୍ୱଂସ ହୋଇଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ବ୍ୟାପିବାରୁ ରୋକିବା ପାଇଁ ଲଗାତର ଉଦ୍ୟମ ଚଳାଇଛନ୍ତି। ତେବେ ସପ୍ତାହାନ୍ତରେ ପାଣିପାଗ ବଦଳିଲେ ନିଆଁ ଆହୁରି ଦ୍ରୁତଗତିରେ ଅନ୍ୟ ଦିଗକୁ ବ୍ୟାପିବା ଆଶଙ୍କା କରାଯାଉଛି।
ସାନ୍‌ ଫ୍ରାନ୍‌ସିସ୍କୋ ଉପସାଗରୀୟ କ୍ଷେତ୍ରର ଦୁଇପଟେ ଲାଗିଥିବା ନିଆଁ ଆକାର ଦୃଷ୍ଟିରୁ କାଲିଫର୍ନିଆ ଇତିହାସରେ ବନାଗ୍ନିର ସବୁ ରେକର୍ଡ ଭାଙ୍ଗିଦେଇଛି। ଅଗଷ୍ଟ ୧୫ ପରଠାରୁ ୧୨,୦୦୦ରୁ ଅଧିକ ଥର ବଜ୍ରପାତ ହେଲାଣି। ଏଥିରେ ୫୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଛି। ରାଜ୍ୟର ସବୁଠୁ ପୁରୁଣା ପାର୍କ ରେଡ୍‌ଉଡ୍ସ ଜଳିଯାଇଛି। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ ରାଜ୍ୟର ଦମକଳ ବାହିନୀର ଚିନ୍ତା ବଢ଼ିଯାଇଛି। ଏହି ଜରୁରୀ ସ୍ଥିତିରୁ ମୁକୁଳିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ସଂଘୀୟ ସହାୟତା ପ୍ରଦାନ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। କାଲିଫର୍ନିଆ ଗଭର୍ନର ଗୋବିନ ନ୍ୟୁଜୋମ୍‌ ଏକ ବିବୃତିରେ କହିଛନ୍ତି, ଏହି ଘୋଷଣା ସଙ୍କଟ ସମୟରେ ନିଆଁ ପ୍ରଭାବିତ କାଉଣ୍ଟିର ଲୋକଙ୍କୁ ଘର ଓ ଅନ୍ୟ ସାମାଜିକ ସେବା ଯୋଗାଇଦେବାରେ ସହାୟକ ହେବ। ପରିବର୍ତ୍ତନଶୀଳ ପାଣିପାଗ ଯୋଗୁ ନୂଆ ସ୍ଥାନଗୁଡ଼ିକରେ ନିଆଁ ଲାଗିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଓ ସ୍ଥାନୀୟ ଅଧିକାରୀମାନେ ବିପଜ୍ଜନକ କ୍ଷେତ୍ରର ନିବାସୀଙ୍କୁ କୌଣସି ସମୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ କରାଇଛନ୍ତି। ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ହାଲୁକା ପବନ, ଥଣ୍ଡା ଓ ଆର୍ଦ୍ରତା ବୃଦ୍ଧି ରାତିରେ କାମ କରିବା ପାଇଁ ସେମାନଙ୍କୁ ସୁବିଧା ହୋଇଛି। କିନ୍ତୁ ଗରମ, ଶୁଷ୍କ ପାଗ, ଖୁବ୍‌ ଜୋର୍‌ରେ ପବନ ବହିବା ଓ ବଜ୍ରପାତ ହେବ ବୋଲି ଅନୁମାନ କରାଯାଉଥିବାରୁ ସେମାନଙ୍କ ନିଆଁଲିଭା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ। ନ୍ୟାଶନାଲ ଓ୍ବେଦର ସର୍ଭିସେସ୍‌ ପକ୍ଷରୁ ରବିବାର ସକାଳୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଉପସାଗରୀୟ କ୍ଷେତ୍ର ଓ କେନ୍ଦ୍ରୀୟ ଉପକୂଳ ନିକଟରେ ଆହୁରି ଭୟଙ୍କର ନିଆଁ ଲାଗିବା ନେଇ ଚେତାବନୀ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri