ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧୦ କୋଟି

ଗୁଣପୁର,୩ା୨(ଡି.ଏନ୍‌.ଏ.) ବହୁ ଦାବି ପରେ ୨୦୧୭-୧୮ ସାଧାରଣ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବାରୁୁ ଗୁଣପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ମଙ୍ଗଳବାର ଉପସ୍ଥାପିତ ରେଳ ବଜେଟରେ ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥର ସମ୍ପ୍ରସାରଣ ପାଇଁ ମାତ୍ର ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାକୁ ନେଇ ଗୁଣପୁର ସମେତ ସମଗ୍ର ରାୟଗଡ଼ା ଜିଲାରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଓଡ଼ିଶାରୁ ଅଶ୍ୱିନି ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଲୋକଙ୍କ ମଧ୍ୟରେ ଏହି ରେଳପଥକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ ଆଶା ସଞ୍ଚାର ହୋଇଥିଲା। ମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ ସମୟରେ ରେଳ ବିକାଶ ମଞ୍ଚ ପକ୍ଷରୁ ସାଇକେଲ ଯାତ୍ରା କରି ସ୍ମାରକ ପତ୍ର ଦେଇଥିଲେ। ଏପରିକି ମନ୍ତ୍ରୀ ରେଳରେ ଯାତ୍ରା କରବା ସମୟରେ ଗୁଣପୁରଠାରୁ ଥେରୁବାଲିକୁ ରେଳ ସଂଯୋଗ ନେଇ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମଧ୍ୟ ଅଞ୍ଚଳବାସୀ ଅନୁରୋଧ କରିଥିଲେ। ତଥାପି ରେଳ ବଜେଟରେ ୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ ଘୋଷଣା ହେବା ପରେ ଅଞ୍ଚଳବାସୀ ପୁଣି ନିରାଶ ହୋଇଛନ୍ତି। ଏହି ପ୍ରକଳ୍ପ ଏବେ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ଗୁଣପୁର-ଥେରୁବାଲି ଦୀର୍ଘ ୭୯.୧୫ କି.ମି. ରେଳପଥ ପାଇଁ ସବୁଜ ସଙ୍କେତ ମିଳିବା ସହ ଏହାର ନିର୍ମାଣ ପାଇଁ ୯୩୫.୭୨ କୋଟି ବ୍ୟୟ ଅଟକଳ ରଖାଯାଇଥିଲା। ପରବର୍ତ୍ତି ମୂହୁର୍ତ୍ତରେ ରେଳପଥର ବ୍ୟୟ ଅଟକଳ ବୃଦ୍ଧି ପାଇଥିଲା। ଡିପିଆର୍‌(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପରେ ଏହାର ଖର୍ଚ୍ଚ ବଢ଼ି ୧୩୯୮ କୋଟି ଟଙ୍କାରେ ପହଞ୍ଚିଛି। ହେଲେ ରେଳ ବିଭାଗ ଏହି ରେଳପଥ ଲାଭ ଦାୟକ ନୁହେଁ ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ମଗଣା ଜମି ଏବଂ ୫୦ ପ୍ରତିଶତ ଅର୍ଥ ବିନିଯୋଗ କରିବାକୁ କହିଥିଲେ। ରାଜ୍ୟ ସରକାର ମଗାଣା ଜମି ଦେବାକୁ ସମ୍ମତି ଜଣାଇଥିଲେ ମଧ୍ୟ ପ୍ରକଳ୍ପର ଅଧା ଖର୍ଚ୍ଚ ନେଇ ବର୍ତ୍ତମାନ ସୁଧା ନିରବ ରହିଛନ୍ତି। ଏହି ରେଳପଥ ପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗୁଣପୁର-ଥେରୁବାଲି ରେଳପଥ ପାଇଁ ଅଗଷ୍ଟ ୨୦୧୬ରେ ସର୍ଭେ ହୋଇ ୨୩୨.୩୭ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଦୀର୍ଘ ୧୧ ବର୍ଷ କାଳ ପ୍ରକଳ୍ପ ନାଲି ଫିତା ତଳେ ପଡ଼ିରହିବା ଯୋଗୁ ଏହାର ଅଟକଳ ମୂଲ୍ୟ ବୃଦ୍ଧି ପାଇଥିଲା। ପ୍ରକଳ୍ପ କାର୍ଯ୍ୟ ୬ ବର୍ଷ ତଥା ୨୦୨୩ ସୁଦ୍ଧା ସରିବା ଲକ୍ଷ୍ୟ ରଖାଯାଇଥିଲା। ଶତାୟୁ ଏହି ରେଳପଥର ବିକାଶ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଦାବି ଜଣାଇବା ସହ ରାଜ୍ୟ ସରକର ପ୍ରକଳ୍ପର ଅଧା ଖର୍ଚ୍ଚ ବହନ ନେଇ ମୁହଁ ଖୋଲନ୍ତୁ ବୋଲି ଗୁଣପୁରର ସାମାଜିକ କର୍ମୀ ଅକ୍ଷୟ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri