ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧୦ କୋଟି

ଗୁଣପୁର,୩ା୨(ଡି.ଏନ୍‌.ଏ.) ବହୁ ଦାବି ପରେ ୨୦୧୭-୧୮ ସାଧାରଣ ବଜେଟରେ ଗୁଣପୁର-ଥେରୁବାଲି ରେଳପଥ ସ୍ଥାନ ପାଇଥିଲା। ଦୀର୍ଘ ୪୭ ବର୍ଷ ପରେ ଏହି ଦାବି ପୂରଣ ହୋଇଥିବାରୁୁ ଗୁଣପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ମଙ୍ଗଳବାର ଉପସ୍ଥାପିତ ରେଳ ବଜେଟରେ ନୌପଡ଼ା-ଗୁଣପୁର-ଥେରୁବାଲି ରେଳପଥର ସମ୍ପ୍ରସାରଣ ପାଇଁ ମାତ୍ର ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାକୁ ନେଇ ଗୁଣପୁର ସମେତ ସମଗ୍ର ରାୟଗଡ଼ା ଜିଲାରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଓଡ଼ିଶାରୁ ଅଶ୍ୱିନି ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଲୋକଙ୍କ ମଧ୍ୟରେ ଏହି ରେଳପଥକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନେକ ଆଶା ସଞ୍ଚାର ହୋଇଥିଲା। ମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ ସମୟରେ ରେଳ ବିକାଶ ମଞ୍ଚ ପକ୍ଷରୁ ସାଇକେଲ ଯାତ୍ରା କରି ସ୍ମାରକ ପତ୍ର ଦେଇଥିଲେ। ଏପରିକି ମନ୍ତ୍ରୀ ରେଳରେ ଯାତ୍ରା କରବା ସମୟରେ ଗୁଣପୁରଠାରୁ ଥେରୁବାଲିକୁ ରେଳ ସଂଯୋଗ ନେଇ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମଧ୍ୟ ଅଞ୍ଚଳବାସୀ ଅନୁରୋଧ କରିଥିଲେ। ତଥାପି ରେଳ ବଜେଟରେ ୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ ଘୋଷଣା ହେବା ପରେ ଅଞ୍ଚଳବାସୀ ପୁଣି ନିରାଶ ହୋଇଛନ୍ତି। ଏହି ପ୍ରକଳ୍ପ ଏବେ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ଗୁଣପୁର-ଥେରୁବାଲି ଦୀର୍ଘ ୭୯.୧୫ କି.ମି. ରେଳପଥ ପାଇଁ ସବୁଜ ସଙ୍କେତ ମିଳିବା ସହ ଏହାର ନିର୍ମାଣ ପାଇଁ ୯୩୫.୭୨ କୋଟି ବ୍ୟୟ ଅଟକଳ ରଖାଯାଇଥିଲା। ପରବର୍ତ୍ତି ମୂହୁର୍ତ୍ତରେ ରେଳପଥର ବ୍ୟୟ ଅଟକଳ ବୃଦ୍ଧି ପାଇଥିଲା। ଡିପିଆର୍‌(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପରେ ଏହାର ଖର୍ଚ୍ଚ ବଢ଼ି ୧୩୯୮ କୋଟି ଟଙ୍କାରେ ପହଞ୍ଚିଛି। ହେଲେ ରେଳ ବିଭାଗ ଏହି ରେଳପଥ ଲାଭ ଦାୟକ ନୁହେଁ ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ମଗଣା ଜମି ଏବଂ ୫୦ ପ୍ରତିଶତ ଅର୍ଥ ବିନିଯୋଗ କରିବାକୁ କହିଥିଲେ। ରାଜ୍ୟ ସରକାର ମଗାଣା ଜମି ଦେବାକୁ ସମ୍ମତି ଜଣାଇଥିଲେ ମଧ୍ୟ ପ୍ରକଳ୍ପର ଅଧା ଖର୍ଚ୍ଚ ନେଇ ବର୍ତ୍ତମାନ ସୁଧା ନିରବ ରହିଛନ୍ତି। ଏହି ରେଳପଥ ପାଇଁ ପ୍ରଥମ ପର୍ଯ୍ୟାୟରେ ୧କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗୁଣପୁର-ଥେରୁବାଲି ରେଳପଥ ପାଇଁ ଅଗଷ୍ଟ ୨୦୧୬ରେ ସର୍ଭେ ହୋଇ ୨୩୨.୩୭ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଦୀର୍ଘ ୧୧ ବର୍ଷ କାଳ ପ୍ରକଳ୍ପ ନାଲି ଫିତା ତଳେ ପଡ଼ିରହିବା ଯୋଗୁ ଏହାର ଅଟକଳ ମୂଲ୍ୟ ବୃଦ୍ଧି ପାଇଥିଲା। ପ୍ରକଳ୍ପ କାର୍ଯ୍ୟ ୬ ବର୍ଷ ତଥା ୨୦୨୩ ସୁଦ୍ଧା ସରିବା ଲକ୍ଷ୍ୟ ରଖାଯାଇଥିଲା। ଶତାୟୁ ଏହି ରେଳପଥର ବିକାଶ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଦାବି ଜଣାଇବା ସହ ରାଜ୍ୟ ସରକର ପ୍ରକଳ୍ପର ଅଧା ଖର୍ଚ୍ଚ ବହନ ନେଇ ମୁହଁ ଖୋଲନ୍ତୁ ବୋଲି ଗୁଣପୁରର ସାମାଜିକ କର୍ମୀ ଅକ୍ଷୟ ଦାସ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri