ଭୋକ ଉପାସରେ ୧୦ ଦୃଷ୍ଟିହୀନ

ସୋର, ୧୧।୯(ଡି.ଏନ.ଏ.)-ଭୋକ ପାଇଁ ଡହଳବିକଳ ହେଉଛନ୍ତି ୧୦ଜଣ ଦୃଷ୍ଟିହୀନ ଯୁବତୀଯୁବକ। କୋଭିଡ୍‌ କଟକଣା ଯୋଗୁ ସେମାନେ ନାହଁି ନ ଥିବା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଦୃଷ୍ଟିହୀନ ଯୁବତୀଯୁବକ ସୋର ମ୍ୟୁନିସିପାଲିଟିର ଇଟୁଆ ଗ୍ରାମରେ ଏକ ଭଡ଼ାଘରେ ରହିଆସୁଛନ୍ତି। ବିଭିନ୍ନ ଛକ, ସାଂସ୍କୃତିକ ଅନୁଷ୍ଠାନ ଓ ପୂଜା ପର୍ବରେ ମେଲୋଡ଼ି କରି ପେଟ ପୋଷିଥାନ୍ତି। ସେମାନେ ଓଁକାର ଭଜନ ଅମୃତ ସମର୍ପଣ ଦୃଷ୍ଟିହୀନ ନାମରେ ଏକ ମେଲୋଡ଼ି ଅନୁଷ୍ଠାନ କରିଛନ୍ତି। ଏହାର ଦାୟିତ୍ୱ ନେଇଛନ୍ତି ସୋର ବ୍ଲକ ମାଣିପୁର ପଞ୍ଚାୟତ ଛତରା ଗ୍ରାମର ଦୃଷ୍ଟିହୀନ ଯୁବକ ସଞ୍ଜୟ ଶଙ୍ଖୁଆ। ସେ ୯୦ଭାଗ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ହଁି ସାହାରା କରିଛନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସି ରହିଥିବା ଦୃଷ୍ଟିହୀନମାନେ। କୋଭିଡ କଟକଣା ଯୋଗୁ ସେ ମେଲୋଡ଼ି କାର୍ଯ୍ୟକ୍ରମ କରିପାରୁନାହାନ୍ତି। ଫଳରେ ଅଧିକାଂଶ ସମୟ ସେମାନଙ୍କ ଓପାସରେ ଦିନ କାଟୁଛନ୍ତି। କାଁ ଭାଁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପରସ୍ପର ରୋଷେଇ କରି ଖାଇଥାନ୍ତି। ଭଡ଼ାରେ ବାଦ୍ୟଯନ୍ତ୍ର ଆଣି ମେଲୋଡ଼ି ଭଜନ କାର୍ଯ୍ୟକ୍ରମ କରିଥାନ୍ତି। କୋଭିଡ୍‌ ପରିସ୍ଥିତି ସମୟରେ ସେମାନଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହଁି। ଅନେକ ଭିନ୍ନକ୍ଷମ ଭତ୍ତା ଓ ହ୍ବାଇଟ୍‌ ଷ୍ଟିକ୍‌ (ଆଶାବାଡ଼ି) ପାଇପାରି ନାହାନ୍ତି। ସଞ୍ଜୟ ଏଭଳି ପରିସ୍ଥିତିରେ ଜଣେ ଶିକ୍ଷିତ ଦୃଷ୍ଟିହୀନ ଯୁବତୀ ଭବାନୀପାଟଣା ଅଞ୍ଚଳର କରିସ୍ମା ନାୟକଙ୍କୁ ବିବାହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀରରୁ ଭୀମ ମହାନନ୍ଦ, ବାଲିଆପାଳରୁ ନରେନ୍ଦ୍ର ଗିରି, ତପନ ମାହାନ୍ନା, ଗୋପାଳପୁରରୁ ସୁରେନ୍ଦ୍ର ବେହେରା, କୁଜଙ୍ଗରୁ ପ୍ରଦୀପ ସ୍ବାଇଁ, ରୂପ୍‌ସାରୁ ମନୋଜ ଜେନା, ଔପଦାରୁ ପ୍ରଶାନ୍ତ ନାୟକ, ବାଙ୍ଗିରିପୋଷିରୁ ଚନ୍ଦ୍ରମୋହନ ଟୁଡୁ, ଖୋର୍ଦ୍ଧାରୁ ସୁନୀଲ ସେନାପତି ପେଟ ପାଇଁ ଏଠି ପଡ଼ିରହିଛନ୍ତି। ତେବେ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ସହିତ ସମସ୍ତଙ୍କୁ ବାଦ୍ୟଯନ୍ତ୍ର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?