ଭୋକ ଉପାସରେ ୧୦ ଦୃଷ୍ଟିହୀନ

ସୋର, ୧୧।୯(ଡି.ଏନ.ଏ.)-ଭୋକ ପାଇଁ ଡହଳବିକଳ ହେଉଛନ୍ତି ୧୦ଜଣ ଦୃଷ୍ଟିହୀନ ଯୁବତୀଯୁବକ। କୋଭିଡ୍‌ କଟକଣା ଯୋଗୁ ସେମାନେ ନାହଁି ନ ଥିବା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ଦୃଷ୍ଟିହୀନ ଯୁବତୀଯୁବକ ସୋର ମ୍ୟୁନିସିପାଲିଟିର ଇଟୁଆ ଗ୍ରାମରେ ଏକ ଭଡ଼ାଘରେ ରହିଆସୁଛନ୍ତି। ବିଭିନ୍ନ ଛକ, ସାଂସ୍କୃତିକ ଅନୁଷ୍ଠାନ ଓ ପୂଜା ପର୍ବରେ ମେଲୋଡ଼ି କରି ପେଟ ପୋଷିଥାନ୍ତି। ସେମାନେ ଓଁକାର ଭଜନ ଅମୃତ ସମର୍ପଣ ଦୃଷ୍ଟିହୀନ ନାମରେ ଏକ ମେଲୋଡ଼ି ଅନୁଷ୍ଠାନ କରିଛନ୍ତି। ଏହାର ଦାୟିତ୍ୱ ନେଇଛନ୍ତି ସୋର ବ୍ଲକ ମାଣିପୁର ପଞ୍ଚାୟତ ଛତରା ଗ୍ରାମର ଦୃଷ୍ଟିହୀନ ଯୁବକ ସଞ୍ଜୟ ଶଙ୍ଖୁଆ। ସେ ୯୦ଭାଗ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ହଁି ସାହାରା କରିଛନ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସି ରହିଥିବା ଦୃଷ୍ଟିହୀନମାନେ। କୋଭିଡ କଟକଣା ଯୋଗୁ ସେ ମେଲୋଡ଼ି କାର୍ଯ୍ୟକ୍ରମ କରିପାରୁନାହାନ୍ତି। ଫଳରେ ଅଧିକାଂଶ ସମୟ ସେମାନଙ୍କ ଓପାସରେ ଦିନ କାଟୁଛନ୍ତି। କାଁ ଭାଁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପରସ୍ପର ରୋଷେଇ କରି ଖାଇଥାନ୍ତି। ଭଡ଼ାରେ ବାଦ୍ୟଯନ୍ତ୍ର ଆଣି ମେଲୋଡ଼ି ଭଜନ କାର୍ଯ୍ୟକ୍ରମ କରିଥାନ୍ତି। କୋଭିଡ୍‌ ପରିସ୍ଥିତି ସମୟରେ ସେମାନଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହଁି। ଅନେକ ଭିନ୍ନକ୍ଷମ ଭତ୍ତା ଓ ହ୍ବାଇଟ୍‌ ଷ୍ଟିକ୍‌ (ଆଶାବାଡ଼ି) ପାଇପାରି ନାହାନ୍ତି। ସଞ୍ଜୟ ଏଭଳି ପରିସ୍ଥିତିରେ ଜଣେ ଶିକ୍ଷିତ ଦୃଷ୍ଟିହୀନ ଯୁବତୀ ଭବାନୀପାଟଣା ଅଞ୍ଚଳର କରିସ୍ମା ନାୟକଙ୍କୁ ବିବାହ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀରରୁ ଭୀମ ମହାନନ୍ଦ, ବାଲିଆପାଳରୁ ନରେନ୍ଦ୍ର ଗିରି, ତପନ ମାହାନ୍ନା, ଗୋପାଳପୁରରୁ ସୁରେନ୍ଦ୍ର ବେହେରା, କୁଜଙ୍ଗରୁ ପ୍ରଦୀପ ସ୍ବାଇଁ, ରୂପ୍‌ସାରୁ ମନୋଜ ଜେନା, ଔପଦାରୁ ପ୍ରଶାନ୍ତ ନାୟକ, ବାଙ୍ଗିରିପୋଷିରୁ ଚନ୍ଦ୍ରମୋହନ ଟୁଡୁ, ଖୋର୍ଦ୍ଧାରୁ ସୁନୀଲ ସେନାପତି ପେଟ ପାଇଁ ଏଠି ପଡ଼ିରହିଛନ୍ତି। ତେବେ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ସହିତ ସମସ୍ତଙ୍କୁ ବାଦ୍ୟଯନ୍ତ୍ର ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri