୧୪ ହାତୀ ଚଲାପଥରୁ ୧୦ ଅଚଳ

ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ କେତୋଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ରହିଛି, ସେ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହୋଇ ପାରିନାହିଁ। ବିଭିନ୍ନ ସଂସ୍ଥା ଦ୍ୱାରା ଓଡ଼ିଶାର ହାତୀ ଚଲାପଥଗୁଡିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରାଯାଇଛି। ଗତ ୨୬ା୯ା୨୦୨୩ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଭିନ୍ନ ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ର ସଂସ୍ଥାଗୁଡିକଠାରୁ ପ୍ରାପ୍ତ ତଥ୍ୟକୁ ଆଧାର କରି ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଏଭଳି ଦର୍ଶାଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି, ୨୦୦୫ରେ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଟିଆଇ) ରାଜ୍ୟରେ ୯ଟି ହାତୀ କରିଡର ଥିବା ଚିହ୍ନଟ କରିଥିଲା। ୨୦୧୦ରେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ଗଜ ରିପୋର୍ଟରେ ୯ଟି ହାତୀ କରିଡରକୁ ଅଗ୍ରାଧିକାର ଭିତ୍ତିରେ ବିଭକ୍ତ କରାଯାଇଛି। ସେହିପରି ୨୦୧୧-୧୨ରେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୪ଟି ହାତୀ କରିଡର ଥିବା ଚିହ୍ନଟ କରାଯାଇଥିଲା। ୨୦୧୭ରେ ପୁଣିଥରେ ଡବ୍ଲ୍ୟୁଟିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୧୨ଟି ହାତୀ ଚଲାପଥ ଥିବାର ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଏସିଆନ ନେଚର କନଜର୍‌ଭେଶନ ଫାଉଣ୍ଡେଶନ(ଏଏନ୍‌ସିଏଫ୍‌) ଦ୍ୱାରା ପ୍ରକାଶିତ ରିପୋର୍ଟରେ ୧୪ଟି ହାତୀ କରିଡର ଥିବାବେଳେ ସେଥିରୁ ୧୦ଟି ଅଚଳ ରହିଛି। ଉକ୍ତ ରିପୋର୍ଟରେ ଗୋଟିଏ ନୂତନ ହାତୀ ଚଲାପଥ ଚିହ୍ନଟ ହୋଇଛି। ଏହିକ୍ରମରେ ହାତୀ ଚଲାପଥଗୁଡିକର ଚିହ୍ନଟ, ପରିଚାଳନା ଏବଂ ଆଇନଗତ ସୁରକ୍ଷା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହାବାଦ୍‌ ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ହାତୀ ଚଲାପଥଗୁଡିକର ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ୧୧୫ କୋଟି ୬୬ ଲକ୍ଷ ୩୬ ହଜାର ୭୫୦ଟଙ୍କା ବ୍ୟୟବରାଦ କରାଯାଇଛି ା ସେଥିରୁ ୧୧୪ କୋଟି ୩୪ ଲକ୍ଷ ୭୪ ହଜାର ୯୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।
ଅଗଷ୍ଟ ୨୦୧୦ରେ ହାତୀମାନଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇ ‘ଗଜ’ ନାମରେ ଏକ ଯୋଜନା ପ୍ରଣୟନ ହୋଇଥିଲା। ଏହି କ୍ରମରେ ଓଡ଼ିଶା ଚିଫ୍‌ କନଜରଭେଟର ଅଫ୍‌ ଫରେଷ୍ଟ ରାଜ୍ୟରେ ୮୭୦.୬୧ ବର୍ଗ କିମି ଅଞ୍ଚଳକୁ ନେଇ ୪୨୦.୮ କିମି. ଲମ୍ବ ଓ ୦.୦୮ ରୁ ୪.୬ କିମି. ଓସାର ବିଶିଷ୍ଟ ୧୪ଟି ହାତୀ କରିଡର ଏବଂ ୩ଟି ହାତୀ ସଂରକ୍ଷିତ ଅଞ୍ଚଳ(ଏଲିଫ୍ୟାଣ୍ଟ ରିଜର୍ଭ) ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ଏହି ସବୁ ହାତୀ ଚଲାପଥ ଓ ସଂରକ୍ଷିତ ଅଞ୍ଚଳଗୁଡିକର ଉପଯୁକ୍ତ ପରିଚାଳନା ଅଭାବରୁ ୨୦୨୦-୨୧ ସୁଦ୍ଧା ରାଜ୍ୟରେ ୮୪୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏଏନ୍‌ସିଏଫ୍‌ ଦ୍ୱାରା ଚିହ୍ନଟ ୧୪ଟି ହାତୀ ଚଳାପଥ (ଏଲିଫ୍ୟାଣ୍ଟ୍‌ କରିଡର) ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରେ ଏକ ମାମଲା(ନଂ. ୧୨୯/୨୦୧୬/ଇଜେଡ) ରୁଜୁ ହୋଇଥିଲା। ପ୍ରାୟ ୨ ବର୍ଷ ତଳେ ଏନ୍‌ଜିଟି ପକ୍ଷରୁ ଏହି ମାମଲା ଉପରେ ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ୨ ମାସ ମଧ୍ୟରେ ହାତୀ ଚଳାପଥ ସଂକ୍ରାନ୍ତରେ ଅଧିସୂଚନା ଜାରି କରାଯାଇ ଏକ କାର୍ଯ୍ୟାନ୍ବୟନ ଯୋଜନା(ଆକ୍ସନ ପ୍ଲାନ) ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହାଦ୍ୱାରା ବନ୍ୟଜନ୍ତୁ ସୁରକ୍ଷା ଆଇନ ତଥା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ପ୍ରାବଧାନରେ ରହିଥିବା କଟକଣା ହାତୀଚଲା ପଥ ଯୋଜନାରେ ମଧ୍ୟ ଲାଗୁ ହୋଇପାରିବ ବୋଲି ପରିବେଶବିତ୍‌ମାନେ ଆଶାବ୍ୟକ୍ତ କରିଥିଲେ। ହେଲେ ଏହି ଆକ୍ସନ ପ୍ଲାନ୍‌ ଏଯାଏ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି।
ହାତୀ ଚଲାପଥ, ବାସସ୍ଥାନର ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ୨୦୧୮-୧୯ରେ ୧୪ କୋଟି ୩୮ ଲକ୍ଷ ୮୦୦ ଟଙ୍କା, ୨୦୧୯-୨୦ରେ ୨୧ କୋଟି ୯୯ ଲକ୍ଷ ୬୦ ଟଙ୍କା, ୨୦୨୦-୨୧ରେ ୩୧ କୋଟି ୩୪ ଲକ୍ଷ ୪୦୦ ଟଙ୍କା, ୨୦୨୧-୨୨ରେ ୨୫ କୋଟି ୪୫ ଲକ୍ଷ ୭୫ ଟଙ୍କା ଏବଂ ୨୦୨୨-୨୩ରେ ୨୨ କୋଟି ୪୯ ଲକ୍ଷ ୩୩ ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରୁ ୧ କୋଟି ୩୧ ଲକ୍ଷ ୬୧ ହଜାର ୮୧୯ ଟଙ୍କା ଏଯାଏ ଖର୍ଚ୍ଚ ହୋଇ ପାରିନାହିଁ। ତେବେ ଉପରୋକ୍ତ ଅର୍ଥର ସଦ୍‌ବିନିଯୋଗ କରାଗଲେ ହାତୀ ମଣିଷ ଲଢେଇର ଅନ୍ତ ହେବା ସହ ହାତୀମାନେ ସୁରକ୍ଷିତ ଭାବେ ଚଳପ୍ରଚଳ କରି ପାରିପାରିବେ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?