ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର ହୋଇଛି। ଏହି କୁମ୍ଭୀରର ଲମ୍ବ ପ୍ରାୟ ସାଢେ ୮ ଫୁଟ୍ ଥିବାବେଳେ ଓଜନ ୧ କୁଇଣ୍ଟାଲ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନବିଭାଗ କୁମ୍ଭୀରକୁ ଉଦ୍ଧାର କରି ଏବେ ସାତକୋଶିଆରେ ଛାଡିଥିବା ଜଣାପଡିଛି। ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର କଳାଇ ବନନଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଜୁନାଗଡ଼ ରେଞ୍ଜର ସୀମାଞ୍ଚଳ ମିଶ୍ରଙ୍କ ସମେତ ବନବିଭାଗର ସଦଳବଳେ ଉପସ୍ଥିତ ଥିଲେ।

