ସ୍ବାସ୍ଥ୍ୟ ପାଇଁ ୦.୫%

କ୍ରମାଗତ ୯ମ ଥର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃଆରୀ ୧ରେ ୨୦୨୬-୨୭ ଆର୍ଥିକ ବର୍ଷ ସକାଶେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ହଠାତ୍‌ ଶେୟାର ବଜାର ସେନ୍‌ସେକ୍ସ ୧୮୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ହ୍ରାସ ପାଇଥିଲା। ଆର୍ଥିକ ଅଭିବୃଦ୍ଧି ବଜେଟ ବୋଲି ସରକାର କହୁଥିବା ବେଳେ ହଠାତ୍‌ କାହିଁକି ଏଭଳି ଘଟିଲା ସେ ନେଇ କାରଣ ଖୋଜା ହେଲା। ବଜେଟରେ ସିକ୍ୟୁରିଟି ଟ୍ରାଞ୍ଜାକ୍‌ଶନ ଟ୍ୟାକ୍ସ (ଏସ୍‌ଟିଟି) ପ୍ରତିଶତ ବଢ଼ାଇ ଦିଆଯାଇଥିବାରୁ ନିବେଶକାରୀମାନେ ହତୋତ୍ସାହିତ ହୋଇପଡ଼ିଥିଲେ। ସରଳ ଭାଷାରେ କହିଲେ ଏସ୍‌ଟିଟି ହେଉଛି ଇକ୍ୟୁଟି ମାର୍କେଟରେ ପ୍ରତିଟି କ୍ରୟ ଓ ବିକ୍ରୟ କାରବାର ଉପରେ ବସାଯାଉଥିବା ଟିକସ। ପୂର୍ବର ୦.୦୨%ରୁ ଏକାଥରେ ୦.୦୫% ବଢ଼ିବା ଯୋଗୁ ଅଂଶଧନ ବିକ୍ରି, ମଧ୍ୟସ୍ଥ କାରବାର ଓ ଶେୟାର ବଜାର ସହ ସମ୍ପୃକ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏମିତି ଦେଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ ଟାରିଫ୍‌ ବୋଝ ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଚାଲିଛି। ଆର୍ଥିକ ତଥା ଅଂଶଧନ ବଜାର ଟଳମଳ ଥିବାରୁ ଲାଭ ଆଶା ନ ଦେଖି ଗତ କିଛିମାସ ଧରି ବିଦେଶୀ ନିବେଶକମାନେ ଅର୍ଥ ଉଠାଣ କରିଦେବାରୁ ଭାରତୀୟ ମୁଦ୍ରାର ଶକ୍ତି ହ୍ରାସ ପାଇଚାଲିଛି। ଏବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯୨ ଟଙ୍କା ହୋଇଥିବା ବିଷୟ ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା କେତେ ଦୁର୍ବଳ ହେଲାଣି ତାହାର ଠିକ୍‌ ତଥ୍ୟ ଦିଆଯାଉ ନାହିଁ। ଏଠି ଦୁଇଟି ବିଷୟ ଲକ୍ଷ୍ୟ କରିବା କଥା। ଭାରତୀୟ ମୁଦ୍ରା ଦୁର୍ବଳ ହେବା ଓ ଶେୟାର ବଜାର ତଳକୁ ଖସିଲେ ତାହାକୁ ଶୀଘ୍ର ଭରଣା କରିବା କଷ୍ଟକର। ଉପସ୍ଥାପିତ ବଜେଟ ମୂଳରୁ ଖରାପ ସଙ୍କେତ ଦେବା ତା’ର ସ୍ବରୂପ ଲୋକହିତକାରୀ ହୋଇ ନ ଥିବା ଜଣାଇଦେଇଛି।
ବଜେଟ ୨୦୨୬-୨୭ରେ ସେଭଳି ଆକର୍ଷଣ ରଖୁଥିବା ଭଳି କ୍ଷେତ୍ରଟିଏ ଦେଖିବାକୁ ମିଳିନାହିଁ। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି। ଦୁରାରୋଗ୍ୟ ବ୍ୟାଧି କର୍କଟ ଉପଶମ ପାଇଁ ଅତ୍ୟାବଶ୍ୟକ ଔଷଧ ଦର କମିବା ସହ ୩ଟି ନୂଆ ସର୍ବଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା କରାଯିବ ବୋଲି ବଜେଟରେ ପ୍ରସ୍ତାବ ରଖାଯାଇଛି। ସାମାଜିକ ଭିତ୍ତିଭୂମି ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ପୂର୍ବାପେକ୍ଷା ବଢ଼ିଥିଲେ ମଧ୍ୟ ତାହା ଉତ୍ସାହଜନକ ନୁହେଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଡିପିର ୦.୫% ବ୍ୟୟବରାଦ କରାଯାଇଛି, ଯାହା ୨୦୧୭ ଜାତୀୟ ସ୍ବାସ୍ଥ୍ୟ ନୀତିର ସୁପାରିସରେ କରାଯାଇଥିବା ଆକଳନ ୨.୫%ଠାରୁ ବହୁତ କମ୍‌। ସ୍ବାସ୍ଥ୍ୟ କ୍ଷେତ୍ରରେ ସ୍ଲୋଗାନ ଓ ଯୋଜନା ଗୋଟେ ବାଟରେ ଓ ସେସବୁକୁ ସମର୍ଥନ ଦେଲା ଭଳି ଖର୍ଚ୍ଚ କରିବାକୁ ସରକାର ଯେମିତି ଅପ୍ରସ୍ତୁତ। ଅନୁରୂପ ଭାବେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରରେ ଜିଡିପିର ମାତ୍ର ୦.୬% ବ୍ୟୟବରାଦ ହୋଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ରେ ଶିକ୍ଷାକ୍ଷେତ୍ର ଲାଗି ଲକ୍ଷ୍ୟ ଜିଡିପିର ୬% ରଖାଯାଇଥିଲା। ଅର୍ଥାତ୍‌ ବୁଝିବାକୁ ହେବ ଯେ, ଭାରତରେ ବ୍ୟବସ୍ଥା ବିଧିବଦ୍ଧ ଭାବେ ଅଧିକ ପିଲାଙ୍କୁ ଅଶିକ୍ଷିତ କରି ରଖିବାକୁ ଚାହୁଁଛି।
ସରକାର ବିରଳ ମୃତ୍ତିକା (ରେଆର ଆର୍ଥ) କରିଡର ଉପରେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟରେ ଏହି କରିଡର ରହିବ। ଦେଶର ଦୀର୍ଘସ୍ଥାୟୀ ଅର୍ଥନୈତିକ ଓ ରଣନୀତିକ ସ୍ବାର୍ଥ ଦୃଷ୍ଟିରୁ ବିରଳ ମୃତ୍ତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜପଦାର୍ଥଭିତ୍ତିକ ନିର୍ମାଣକୁ ସୁଦୃଢ଼ କରିବା ଲାଗି ସରକାର ଏଭଳି ଏକ ଜାତୀୟ ମିଶନ ଆଣିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ଆସନ୍ତା ସମୟ ଚିପ୍ସଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସେମିକଣ୍ଡକ୍ଟର ଦ୍ୱାରା ପରିଚାଳିତ ହେବାକୁ ଯାଉଛି। ଏସବୁ ଲାଗି ବିରଳ ମୃତ୍ତିକା ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଦରକାର। କିନ୍ତୁ ଏପରି ପଦାର୍ଥକୁ ଉପଯୋଗ କରି ସରକାର ଶତପ୍ରତିଶତ ସୁବିଧା କିଭଳି ହାସଲ କରିବେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। କାରଣ କର୍ପୋରେଟ ଲବି ରହିଲେ ତାହା ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ କମ୍‌ ଯୋଗାଣ ହେବାର ଆଶଙ୍କା ରହିଛି। ଏଥିସହିତ ତାଇଓ୍ବାନ, ଚାଇନା ଓ ଆମେରିକା ଏ କ୍ଷେତ୍ରରେ ଯେତେ ଆଗକୁ ଯାଇଛନ୍ତି, ଭାରତ ସେହି ତୁଳନାରେ ଶୈଶବ ଅବସ୍ଥାରେ। ଅନ୍ୟତମ ଭିତ୍ତିଭୂମି ବିକାଶ କଥା ଦେଖିଲେ ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳପଥ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏଥିରେ ଓଡ଼ିଶାର ଖଣିଜ ସମୃଦ୍ଧ ଅଞ୍ଚଳ ତାଳଚେର, ଅନୁଗୋଳ ସହ ଶିଳ୍ପ ହବ୍‌ କଳିଙ୍ଗ ନଗର ଏବଂ ବନ୍ଦର ସହର ପାରାଦୀପ ଓ ଧାମରାକୁ ସଂଯୋଗର ପ୍ରସ୍ତାବ ଅଛି। ଅବଶ୍ୟ କୁହାଯାଇପାରେ ଯେ, ଏଭଳି ସ୍ଥାନ ବାଛିବା ପଛରେ କିଛି କମ୍ପାନୀକୁ ଖଣିଜ ଦ୍ରବ୍ୟ ଅଧିକ ଲାଭ ଦେବ।
ବଜେଟରେ ପୂର୍ବ ଢାଞ୍ଚା ଅନୁଯାୟୀ ଅନ୍ୟାନ୍ୟ ବହୁକ୍ଷେତ୍ରରେ ବ୍ୟୟବରାଦ କରାଯାଇଛି। ୨୦୨୫-୨୬ରେ ମଧ୍ୟବିତ୍ତଙ୍କୁ ସୁବିଧା ଦେବାକୁ ଯାଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଛାଡ଼ ଭଳି ବଡ଼ ଆଶ୍ୱସ୍ତି ଦିଆଯାଇଥିଲା। ହେଲେ ୨୦୨୬-୨୭ ବଜେଟରେ କୌଣସି କ୍ଷେତ୍ର ଉପରେ ଫୋକସ ଥିବା ଭଳି ମନେହେଉ ନାହିଁ। ଭାରତର ବାସ୍ତବ ସମସ୍ୟା ସମାଧାନକୁ ଏଥିରେ ପ୍ରାଧାନ୍ୟ ଦିଆଯାଇ ନ ଥିବା ଲକ୍ଷ୍ୟ କରାଯାଇଛି। ଗରିବ ଓ ମହିଳାଙ୍କ ଉନ୍ନତି ପାଇଁ ଆଖିଦୃଶିଆ ଯୋଜନା ନାହିଁ। ଦେଶରେ ବେକାରଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଉଚ୍ଚା ରହିଛି। ଯୁଦ୍ଧ, ସଂଘର୍ଷ, ପରିବେଶ ପ୍ରଦୂଷଣଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ଯୋଗୁ ବିଭିନ୍ନ ପ୍ରକାର ବୈଶ୍ୱିକ ବିପତ୍ତି, ତାହା ମଣିଷକୃତ ହେଉ ବା ପ୍ରାକୃତିକ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଆଜିର ବଜେଟରେ ପରିବେଶ ସୁରକ୍ଷା ପାଇଁ କୌଣସି ଆଖିଦୃଶିଆ ବ୍ୟୟବରାଦ ନାହିଁ। ଏଥିସହିତ ସୁଯୋଗ ଥିଲା ଭାରତରେ ଯେଉଁସବୁ କ୍ଷେତ୍ର ଟ୍ରମ୍ପ୍‌ଙ୍କ ୫୦% ଆମେରିକୀୟ ଟାରିଫ୍‌ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ନୂତନ ଦିଗ୍‌ଦର୍ଶନ ସହିତ ଆର୍ଥିକ ସହାୟତା କରିବାର; ଯାହାକୁ ଏହି ଜାତୀୟ ବଜେଟରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। କେତେକ ଅର୍ଥନୀତିଜ୍ଞ କହୁଛନ୍ତି, ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶାଳ ଥିବାରୁ ଏହାର ଉପଭୋକ୍ତା ବଜାର ବ୍ୟାପକ। ମାତ୍ର ଦେଖିଲା ବେଳକୁ ପରିବାରର ସଞ୍ଚୟ ଯଥେଷ୍ଟ ହ୍ରାସ ପାଇଛି। ଅରେଞ୍ଜ ଇକୋନୋମି ବା ଗୈରିକ ଅର୍ଥନୀତିର ବିକାଶ ହେଲେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି କୁହାଯାଉଛି। ଆନିମେଶନ, ଗେମିଂ, ଡିଜାଇନ ଓ ମନୋରଞ୍ଜନ ଭଳି ସୃଜନଶୀଳ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବ ବୋଲି ଗୋଟେ ପଟେ କୁହାଯାଉଥିଲେ ମଧ୍ୟ ତାହାର ସ୍ବାଧୀନତାକୁ ଅନେକ ସମୟରେ ସଙ୍କୁଚିତ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ବିରୋଧାଭାସ ହେବା ଭଳି ସ୍ଥିତି ଉପୁଜିଲେ ନିଯୁକ୍ତି ବଢ଼ିବା ମଧ୍ୟ ପ୍ରଶ୍ନବାଚୀରେ ରହୁଛି। ତେଣୁ କୃଷିକୁ ଆକର୍ଷଣୀୟ କରାଯାଇ ନିର୍ମାଣ ଶିଳ୍ପକୁ ଅଗ୍ରପ୍ରାଧାନ୍ୟ ସହ ଏମ୍‌ଏସ୍‌ଏମ୍‌ଇ ଓ କ୍ଷୁଦ୍ର ବ୍ୟବସାୟକୁ ବଢ଼ାଇବାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବାର ବ୍ୟବସ୍ଥା ହୋଇଥିଲେ ଭାରତର ବିଶାଳ ଯୁବବର୍ଗ ଉପକୃତ ହୋଇପାରିଥାନ୍ତେ। ବୈଶ୍ୱିକ ବାତାବରଣରୁ ଉତ୍ପନ୍ନ ସମସ୍ୟାକୁ ସାମ୍ନା କରିବା ଲାଗି ଯେତେବେଳେ ଦମ୍ଭ ହେବ, ତେଣେ ଯାଇ ନିଜ ଦେଶ ଭିତରେ ଗୋଟେ ସୁସ୍ଥ ସାମାଜିକ ଓ ଆର୍ଥିକ ବାତାବରଣ ସୃଷ୍ଟି ହୋଇପାରିବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

କୃଷିଭିତ୍ତିିକ ଶିଳ୍ପର ସ୍ଥିତି

ଓଡ଼ିଶାରେ ପୁରୁଣା ସରକାର ଯିବା ପରେ ନୂଆ ସରକାରଙ୍କ ଆଗମନ ପରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଚାଲିଛି, ହେବା ମଧ୍ୟ ସ୍ବାଭାବିକ। ତେବେ ଏସବୁ ଭିତରେ…

ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ।…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୨ା୨: ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ୫ ଜିଲାରେ ୬ ଦିନ ରହଣି କରିବେ ରାଷ୍ଟ୍ରପତି।…

୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୨।୨(ରବିନାରାୟଣ ଜେନା): ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା। ଯଦି କୌଣସି କର୍ମଚାରୀ ବା ଅଧିକାରୀ ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଚାକିରି…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri