Posted inTrending, ଖେଳ

ୱିଲ ୟଙ୍ଗଙ୍କ ଜବରଦସ୍ତ ଶତକ: ଭାରତକୁ ବିଶାଳ ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆ ସମ୍ମୁଖରେ ୩୩୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଗୋଟିଏ ସମୟରେ ନ୍ୟୁଜିଲାଣ୍ଡ ୩୫୦ରୁ ୩୬୦ ରନ୍‌ର ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କିୱି ଦଳକୁ ୩୩୩ ରନ୍‌ରେ ସୀମିତ ରଖିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲ ୟଙ୍ଗ ୧୨୫ ରନ୍‌ର ଶତକୀୟ ପାଳି ଖେଳିଥିଲେ।

ୱିଲ ୟଙ୍ଗ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ରନ ସଂଗ୍ରହ ଗତି ବେଶ ଭଲ ରହିଥିଲା। ୩୭ ଓଭର ଶେଷ ସୁଦ୍ଧା ଦଳ ୨୫୬ ରନ କରିଥିଲା। ପ୍ରାୟ ୭ ରନ ରେଟ୍‌ରେ ଖେଳୁଥିବା କିୱି ଦଳ ସହଜରେ ୩୫୦ ରନ ଅତିକ୍ରମ କରିବ ବୋଲି ଲାଗୁଥିଲା। କିନ୍ତୁ ଶେଷ ୧୩ ଓଭରରେ ଭାରତୀୟ ବୋଲରମାନେ ରନ୍‌ର ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ମାତ୍ର ୭୭ ରନ କରିପାରିଥିଲା। ବିଶେଷ କରି ଶେଷ ଓଭରଗୁଡ଼ିକରେ କିୱି ବ୍ୟାଟରମାନେ ବଡ଼ ସଟ ଖେଳିବାରେ ବିଫଳ ହୋଇଥିଲେ।
ନ୍ୟୁଜିଲାଣ୍ଡର ୩୩୩ ରନ୍‌ର ସ୍କୋର ମାଉଣ୍ଟ ମାଉଙ୍ଗାନୁଇସ୍ଥିତ ବେ ଓଭାଲ ଷ୍ଟାଡିୟମରେ ଦିନିକିଆ କ୍ରିକେଟ୍‌ର ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଏହି ମଇଦାନରେ ସର୍ବାଧିକ ସ୍କୋର ମଧ୍ୟ ନ୍ୟୁଜିଲାଣ୍ଡ ନାମରେ ରହିଛି। ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଦଳ ୩୭୧ ରନ କରିଥିଲା। ୱିଲ ୟଙ୍ଗ ୮୮ଟି ବଲ୍‌ରେ ନିଜ ଶତକ ପୂରଣ କରିଥିଲେ। ତାଙ୍କ ୧୨୫ ରନ୍‌ର ଇନିଂସ୍‌ରେ ୧୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା।

ଚତୁର୍ଥ ଦିନିକିଆ ଜିତିବାକୁ ହେଲେ ଭାରତକୁ ଏହି ମଇଦାନରେ ଐତିହାସିକ ରନ ଚେଜ କରିବାକୁ ପଡ଼ିବ। ବେ ଓଭାଲରେ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ସଫଳ ରନ ଚେଜ ହେଉଛି ୨୯୭ ରନ। ଏହି ମଇଦାନରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା। ଏଠାରେ ଏପର୍ଯ୍ୟନ୍ତ କୌଣସି ଦଳ ୩୦୦ କିମ୍ବା ତା’ଠାରୁ ଅଧିକ ରନ୍‌ର ଲକ୍ଷ୍ୟକୁ ପିଛା କରି ସଫଳ ହୋଇନାହିଁ। ଏହା ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଏକ ବଡ଼ ଆହ୍ବାନ ହେବ।

ଅନ୍ୟପକ୍ଷରେ, ଏହି ମଇଦାନରେ ଦ୍ୱିତୀୟ ଇନିଂସ୍‌ରେ ଭାରତର ସର୍ବାଧିକ ଦିନିକିଆ ସ୍କୋର ହେଉଛି ୨୪୫ ରନ। ତେଣୁ ୩୩୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବା ଟିମ ଇଣ୍ଡିଆ ପାଇଁ ସହଜ ହେବ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡିଆସୁଛି ବାତ୍ୟା: ଏହି ତାରିଖ ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୩।୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ…

‘ମୁଁ ଜଣେ ଖରାପ ଲୋକ…,’ ଏନଭିଡିଆ (Nvidia) ରୁ ଇସ୍ତଫା ଦେବାର ଶେଷ ମୁହୂର୍ତ୍ତରେ ନିଜକୁ ଏମିତି ନିନ୍ଦା କଲେ ଜେନସନ ହୁଆଙ୍ଗ

ଓ୍ବାଶିଂଟନ,୧୩।୧୧: ଏନଭିଡିଆର ସିଇଓ ଭାବରେ ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟକାଳର ଶେଷ ଘଣ୍ଟା କ୍ଳାନ୍ତି, ଇସ୍ତଫା ଏବଂ ପରାଜୟର ଭାବନା ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଆଚରଣ ମଧ୍ୟ…

ଦୁଇଟି ବିଲ ପାସ୍‌ କରିବା ପାଇଁ କେତେ ଭୋଟ ଆବଶ୍ୟକ? ସଂସଦରେ ସରକାରଙ୍କ ପାଖରେ କେତେ କ୍ଷମତା ରହିଛି? ଜାଣନ୍ତୁ ନମ୍ବର ଗେମ

ନୂଆଦିଲ୍ଲୀ,୧୩।୧୧: କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏକ ସଂକ୍ଷିପ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିଚାର କରୁଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଟ୍ରେନ୍‌ରେ ବନ୍ଦ ହୋଇଯିବ RAC ଟିକେଟ୍‌!

ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍‌ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍‌ ବ୍ୟବସ୍ଥାରେ…

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ଟିମ ଇଣ୍ଡିଆରେ ୩ଟି ବଡ଼ ପରିବର୍ତ୍ତନ: ତଥାପି ସୁଯୋଗ ପାଇଲେନି ମହମ୍ମଦ ସିରାଜ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ନିଜ ପ୍ଲେଇଂ-୧୧ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?