୮ ଜିଲାରେ ସୁନାର ସନ୍ଧାନ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ ସୋମବାର ବିଧାନସଭାରେ ରଖିଛନ୍ତି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୋଳ ଏବଂ ବୌଦ୍ଧରେ ସୁନା ଥିବାର ସୂଚନା ମିଳିଛି।
କେନ୍ଦୁଝର ଜିଲାର ସଲେଇକଣା, ଡିମିରିମୁଣ୍ଡା, କାରଡଙ୍ଗା, ଗୋପୁର, ଗଜାଇପୁର, କୁଶକଲା ଏବଂ ଅଦଲାରେ ସୁନାର ସନ୍ଧାନ ମିଳିଛି। ମୟୂରଭଞ୍ଜର ଯଶୀପୁର, ସୁରେଇଗୁଡା, ରୁଆସିଁ, ଇଡେଲାକୁଚ, ମରେଦିହି, ସୁରେଇପାଟ ପର୍ବତ ଏବଂ ବାଦାମ ପାହାଡ଼ରେ ସୁନା ଥିବା କୁହାଯାଇଛି। ସୁନ୍ଦରଗଡ଼ର ଦିଗଝରଣ, ମାଳଦିହି, ଗୋଗର ଏବଂ ଗିରିଙ୍ଗାକେଲାରେ ସୁନାର ସନ୍ଧାନ ମିଳିଛି। ନବରଙ୍ଗପୁରର କାରକା, କୋରାପୁଟର ରଙ୍ଗପାଟଣା, ଗରିଆ, ଦଶମନ୍ତପୁର, କୋଲାରୁ ଅଞ୍ଚଳ ଏବଂ କୋଲାବ ନଦୀର ତଟବର୍ତ୍ତୀ ଅଞ୍ଚଳରୁ ସୁନାର ସନ୍ଧାନ ମିଳିଛି। ମାଲକାନଗିରିର ସୁନାପଦର, କ୍ୟାଙ୍ଗ୍‌ ଏବଂ ଗୋବିନ୍ଦପାଲି, ଅନୁଗୋଳର ଟିକିରା, ସାମକୋଇର ଉପତ୍ୟକା ଏବଂ ବୌଦ୍ଧ ଜିଲାର ମହାନଦୀ ଉପତ୍ୟକାରେ ସୁନାର ସନ୍ଧାନ କରାଯାଇଥିବା ଜଣାପଡିଛି। ସର୍ଭେ ସମୟରେ ଜଣାପଡ଼ିଛି ଯେ, ବ୍ୟାପକ ଅଞ୍ଚଳରେ କ୍ଷୁଦ୍ର ସୁନାଖଣି ରହିଥିବାରୁ ସେଥିରୁ ଏହି ହଳଦିଆ ବସ୍ତୁ ଉତ୍ତୋଳନ କରିବା ଆର୍ଥତ୍କ ଦୃଷ୍ଟିରୁ ଲାଭଦାୟକ ହେବନାହିଁ। ତେଣୁ ସରକାର ଏଯାଏ ସୁନାଖଣି ଖୋଳିବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ମନ୍ତ୍ରୀ ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri