୮୦ ବର୍ଷୀୟା ମହିଳାଙ୍କୁୁ ମିଳୁନି ଭତ୍ତା 

ବଡ଼ସାହି,୫ା୨(ସ୍ବ.ପ୍ର)-୩୦ ବର୍ଷ ତଳେ ସ୍ବାମୀ ଆର ପାରିକୁ ଚାଲି ଗଲେଣି। ବୟସ  ୮୦ ଛୁଇଁଲାଣି ା ଅଣ୍ଟାରେ ବଳ ନ ଥିବା ବେଳେ ଚାଲିବାକୁ ଅକ୍ଷମ ା ଏପରି ସ୍ଥଳେ ଆତ୍ମୀୟ ମୁହଁ ଫେରାଇ ନେଇ ଥିବାରୁ କେବଳ ନାତି ଆଶ୍ରାରେ ଦିନ ବିତୁଛି ା ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଦରଖାସ୍ତ ଦେବା ପରେ ମଧ୍ୟ ଅଦ୍ୟାବଧି ସରକାରୀ ଭତ୍ତା ଖଣ୍ଡିକ ତାଙ୍କ ପାଇଁ ସାତ ସପନ ପାଲଟିଛି ା ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ କେନ୍ଦୁଆସାହି ଗ୍ରାମରେ ଥିବା ଗୁରୁବାରୀ ସିଂଙ୍କ ଠାରେ ା ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାରୀସ୍ତରରେ କୌଣସି ସୁବିଧା ଯୋଗାଇ ଦିଆଯାଇ ନାହିଁ ା ନା ଅଛି ବିପିଏଲ କାର୍ଡ ନା ମିଳିଛି ପକ୍କା ଘର। ନାତିର ହାତ ଟେକାକୁ ଚାହିଁ ବସି ରହିଛନ୍ତି ବୃଦ୍ଧା ଜଣକ। ବାର୍ଦ୍ଧକ୍ୟ ଅବସ୍ଥାରେ ୩ ପୁଅଙ୍କ ଆର୍ଥିକ ସ୍ଥିତି ସଚ୍ଛଳ ନ ଥିବାରୁ ଭାଗ୍ୟକୁ ଆଦରି ନାତି ପାଖରେ ପଡିରହିଛନ୍ତି ସେ।  ତେବେ ସରକାରୀସ୍ତରରେ ଦିଆଯାଉଥିବା ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ଖଣ୍ଡିକ ତାଙ୍କ ଠାରୁ ଦୂରେଇ ଯାଇଛି ବୋଲି କୋହଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି ା ପୂର୍ବରୁ ଭତ୍ତା କରାଇଦେବାକୁ ତାଙ୍କୁ ଲାଞ୍ଚ ମଗା ଯାଇଥିଲା। କିନ୍ତୁ  ସେ ଅକ୍ଷମତା ପ୍ରକାଶ କରିବାର ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ପାରି ନାହିଁ।  ଏନେଇ ସେ ବ୍ଲକରେ ଚାଲିଥିବା ଜିଲାପାଳଙ୍କ ଜନଶୁଣାଣି ଶିବରରେ ମଧ୍ୟ ଆବେଦନ କରିଥିଲେ ା ମାତ୍ର ବ୍ଲକଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁରୁବାରୀର କରୁଣ ଦୁଃଖକୁ କେହି କର୍ଣ୍ଣପାତ କରି ନ ଥିଲେ ା ଖୁବ୍‌ ଶୀଘ୍ର ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ  ସରପଞ୍ଚ ସୁପ୍ରଭା ସିଂଙ୍କୁ ପଚାରିବାରୁ ମୁଁ ସରପଞ୍ଚ ହେବା ପରେ ଏପରି ଅଭିଯୋଗ ଆସିନାହିଁ ା ତେବେ ବୃଦ୍ଧାଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବା ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି…

ଓଡ଼ିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ,୩।୮(ପ୍ରଭୁକଲ୍ୟାଣ ପାଲ୍): ଏମକେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏହି ମାମାଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର…

ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ବିଶ୍ୱ କମର୍ସ ଦିବସ, ବାଣିଜ୍ୟ ଶିକ୍ଷା ଯୁବପିଢ଼ିଙ୍କ ପାଇଁ ଖୋଲୁଛି ନୂଆ ସୁଯୋଗ

ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ୱ କମର୍ସ ଦିବସ ପାଳିତ ହେଉଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri