୮ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାକତ୍ାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାକତ୍ାର ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ୪ଜଣ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୋଲିସ ନାବାଳିକାଙ୍କ ଡାକ୍ତରୀମାଇନା କରିଛି। ବଳାକତ୍ାର କରିଥିବା ୪ଜଣଙ୍କ ମଧ୍ୟରେ ୩ଜଣଙ୍କ ବୟସ ୧୦ ବର୍ଷ ମଧ୍ୟରେ ହୋଇଥିବାବେଳେ ଜଣଙ୍କ ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ପୀଡ଼ିତା ଶିଶୁ କନ୍ୟା ପରିବାର ସହ ରୁହନ୍ତି। ଏପରି କି ସମ୍ପୃକ୍ତ ନାବାଳକମାନେ ମଧ୍ୟ ଉକ୍ତ ବସ୍ତିରେ ରହୁଥିବା ଜଣାପଡ଼ିଛି। ସବୁଦିନ ପରି ବୁଧବାର ଅପରାହ୍ନରେ ଶିଶୁ କନ୍ୟା ଘର ନିକଟରେ ନାବାଳକଙ୍କ ସହ ଖେଳୁଥିଲେ। ଏହି ସମୟରେ ୪ଜଣ ନାବାଳକ ଶିଶୁ କନ୍ୟାକୁ ନିକଟରେ ଥିବା ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନକୁ ଟେକି ନେଇ ସେଠାରେ ଜଣଙ୍କ ପରେ ଜଣେ ବଳାକତ୍ାର କରିଥିଲେ। ଶିଶୁଟି ଚିକତ୍ାର କରିବାରୁ ତାର ପାଟିକୁ ବନ୍ଦ କରିଦେଇଥିଲେ। ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ୪ନାବାଳକ ଶିଶୁ କନ୍ୟାକୁ ସେଠାରେ ଛାଡ଼ି ପଳାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଉକ୍ତ ନିଛାଟିଆ ସ୍ଥାନରୁ ଶିଶୁ କନ୍ୟାକୁ ଅଚେତ ଅବସ୍ଥାରେ ପାଇଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା କରିବା ପରେ ଘରକୁ ଆଣିଥିଲେ। ଘରେ ପଚରାଉଚରା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ। ଏହାପରେ ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ୪ନାବାଳକଙ୍କୁ କାବୁ କରି ଥାନାକୁ ଆଣିଛି। ଏନେଇ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ବୁଧବାର ଖରାବେଳେ ଏଭଳି ଘଟଣା ହୋଇଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଏକ ବଳାକତ୍ାର ମାମଲା ରୁଜୁ କରାଯାଇ ୪ନାବାଳକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ବୋଲି ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୪ ମାସ ମଧ୍ୟରେ ରାଜଧାନୀରେ ୧୩ରୁ ଊର୍ଦ୍ଧ୍ୱ ନାବାଳିକାଙ୍କୁ ବଳାକତ୍ାର କରାଯାଇଥିବା ଜଣାପଡ଼ିଛି; ଯାହାକି କମିଶନରେଟ ପୋଲିସର ଚିନ୍ତା ବଢାଇ ଦେଇଛି। ବଳାକତ୍ାର ରୋକିବାକୁ ପୋଲିସ ପକ୍ଷରୁ ପରୀ ରଥ ପରିକ୍ରମା କରାଯାଇଛି ହେଲେ ନାବାଳିକା ବଳାତ୍କାର ଥମିବାର ନାଁ ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri