କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍କାର୍ଡଧାରୀ ୩,୨୯,୬୦୫ ପରିବାର ମଧ୍ୟରୁ ୭ ମାସରେ ମାତ୍ର ୯୧୪ଟିକୁ ୧୦୦ ଦିନର କାର୍ଯ୍ୟ ମିଳିଛି। ସେହିପରି ଆର୍ଥିକ ବର୍ଷର ୭ ମାସ ବିତିଥିଲେ ମଧ୍ୟ ଆହୁରି ୬୫,୪୭୬ ପ୍ରକଳ୍ପ ଅଧୁରା ପଡ଼ିଛି। ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ତପତ୍ରତା ଦେଖାଯାଉନାହିଁ। ଜିଲାର ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ୪୨ଟି ପରିବାରକୁ ୧୦୦ଦିନର କାର୍ଯ୍ୟ ମିଳିଥିବା ବେଳେ ମାର୍ଶାଘାଇରେ ମାତ୍ର ୫୨ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଏହା ୬୦ ପରିବାରରେ ସୀମିତ ଅଛି। ଅପରପକ୍ଷରେ ଏହି ସମୟ ଅବଧି ମଧ୍ୟରେ ବଲାଙ୍ଗୀର ଜିଲାରେ ୧୩,୮୨୯, ଗଞ୍ଜାମରେ ୩୬,୬୧୦, କଳାହାଣ୍ଡିରେ ୮,୧୭୦, କନ୍ଧମାଳରେ ୧୯,୪୨୧, କେନ୍ଦୁଝରରେ ୯,୧୯୮, କୋରାପୁଟରେ ୯,୭୪୫, ନବରଙ୍ଗପୁରରେ ୮,୩୪୩, ନୂଆପଡ଼ାରେ ୮,୦୧୩ ଓ ସୁନ୍ଦରଗଡ଼ ଜିଲାରେ ୮,୩୨୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ତଥ୍ୟ ଅନୁଯାୟୀ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ପାଇଁ ରାଜକନିକା ବ୍ଲକ ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତକୁ ମଞ୍ଜୁରୀ ମିଳିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ଆଳି ବ୍ଲକ ଭୂଇଁପୁର ଓ ଦେସାହି ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ବ୍ୟତୀତ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ପାଇଁ ୩,୮୮୨ ପ୍ରକଳ୍ପ, ମରୁଡ଼ି ଭିତ୍ତିଭୂମି ପାଇଁ ୧୨,୯୫୫ ପ୍ରକଳ୍ପ, ବନ୍ୟା ନିରାକରଣ ପାଇଁ ୮୨ ପ୍ରକଳ୍ପ, ଭୂମି ଉନ୍ନତୀକରଣ ପାଇଁ ୪୯୭୧ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପାଇଁ ୩୬୨ ପ୍ରକଳ୍ପ, ଅନ୍ୟ କାର୍ଯ୍ୟ ପାଇଁ ୮ ପ୍ରକଳ୍ପ, ଖେଳପଡ଼ିଆ ପାଇଁ ୪୭ ପ୍ରକଳ୍ପ, ଗ୍ରାମାଞ୍ଚଳ ରାସ୍ତା ସଂଯୋଗ ପାଇଁ ୧୫,୦୩୪ ପ୍ରକଳ୍ପ, ଗ୍ରାମାଞ୍ଚଳ ପରିମଳ ପାଇଁ ୧୭୧୩ ପ୍ରକଳ୍ପ, ଜଳ ଅମଳ ପାଇଁ ୧୦,୭୪୬ ପ୍ରକଳ୍ପ ଓ ଭୂମି ଉନ୍ନତୀକରଣ ପାଇଁ ୧୩,୨୯୪ ପ୍ରକଳ୍ପ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଅଛି। ଏ ସମ୍ପର୍କରେ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଜିଲାରେ ଏହି କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି। ଫଳରେ ଜିଲାର ଯୁବବର୍ଗ କାମ ଅନ୍ବେଷଣରେ ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ଏଥିସହ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ସେଠାରେ ନିର୍ଯାତିତ ହେଉଥିବା ଖବର ବର୍ଷ ସାରା ଶୁଣିବାକୁ ମିଳୁଛି। କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଶ୍ରମିକ କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଶ୍ରମିକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଲୋକ ସମ୍ବଳ ଅଧିକ ଥିବାରୁ କର୍ମନିଯୁକ୍ତି ଏକ ସମସ୍ୟା ହୋଇଛି। ସରକାରଙ୍କ ଏମ୍ଜିଏନ୍ଆର୍ଇଜିଏସ୍ରେ କାର୍ଯ୍ୟ ପାଇଁ ମୋଟ ୮,୨୫,୩୩୯ ଜଣ ଜବ୍କାର୍ଡଧାରୀ ଭାବେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କୁ ଅନୂ୍ୟନ ୧୦୦ ଦିନର କାମ ଯୋଗାଇଦେବା ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଲକ୍ଷ୍ୟ ରହିବା କଥା। ତେବେ ଯୋଜନାରେ ମେଶିନ ଲଗାଉଥିବାରୁ ଶ୍ରମିକଙ୍କୁ କାର୍ଯ୍ୟ ମିଳୁନାହିଁ। ଫଳରେ ଜିଲାର ବହୁ ଉନ୍ନୟନ ପ୍ରକଳ୍ପ ଅଧା ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଚଳିତବର୍ଷ ବର୍ଷା ଓ ବନ୍ୟା ଯୋଗୁ ଏମ୍ଜିଏନ୍ଆର୍ଇଜିଏସ୍ରେ କାର୍ଯ୍ୟକାରୀରେ ମନ୍ଥରତା ଆସିଥିଲା। ଏବେ ଏହାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…
ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...
ଏହି ଷ୍ଟାର ଫୁଟ୍ବଲ ଖେଳାଳିଙ୍କୁ ବ୍ଲାକ୍ମେଲ କରି ଜେଲଗଲେ ମହିଳା
ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍ ହିଅଙ୍ଗ ମିନ୍ଙ୍କୁ ବ୍ଲାକ୍ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...
ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ
ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...
ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା
ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...
ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ
ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...
ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍ ଆଉ ମିଳିବନି ବାରମ୍ବାର ସୁଯୋଗ
ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...
୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା
ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...
ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…
ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...
Archives


