କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍କାର୍ଡଧାରୀ ୩,୨୯,୬୦୫ ପରିବାର ମଧ୍ୟରୁ ୭ ମାସରେ ମାତ୍ର ୯୧୪ଟିକୁ ୧୦୦ ଦିନର କାର୍ଯ୍ୟ ମିଳିଛି। ସେହିପରି ଆର୍ଥିକ ବର୍ଷର ୭ ମାସ ବିତିଥିଲେ ମଧ୍ୟ ଆହୁରି ୬୫,୪୭୬ ପ୍ରକଳ୍ପ ଅଧୁରା ପଡ଼ିଛି। ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ତପତ୍ରତା ଦେଖାଯାଉନାହିଁ। ଜିଲାର ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ୪୨ଟି ପରିବାରକୁ ୧୦୦ଦିନର କାର୍ଯ୍ୟ ମିଳିଥିବା ବେଳେ ମାର୍ଶାଘାଇରେ ମାତ୍ର ୫୨ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଏହା ୬୦ ପରିବାରରେ ସୀମିତ ଅଛି। ଅପରପକ୍ଷରେ ଏହି ସମୟ ଅବଧି ମଧ୍ୟରେ ବଲାଙ୍ଗୀର ଜିଲାରେ ୧୩,୮୨୯, ଗଞ୍ଜାମରେ ୩୬,୬୧୦, କଳାହାଣ୍ଡିରେ ୮,୧୭୦, କନ୍ଧମାଳରେ ୧୯,୪୨୧, କେନ୍ଦୁଝରରେ ୯,୧୯୮, କୋରାପୁଟରେ ୯,୭୪୫, ନବରଙ୍ଗପୁରରେ ୮,୩୪୩, ନୂଆପଡ଼ାରେ ୮,୦୧୩ ଓ ସୁନ୍ଦରଗଡ଼ ଜିଲାରେ ୮,୩୨୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ତଥ୍ୟ ଅନୁଯାୟୀ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ପାଇଁ ରାଜକନିକା ବ୍ଲକ ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତକୁ ମଞ୍ଜୁରୀ ମିଳିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ଆଳି ବ୍ଲକ ଭୂଇଁପୁର ଓ ଦେସାହି ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ବ୍ୟତୀତ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ପାଇଁ ୩,୮୮୨ ପ୍ରକଳ୍ପ, ମରୁଡ଼ି ଭିତ୍ତିଭୂମି ପାଇଁ ୧୨,୯୫୫ ପ୍ରକଳ୍ପ, ବନ୍ୟା ନିରାକରଣ ପାଇଁ ୮୨ ପ୍ରକଳ୍ପ, ଭୂମି ଉନ୍ନତୀକରଣ ପାଇଁ ୪୯୭୧ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପାଇଁ ୩୬୨ ପ୍ରକଳ୍ପ, ଅନ୍ୟ କାର୍ଯ୍ୟ ପାଇଁ ୮ ପ୍ରକଳ୍ପ, ଖେଳପଡ଼ିଆ ପାଇଁ ୪୭ ପ୍ରକଳ୍ପ, ଗ୍ରାମାଞ୍ଚଳ ରାସ୍ତା ସଂଯୋଗ ପାଇଁ ୧୫,୦୩୪ ପ୍ରକଳ୍ପ, ଗ୍ରାମାଞ୍ଚଳ ପରିମଳ ପାଇଁ ୧୭୧୩ ପ୍ରକଳ୍ପ, ଜଳ ଅମଳ ପାଇଁ ୧୦,୭୪୬ ପ୍ରକଳ୍ପ ଓ ଭୂମି ଉନ୍ନତୀକରଣ ପାଇଁ ୧୩,୨୯୪ ପ୍ରକଳ୍ପ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଅଛି। ଏ ସମ୍ପର୍କରେ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଜିଲାରେ ଏହି କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି। ଫଳରେ ଜିଲାର ଯୁବବର୍ଗ କାମ ଅନ୍ବେଷଣରେ ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ଏଥିସହ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ସେଠାରେ ନିର୍ଯାତିତ ହେଉଥିବା ଖବର ବର୍ଷ ସାରା ଶୁଣିବାକୁ ମିଳୁଛି। କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଶ୍ରମିକ କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଶ୍ରମିକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଲୋକ ସମ୍ବଳ ଅଧିକ ଥିବାରୁ କର୍ମନିଯୁକ୍ତି ଏକ ସମସ୍ୟା ହୋଇଛି। ସରକାରଙ୍କ ଏମ୍ଜିଏନ୍ଆର୍ଇଜିଏସ୍ରେ କାର୍ଯ୍ୟ ପାଇଁ ମୋଟ ୮,୨୫,୩୩୯ ଜଣ ଜବ୍କାର୍ଡଧାରୀ ଭାବେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କୁ ଅନୂ୍ୟନ ୧୦୦ ଦିନର କାମ ଯୋଗାଇଦେବା ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଲକ୍ଷ୍ୟ ରହିବା କଥା। ତେବେ ଯୋଜନାରେ ମେଶିନ ଲଗାଉଥିବାରୁ ଶ୍ରମିକଙ୍କୁ କାର୍ଯ୍ୟ ମିଳୁନାହିଁ। ଫଳରେ ଜିଲାର ବହୁ ଉନ୍ନୟନ ପ୍ରକଳ୍ପ ଅଧା ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଚଳିତବର୍ଷ ବର୍ଷା ଓ ବନ୍ୟା ଯୋଗୁ ଏମ୍ଜିଏନ୍ଆର୍ଇଜିଏସ୍ରେ କାର୍ଯ୍ୟକାରୀରେ ମନ୍ଥରତା ଆସିଥିଲା। ଏବେ ଏହାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

