ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା

କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା ହୋଇଛି। ହତ୍ୟା ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ମଙ୍ଗଳବାର ସାରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଶନିବାର ପୋଲିସ ମୃତଦେହ ଜବତ କରିଥିଲା। ମୃତ ହେଲେ ଗ୍ରାମର ମେଞ୍ଜତି ମୁଣ୍ଡା (୪୫)। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ଗଲୁ ମୁଣ୍ଡା(୪୭)ଙ୍କୁ ଗିରଫ କରି ରବିବାର କୋଟ ଚାର୍ଲଣ କରିଛି।

ପୋଲିସ ସୂଚନା ମୁତାବକ, ଗଲୁ ମଙ୍ଗଳବାର କାମରୁ ସାରେ ଘରକୁ ଫେରିଥିଲେ। ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିବା ବେଳେ ଖାଇବାକୁ ଦେବାରେ ବିଳମ୍ବ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗଲୁ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ରାଗରେ ମେଞ୍ଜତି ରାତିରେ ବାପ ଘରକୁ ପଳାଇ ଯିବାକୁ ବାହାରିଥିଲେ। ତେବେ ଗଲୁ ତାଙ୍କ ପଛେ ପଛେ ଯାଇଥିଲେ। ଗାଁ ନିକଟସ୍ଥ ଜଙ୍ଗଲ ନିକଟରେ ପୁଣି ବଚସା ହୋଇଥିଲା।

ସେଠାରେ ମେଞ୍ଜତିଙ୍କୁ ମାଡ଼ ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇ ପଳାଇଆସିଥିଲେ। ୪ ଦିନ ପରେ ଶନିବାର ତାଙ୍କ ପୁଅ ଘଟଣା ବିଷୟରେ ଜାଣିବା ପରେ ନୟାକୋଟ ପୋଲିସକୁ ଜଣାଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆଲୋକ ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

ସାରାବ୍ରକେନ,(ଜର୍ମାନୀ),୧ା୧୧: ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସାରାବ୍ରକେନଠାରେ ଅନୁଷ୍ଠିତ ହାଇଲୋ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ: ଅଭିଯୁକ୍ତଙ୍କୁ ଗୁଳିକରି ଗିରଫ କଲା ପୋଲିସ

ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ…

ବୁଲେଟପ୍ରୁଫ୍ କାଚ ବାକ୍ସ ଭିତରୁ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ବିଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରବିବାର ନିଜ ବାସଭବନ ‘ଜଲ୍‌ସା’ ବାହାରେ ଏକାଠି ହେଉଥିବା ହଜାର ହଜାର ପ୍ରଶଂସକଙ୍କୁ…

ଆଜି ଭୀଷଣ ବାତ୍ୟାର ରୂପ ନେବ ‘ମୁରାସୁ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ଏହି ୫ ଜିଲାକୁ ଅଧିକ…

ଭୁବନେଶ୍ୱର,୧ା୧୧(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି.,…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି…

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ: ସରକାରଙ୍କ ବିଫଳତାକୁ ନେଇ ବର୍ଷିଲେ ବିଜେଡି ନେତା

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳିସ୍ଥିତିରେ…

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?