୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ଼ ଜମିଥିଲା। ଚରମ୍ପା ଷ୍ଟେଶନ ରୋଡ୍‌, ଡାହାଣୀଗଡ଼ିଆ ଛକଠାରୁ ଆର୍‌ଟିଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଜନସମୁଦ୍ର ଭଳି ପ୍ରତୀତ ହୋଇଥିଲା। ଓଏସ୍‌ଆର୍‌ଟିସି ପୁରୁଣା ବସ୍‌ଷ୍ଟାଣ୍ଡ, ପଥର କାଳୀପଡ଼ିଆ,ଚରମ୍ପା ପେଟ୍ରୋଲ ପମ୍ପ ନିକଟସ୍ଥ ପଡ଼ିଆରେ ଦିନରୁ ମିନାବଜାର ନିକଟରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ଚରମ୍ପା ହିରୋ ଶୋ’ରୁମ ସମ୍ମୁଖ ପଡ଼ିଆରେ ୨ଟି ଓ ପଥରକାଳୀ ପଡ଼ିଆରେ ଗୋଟିଏ ଯାତ୍ରା ପାର୍ଟି ପଡ଼ିଥିବାରୁ ଟିକେଟ କାଉଣ୍ଟର ନିକଟରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଦିନରେ ଏତେ ଭିଡ଼ ହେବ ବୋଲି ପୋଲିସ ଆଶା କରି ନ ଥିବାରୁ ଚରମ୍ପା ବଜାର ଭିତରକୁ ମୋଟରସାଇକେଲ, ଅଟୋ, ପିକଅପ୍‌ ଛାଡ଼ି ଦିଆଯାଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହୋଇଥିଲା। ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ଯାଏ ସବୁ ପୂଜା ମଣ୍ଡପ, ରାସ୍ତାଘାଟ ଲୋକମୟ ହୋଇ ରହିଥିଲା। ରଙ୍ଗିନ ଆଲୋକମାଳାରେ ଝଲସୁଥିବା ସହର ଯେମିତି ଚିତ୍ରନଗରୀରେ ପରିଣତ ହୋଇଛି ମନେ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବିଭିନ୍ନ ସ୍ଥାନରେ ନାକେଦମ ହେବାକୁ ପଡ଼ିଥିଲା।
କାଳୀପୂଜାରେ ନିଆରା ଆକର୍ଷଣ ସାଜିଥିବା ବାରୁଆଳି ମଣ୍ଡପରେ କେଉଁଠି ଭଣ୍ଡବାବା ତ ଅନ୍ୟ କେଉଁଠି ହେଲମେଟ୍‌ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରାଯାଉଛି। ରାଜଘାଟ ଛକ କାଳୀମଣ୍ଡପରେ ଅନ୍ଧବିଶ୍ୱାସ ଓ ଭଣ୍ଡ ତାନ୍ତ୍ରିକ ବାବାଙ୍କ ଫାଶରୁ ଦୂରେଇ ରହିବା ପାଇଁ ଜନସଚେତନତା ସୃଷ୍ଟି କରାଯାଉଛି। ସେହିଭଳି ଲକ୍ଷ୍ମଣ ଶକ୍ତିଭେଦ ବେଳେ ହନୁମାନ ଗନ୍ଧମାର୍ଦନ ପର୍ବତକୁ ଯାଇଥିବା ସମୟରେ ସୀତା ଠାକୁରାଣୀ ରାମ ନାମ ଚିତ୍କାର କରୁଥିବା, ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ଆଜି ହିଁ ଶପଥପାଠ କରନ୍ତୁ ବୋଲି ଏକ ପ୍ରତୀକାତ୍କକ ଚିତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍କୁଲ ରୋଡ୍‌ ପୂଜା କମିଟି ମଣ୍ଡପରେ ଲବଣି ଚୋରି ଓ ଏମ୍‌ଭିଆଇଙ୍କ ହେଲ୍‌ମେଟ୍‌ ଚେକିଂ ବାରୁଆଳି ଚିତ୍ତାକର୍ଷକ ହୋଇଛି। ବିଶାଣିଖରିଦା ପୂଜା ମଣ୍ଡପରେ ସ୍ବଚ୍ଛ ଭାରତ ବାର୍ତ୍ତା ଓ ବନ୍ୟଜନ୍ତୁ ସଂରକ୍ଷଣ, ତେଲେଙ୍ଗା ସାହିରେ ସେଲ୍‌ଫି କର୍ନର ଓ ଜ୍ୟୋତିର୍ଲିଙ୍ଗ ବାରୁଆଳି ଦର୍ଶକଙ୍କୁ ବାନ୍ଧି ରଖୁଛି। ଏସବୁ ବାରୁଆଳି ନିକଟରେ ଶୁକ୍ରବାର ଦର୍ଶକଙ୍କ ବେଶ୍‌ ଭିଡ଼ ଜମି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri