୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଇଞ୍ଜିନିୟର, ପୂର୍ତ୍ତ ବିଭାଗ ଏବଂ ଏଏସ୍‌ଆଇର ବରିଷ୍ଠ ଅଧିକାରୀମାନେ ଗର୍ଭଗୃହ ଅନୁଧ୍ୟାନ କରିବେ। ଜଗମୋହନ ମରାମତି ବେଳେ ପୋର୍ଟାଲ ଫ୍ରେମ୍‌ ସ୍ଥାପନ କରାଯାଇଛି। ଏଥିରେ ଯେଉଁ ଲୋଡ୍‌ସେଲ୍‌ ଲାଗିଛି ତାହାର ମନିଟରିଂ ଅନୁଧ୍ୟାନ କରାଯିବ। ନାଟମଣ୍ଡପ ଗରୁଡ଼ ସ୍ତମ୍ଭ ସମ୍ମୁଖ ଯେଉଁ ବିମ୍‌ରେ ଫାଟ ହୋଇଥିଲା ସେଠାରେ ସେନ୍‌ସର ଲଗାଯାଇଛି। ତାହାର ସ୍ଥିତି କେମିତି ଅଛି ତାହା ଯାଞ୍ଚ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଡ. ଏନ୍‌.ସି. ପାଲ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ. ପାଲ୍‌ କହିଛନ୍ତି, ଗର୍ଭଗୃହର ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ଯାଞ୍ଚ ହେବ। ପ୍ରତିବର୍ଷ ଏହି ଯାଞ୍ଚ କରାଯାଏ। ଏଥର ଗର୍ଭଗୃହ ବାୟୁ ସଞ୍ଚାଳନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ ହେବ। ଦରକାର ପଡ଼ିଲେ ଏହାର ଆବଶ୍ୟକ ମରାମତି କରାଯିବ । ମହାପ୍ରଭୁ ରହୁ ନ ଥିବା ଏହି ୯ ଦିନ ଶ୍ରୀମନ୍ଦିର ରୋଷଘର କାମ ହେବ। ଭୋଗ ମଣ୍ଡପ ଚଟାଣର ଯେଉଁ ପଥର ନଷ୍ଟ ହୋଇଛି ତାହାର ପରିବର୍ତ୍ତନ କରାଯିବ। ଏଥିସହ ଛୋଟ ଧରଣର ଆବଡ଼ା ଖାବଡ଼ା ହୋଇଛି ତାହାର କେମିକାଲ ଫିଲିଂ କରାଯିବ। ମୋଟାମୋଟି ଏହି ୯ ଦିନ ମଧ୍ୟରେ ଶ୍ରୀମନ୍ଦିରରେ କଣ କଣ କାମ ହେବ ତାହାର ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । ସେହି ଅନୁଯାୟୀ କାମ କରାଯିବ ବୋଲି ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri