ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ହାତୀ ମୃତ୍ୟୁହାର ବଢ଼ିବାରେ ଲାଗିଛି। ବିଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୮୦ରୁ ଉର୍ଦ୍ଧ୍ୱ ହାତୀ ମୃତ୍ୟୁବରଣ କରୁଛନ୍ତି। ୨୦୧୭ ଅପ୍ରେଲ ମାସରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଥିବା ତଥ୍ୟରୁ ଜଣାପଡ଼ିଛି। ଶନିବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅନଲାଇନ ମାଧ୍ୟମରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଥିଲେ। ହାତୀ ମଣିଷ ମୁହଁାମୁହିଁକୁ ରୋକାଯିବା ସହ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ ଜିଲାପାଳ କହିଥିଲେ। ପ୍ରତିମାସରେ ହେବାକୁ ଥିବା ଉକ୍ତ ବୈଠକର ଆବାହକ ବ୍ରହ୍ମପୁର ଡିଏଫଓ ଅଛନ୍ତି। ଏହି ବୈଠକରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବ୍ରହ୍ମପୁର ଡିଏଫଓ, ଚିଲିକା ଡିଏଫଓ, ଟାଟାପାୱାର, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ପୂର୍ତ୍ତ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗନେଇ ନିଜର ମତ ରଖିଥିଲେ । ଆଗକୁ ହାତୀ ଫସଲ କ୍ଷତି କରିବାକୁ ଗଁା ମୁହଁା ହେବେ। ଏହି ସମୟରେ ହାତୀ ମଣିଷ ମୁହଁାମୁହିଁ ହେବାର ସମ୍ଭାବନା ରହିଛି । ତେଣୁ ଜଙ୍ଗଲ ନିକଟବର୍ତ୍ତି ଗ୍ରାମବାସୀଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉପରେ ସଚେତନତା କରାଯିବ। ଯେଉଁଠି ହାତୀ ଫସଲ କ୍ଷତି କରୁଛି ସମ୍ପୃକ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଦେବା ବ୍ୟବସ୍ଥା କରାଯିବ। ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ ତାର କେଉଁଠି ଓହଳି ଥିଲେ ତାହାକୁ ନିର୍ଦ୍ଧାରିତ ଉଚ୍ଚତାରେ ଟାଣିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଯେଉଁଠି କେବୁଲ ତାର ଆବଶ୍ୟକ ସେଠି କେବୁଲ ତାର ଟାଣିବା ବ୍ୟବସ୍ଥା ହେବ । ଭିତ୍ତିଭୂମି ସଜାଡ଼ିବା ପାଇଁ ଯେଉଁ ଡିଭିଜନକୁ ଯେତିକି ଅର୍ଥ ଆବଶ୍ୟକ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ହାତୀ ସୁରକ୍ଷା ପାଇଁ ଯେଉଁ ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଚୋରି ସମେତ ବିଭିନ୍ନ ପ୍ରକାର ବିଶୃଙ୍ଖଳା ହେଉଥିବା ଅଭିଯୋଗ ହେଉଛି। ତେଣୁ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଭାବେ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଅପରପକ୍ଷରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ମେଡ଼ିକାଲ ପରିସର ଭିତରକୁ ଶନିବାର ସନ୍ଧ୍ୟାରେ ଏକ ଆହତ ହରିଣ ପଶିଆସିଥିଲା। ହରିଣଟିର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିଲା। କୁକୁରମାନେ ହରିଣଟିକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ହରିଣଟିକୁ ଉଦ୍ଧାର କରି ଚିକିସତ୍ା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ହରିଣଟିର ମୃତ୍ୟୁ ହୋଇଯାଇଛି। ୨୦୧୭ ଅପ୍ରେଲ ଏବଂ ମେ’ ମାସ ମଧ୍ୟରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ସେ ସମୟରେ ରାଜ୍ୟରେ ୧୯୭୬ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଗଞ୍ଜାମ ଜିଲାରେ ୨୦୧୭ ଗଣନା ଅନୁସାରେ ୫୩ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଆଜି ସୁଧା ଜିଲାରେ ୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶନିବାର ସୁଧା ଉତ୍ତର ଘୁମୁସର ବନଖଣ୍ଡରେ ୪୫ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୯ଟି ହାତୀ ଅଛନ୍ତି । ବ୍ରହ୍ମପୁର ବନଖଣ୍ଡର ରିପୋର୍ଟ ହସ୍ତଗତ ହୋଇନାହିଁ । ପ୍ରତି ୨ବର୍ଷକୁ ଥରେ ରାଜ୍ୟରେ ହାତୀ ଗଣନା ହେବା କଥା। କିନ୍ତୁ ୨୦୧୯ରେ କରୋନା ଯୋଗୁ ହାତୀ ଗଣନା ହୋଇପାରିନଥିଲା। ଇତିମଧ୍ୟରେ କରୋନା ଯାଇ
ସ୍ବାଭାବିକ ପରିସ୍ଥିତି ହେଲାଣି। ତଥାପି ହାତୀ ଗଣନା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି, ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।
‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ
ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…
ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ
ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…
ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ
ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…
ଚୋର-ପୋଲିସ୍ର ଖେଳ ସୋସିଆଲ୍ ମିଡିଆରେ ଭାଇରାଲ୍: ଚାରି ଥାନାର ପୋଲିସ୍କୁ ପାଣି ପିଆଇ…
ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍ ଲଢ଼େଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଗତ ଶୁକ୍ରବାର…
ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ
ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…
ଭାଜପାର ନୂଆ ଟିମ୍ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ
ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…
୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…
ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…
ନୀତିନ ନବୀନଙ୍କ ନୂଆ ଟିମ୍ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ
ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…
Archives

