୫ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶୁକ୍ରବାର ଜିଲାର ୫ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କର ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ରିଜିଓନାଲ ମେଡିକାଲ ଗବେଷଣା କେନ୍ଦ୍ରକୁ ପଠାଯାଇଛି।
ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପଞ୍ଚାୟତସ୍ତରରେ ଆଇସୋଲେଶନ ୱାର୍ଡ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଜିଲାରେ ୨୧୫ଟି ମେଡିକାଲ କ୍ୟାମ୍ପ କରାଯିବାକୁ ଯୋଜନା ରହିଛି ବୋଲି ଜିଲାପାଳ ସୀତାଂଶୁ ରାଉତ କହିଛନ୍ତି। ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସହରର ଗଳିକନ୍ଦିରେ ବ୍ଲିଚିଂ ପାଉଡର ପକାଯିବା ସହ ଡିସ୍‌ଇନ୍‌ଫେକ୍‌ଟାଣ୍ଟ ସିଞ୍ଚନ କରାଯାଉଛି। ମାଛ ମାର୍କେଟକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହାବେଳି ପଡ଼ିଆ, ଗୁରୁଜଙ୍ଗ ମେଳଣ ପଡ଼ିିଆ, ଲୋକେଶ୍ୱର ମେଳଣ ପଡ଼ିଆ ଏବଂ ଟିଏଲ୍‌ସି ରୋଡକୁ ପରିବା ମାର୍କେଟ ସ୍ଥାନାନ୍ତର କରାଯାଇଛି। ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।…

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri