Posted inରାଜ୍ୟ

୫ ଜିଲାରେ ଶୀତ ଲହରି: ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଗତ କିଛିଦିନ ରାଜ୍ୟରେ ଥଣ୍ଡା କମିଯାଇଥିବା ବେଳେ ଶନିବାର ପୁଣି ଶୀତ ଆରମ୍ଭ ହୋଇଛି। ପାରଦ ୩ରୁ ୪ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ, ସୋନପୁର, ଝାରସୁଗୁଡା, ଦେବଗଡ ଓ ବଲାଙ୍ଗୀର ଜିଲାରେ ଥଣ୍ଡା ବାୟୁ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ମଧ୍ୟ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଅନୁଗୋଳ ଜିଲାରେ ଶୀତ ଲହରି ହେବ ବୋଲି ଅନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ଶନିବାର ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ୮.୬, ସୋନପୁର ୮, କେନ୍ଦୁଝର ୧୦.୪, ସମ୍ବଲପୁର ୧୦.୨, ଫୁଲବାଣୀ ୧୦, ଟିଟିଲାଗଡ ୧୦.୧ ଏବଂ ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri