୪ ଥାକିଆ ହେବ ପ୍ରତ୍ୟକ୍ଷ ଟିକସ ସ୍ଲାବ୍‌;୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ସୁପାରିସ୍‌

ନୂଆଦିଲ୍ଲୀ,୨୫-୯: ଦେଶରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌(ଡିଟିସି) ଲାଗୁ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଉଛନ୍ତି। ଏହାକୁ କିପରି ଲାଗୁ କରିହେବ ସେ ନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବିଭିନ୍ନ ଦିଗ ଉପରେ ତର୍ଜମା କରି ଟାସ୍କଫୋର୍ସ ସରକାରଙ୍କୁ ତାଙ୍କର ସୁପାରିସ୍‌ ରିପୋର୍ଟ ପ୍ରଦାନ କରିଛନ୍ତି। ବର୍ତ୍ତମାନର ୩ ପରିବର୍ତ୍ତେ ୪ ଥାକିଆ ଆୟକର ସ୍ଲାବ୍‌ ପ୍ରଚଳନ କରିବାକୁ ଟାସ୍କଫୋର୍ସ ସୁପାରିସ୍‌ କରିଛନ୍ତି। ଏଥିସହିତ ବର୍ତ୍ତମାନ ଟିକସ ଛାଡ଼ ସୀମାକୁ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ, ବାର୍ଷିକ ୨ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୩୫%ର ଏକ ନୂଆ ସ୍ଲାବ୍‌ ଲାଗୁ କରିବାକୁ ସୁପାରିସ୍‌ରେ କୁହାଯାଇଛି।
ଉଲ୍ଲେଖ କରାଯାଇପାରେ ଯେ, ବର୍ତ୍ତମାନ ସର୍ବନିମ୍ନ ୫% ଓ ସର୍ବାଧିକ ୩୦% ଟିକସ ସ୍ଲାବ୍‌ ରହିଛି। ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ଼ ସୀମା ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫%, ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଆଦାୟ କରାଯାଉଛି। ତେବେ ଟାସ୍କଫୋର୍ସ ପକ୍ଷରୁ ନୂଆ ଟିକସ ସ୍ଲାବ୍‌ ସୁପାରିସ୍‌ କରାଯାଇଛି। ଏଥିରେ କୁହାଯାଇଛି ଯେ, ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୦%, ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦ ପ୍ରତିଶତ ଏବଂ ୨୦ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୩୦ ପ୍ରତିଶତ ଟିକସ ଆଦାୟ କରିବାକୁ ସୁପାରିସ୍‌ରେ କୁହାଯାଇଛି। ପୁରୁଣା ବ୍ୟବସ୍ଥାରେ ୧୦ ପ୍ରତିଶତ ଟିକସ ଆଦାୟର ବ୍ୟବସ୍ଥା ନାହିଁ। ସୁପାରିସ୍‌ ଗ୍ରହଣ କରାଗଲେ ୫%ର ସ୍ଲାବ୍‌ ପ୍ରତ୍ୟାହାର ହୋଇଯିବ। ଚଳିତ ବର୍ଷ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୨,୫୦୦ ଟଙ୍କାର ରିବେଟ୍‌ ମିଳୁଛି। ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବସ୍ତୁତଃ ଟିକସମୁକ୍ତ ହୋଇଯାଉଛି। ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ଲୋକଙ୍କ ହାତରେ ବଳକା ଅର୍ଥ ରହିବ। ଫଳରେ ସେମାନେ ନିବେଶ ଓ ଖର୍ଚ୍ଚ କରିବାକୁ ସୁଯୋଗ ପାଇବେ। ୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ହାତରେ ଅଧିକ ଅର୍ଥ ଆସିଯିବ ବୋଲି ଟାସ୍କଫୋର୍ସ ଯୁକ୍ତି ବାଢ଼ିଛି। ତେବେ ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ରାଜକୋଷର ଆୟ କମିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସର ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଅଗଷ୍ଟ ୧୯ରେ ରିପୋର୍ଟ ପ୍ରଦାନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ୬ ବରିଷ୍ଠ ଅଧିକାରୀ ସସପେଣ୍ଡ

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ବିଧାନ ପରିଷଦ ନିର୍ବାଚନ ସମୟରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ ଆୟୋଗ । ଆଗ୍ରା…

‘It’s Done, Broooo!’ ଖାର୍ଗେଙ୍କ ବୟାନ ପରେ ଭାଜପାର କଟାକ୍ଷ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବିବାଦୀୟ ମନ୍ତବ୍ୟ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ପ୍ରସଙ୍ଗକୁ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର: ଏହି ୨ ଖେଳାଳି…

ନୂଆଦିଲ୍ଲୀ,୨୬।୧୦: ଭାରତୀୟ କ୍ରିକେଟ ଦଳର ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ଏବଂ ଉଇକେଟକିପର-ବ୍ୟାଟର ଋଷଭ ପନ୍ତ ଏବେ ବେଙ୍ଗାଲୁରୁସ୍ଥିତ ସେଣ୍ଟର…

ବାତ୍ୟା ଅର୍ଣ୍ଣବ: ଏହି ଜିଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭୁବନେଶ୍ବର,୨୬।୧୦: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଖେଇ ଆସୁଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨…

କୋଟିଆ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବିଧାୟକ

କୋରାପୁଟ, ୨୬।୧୦ (ଅମିତାଭ ବେହେରା): କୋଟିଆ ସମସ୍ୟାର ସମାଧାନ ଦିଗରେ କୋରାପୁଟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା…

ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି…

IPL 2027 ମିନି ନିଲାମ: ଏହି ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୨:ଆଇପିଏଲ ୨୦୨୭ ପାଇଁ ଖେଳାଳିଙ୍କ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ଆୟୋଜିତ ହେବ। ଏହି ଦିନ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?