Posted inଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଲା ଖୁସି ଖବର: ଏହି ୨ ଖେଳାଳି…

ନୂଆଦିଲ୍ଲୀ,୨୬।୧୦: ଭାରତୀୟ କ୍ରିକେଟ ଦଳର ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ଏବଂ ଉଇକେଟକିପର-ବ୍ୟାଟର ଋଷଭ ପନ୍ତ ଏବେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସରେ ନିଜ ଫିଟନେସ ଉପରେ କାମ କରୁଛନ୍ତି। ଉଭୟ ଖେଳାଳି ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟରେ ଖେଳିପାରନ୍ତି।

ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଲିଙ୍କନ୍‌ରେ ଇଣ୍ଡିଆ ଏ’ ଓ ନ୍ୟୁଜିଲାଣ୍ଡ ଏ’ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ବୁମ୍‌ରା ଖେଳିବାର ସମ୍ଭାବନା ରହିଛି। ତେବେ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ବୁମ୍‌ରାଙ୍କୁ ଆବଶ୍ୟକ ଫିଟ୍‌ନେସ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ନଭେମ୍ବର ୧ ତାରିଖରେ ସେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ଋଷଭ ପନ୍ତ ମଧ୍ୟ ଇଣ୍ଡିଆ ଏ’ ପକ୍ଷରୁ ତୃତୀୟ ମ୍ୟାଚ ଖେଳିପାରନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ ବିସିସିଆଇର ମେଡିକାଲ ଟିମ୍‌ଠାରୁ ଅନୁମତି ନେବାକୁ ପଡ଼ିବ। ଇରାନୀ କପ ସମୟରେ ପାର୍ଶ୍ୱ ମାଂସପେଶୀରେ ଟାଣ ଲାଗିବା କାରଣରୁ ପନ୍ତ ଆହତ ହୋଇଥିଲେ। ଅକ୍ଟୋବର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷରେ ରେଷ୍ଟ ଅଫ ଇଣ୍ଡିଆକୁ ବିଜୟୀ କରାଇବା ପରେ ସେ ଏହି ସମସ୍ୟାରେ ପଡ଼ିଥିଲେ।
ଆଘାତ ଯୋଗୁ ପନ୍ତ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡରେ ଦିଲ୍ଲୀ ପକ୍ଷରୁ ଖେଳିପାରି ନ ଥିଲେ। ଏହା ସହ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଦୁଇଟି ଅନଅଫିସିଆଲ ଟେଷ୍ଟରୁ ମଧ୍ୟ ସେ ବାଦ ପଡ଼ିଥିଲେ। ବୁମ୍‌ରା ଓ ପନ୍ତ ଉଭୟ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପ୍ରଥମ ଟେଷ୍ଟ ନଭେମ୍ବର ୧୯ରୁ ୱେଲିଂଟନ୍‌ରେ ଏବଂ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୭ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ବୁମ୍‌ରା ଓ ପନ୍ତ ଯଦି ତୃତୀୟ ଅନଅଫିସିଆଲ ଟେଷ୍ଟରେ ଖେଳିବାକୁ ସକ୍ଷମ ହୁଅନ୍ତି, ତେବେ ମୁଖ୍ୟ ଟେଷ୍ଟ ସିରିଜ ପୂର୍ବରୁ ସେମାନଙ୍କ ମ୍ୟାଚ ଫିଟ୍‌ନେସ ପରଖିବାର ସୁଯୋଗ ମିଳିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘It’s Done, Broooo!’ ଖାର୍ଗେଙ୍କ ବୟାନ ପରେ ଭାଜପାର କଟାକ୍ଷ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବିବାଦୀୟ ମନ୍ତବ୍ୟ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହି ପ୍ରସଙ୍ଗକୁ…

ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରବିବାର କୁମାର ପୂର୍ଣ୍ଣମୀ ସାରେ କାଳୁ ଗୌଡ଼(୪୧) ନାମକ…

ବାତ୍ୟା ମୁକାବିଲା ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ

ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ…

‘ଡୋର୍‌-ଟୁ-ଡୋର୍‌ ସର୍ଭେ’ ଆରମ୍ଭ, ଯୋଗଦେଲେ ଉପଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୌରାଞ୍ଚଳରେ ସୋମବାରଠାରୁ ‘ଡୋର୍‌-ଟୁ-ଡୋର୍‌ ସର୍ଭେ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗେଦଲ ନାଇଡୁପାଲମ ଗ୍ରାମରୁ ଏହି…

ବାତ୍ୟା ଅର୍ଣ୍ଣବ: ଏହି ଜିଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ଭୁବନେଶ୍ବର,୨୬।୧୦: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପାଖେଇ ଆସୁଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨…

ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଏବଂ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

କୋଟିଆ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବିଧାୟକ

କୋରାପୁଟ, ୨୬।୧୦ (ଅମିତାଭ ବେହେରା): କୋଟିଆ ସମସ୍ୟାର ସମାଧାନ ଦିଗରେ କୋରାପୁଟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା…

ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?