୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌ ପର୍ଯ୍ୟନ୍ତ ଉଦ୍‌ବୋଧନ ଦେଇଥିଲେ। ଆଉ ତାଙ୍କର ଟାର୍ଗେଟରେ ଥିଲା ବିରୋଧୀ କଂଗ୍ରେସ। ସେ କଂଗ୍ରେସ ଉପରେ ଏଥର ଖୁବ୍‌ ବର୍ଷିଥିବା ଦେଖାଯାଇଥିଲା। ମୋଦି କହିଛନ୍ତି ବର୍ଷ ବର୍ଷ ଧରି କଶ୍ମୀରରେ ନିର୍ଦ୍ଦିଷ୍ଟ କେତେଜଣ ପରିବାରଙ୍କ କଥା ଚିନ୍ତା କରିବା ଓ ବିଚ୍ଛିନ୍ନତାବାଦୀଙ୍କୁ ସାହସ ଦେବା ଫଳରେ ସମସ୍ୟା ବଢିଲା। ଦିଲ୍ଲୀ ଦୁର୍ବଳ ହେଲା ଆଉ କଶ୍ମୀର ପଣ୍ଡିତମାନେ ଭୟଭିତ ହୋଇଗଲେ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସର ରାଗ ବଢିଗଲା। ତେଣୁ ଏମିତି ଲୋକଙ୍କୁ ଦଣ୍ଡ ମିଳିବା ଦରକାର ଓ ସେମାନଙ୍କର ରାଜନୀତିରୁ ଅବସର ନେବା ଜରୁରୀ ବୋଲି ସେ କହିଛନ୍ତି। ଉକ୍ତ ରାଲିରେ ଭିଡକୁ ଦେଖି ମୋଦି କହିଥିଲେ ସେ ୧୨୫ କୋଟି ଭାରତୀୟଙ୍କ ପାଇଁ ବଞ୍ଚିଛନ୍ତି। ୭୦ ବର୍ଷ ହେଲା ଯେଉଁ ଅନୁଚ୍ଛେଦ ୩୭୦କୁ କଂଗ୍ରେସ ଡରୁଥିଲା ତାକୁ ଭାଜପା ୭୦ ଦିନରେ ଉଚ୍ଛେଦ କରି ଦେଖାଇଲା। କାରଣ କଂଗ୍ରେସ ଆତଙ୍କବାଦୀଙ୍କୁ ଡରୁଥିଲା। ଭାରତୀୟ ସେନାର ଶକ୍ତି ବୃଦ୍ଧି କରିଥିବା ରାଫାଲ କଥା ମଧ୍ୟ ଉଠାଇଥିଲେ ମୋଦି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri