୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି କରାଯାଉଛି। ଫଳରେ ଗ୍ରାହକଙ୍କ ଅସନ୍ତୋଷ ବଢ଼ୁଛି। ପକେଟ୍‌କୁ ସୁହାଇବା ଭଳି ସମସ୍ତେ ବିଭିନ୍ନ ଜିନିଷ କିଣିବାକୁ ପସନ୍ଦ କରିଥାନ୍ତି। ଗତ ଜୁଲାଇରେ ବଲିଉଡ୍‌ ଅଭିନେତା ରାହୁଲ୍‌ ବୋଷ ୨ଟି କଦଳୀ କିଣି ୪୪୨ ଟଙ୍କା ଗଣିଥିଲେ। ଏକ ବଡ଼ ହୋଟେଲରୁ ଏହା କ୍ରୟକରିବା ପରେ ଚଢ଼ାଦରକୁ ନେଇ ସେ ଟୁଇଟ୍‌ ମଧ୍ୟ କରିଥିଲେ। ଏବେ ମ୍ୟୁଜିକ୍‌ କମ୍ପୋଜର ଶେଖର ରବ୍‌ଜିଆନି ଏମିତି ଏକ ସମସ୍ୟାରେ ଫସିଛନ୍ତି। ସେ ଏକ ବଡ଼ ହୋଟେଲରୁ ୩ଟି ସିଝାଅଣ୍ଡା କିଣି ୧୬୭୨ ଟଙ୍କା ଗଣିିଛନ୍ତି। ଚଢ଼ାଦରକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ରସିଦ ସହ ଟୁଇଟ୍‌ ମଧ୍ୟ କରିବାକୁ ପଛାଇନାହାନ୍ତି। ଗତ ୧୪ରେ ଶେୟାର କରାଯାଇଥିବା ତାଙ୍କ ପୋଷ୍ଟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରଦାନ କରାଯାଇଛି। ଏହାକୁ ୫୫୦୦ ଲାଇକ୍‌ ମିଳିଥିବାବେଳେ ୧ ହଜାର ରିଟୁଇଟ୍‌ କରାଯାଇଛି। କେହି ରାସ୍ତାକଡ଼ରେ ମିଳୁଥିବା ସିଝାଅଣ୍ଡାଠାରୁ ଏହା ଯଥେଷ୍ଟ ଅଧିକ ବୋଲି କହିଥିବାବେଳେ ଆଉ କେହି ପଞ୍ଚତାରକା ହୋଟେଲ ଦରଠାରୁ ଏହା କମ୍‌ ଥିବା କମିକ୍‌ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?