୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କଳାହାଣ୍ଡି ପକ୍ଷରୁ ୭ ଲକ୍ଷ ୩୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା।
ଏଥିପାଇଁ କେସିଙ୍ଗା ପଞ୍ଚାୟତ ସମିତିର କାର୍ଯ୍ୟ ନିର୍ବାହୀ ସଂସ୍ଥା ପକ୍ଷରୁ କାର୍ଯ୍ୟ କରିବା କଥା, କିନ୍ତୁ ଶିରୋଲ ଗ୍ରାମ ଜଣେ ଠିକାଦାରଙ୍କୁ ଉକ୍ତ ଧାନ ଖଳା ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ଖଳା ନିର୍ମାଣ କାର୍ଯ୍ୟ ବିଳମ୍ବ ହେତୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଏ ନେଇ ଗତ ୬.୪.୨୬ ଦିନ ଧରିତ୍ରୀରେ ଖବର ପ୍ରସାରଣ କରାଯାଇଥିଲା। ଏହି ଧାନ ଖଳା ସମ୍ପୂର୍ଣ୍ଣ ହୋଇଥିଲେ ଶିରୋଲ ଗ୍ରାମର ପ୍ରାୟ ଶତାଧିକ ଚାଷୀ ଧାନ କାଟି ଏହି ଖଳାରେ ରଖ ଧାନ ମଡ଼ାଇ ସୁବିଧାରେ ଘରକୁ ନେଇ ପାଇଥାନ୍ତେ। କିନ୍ତୁ ଠିକାଦାର ଜଣଙ୍କ ଖଳାର ଚତୁଃପାଶର୍‌ବରେ ସିମେଣ୍ଟର ଫାଉଣ୍ଡେଶନ ଉଠାଇ ନୀରବ ରହିଗଲେ। ଖଳା ଉପରେ ଆଉ କଂକ୍ରିଟ କରିଲେ ନାହିଁ। ଯାହା ଫଳରେ ଦୀର୍ଘ ୩ ବର୍ଷ ହେଲା ଅଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିଲା ।

ଆଜି ହେବ କାଲି ହେବ ବୋଲି ଚାଷୀ ବୃନ୍ଦ ଯେଉଁ ଆଶା କରିଥିଲେ ତାହା ସମ୍ପୂର୍ଣ୍ଣ ନ ହେବାରୁ ଚାଷୀ ମନରେ ଅସନ୍ତୋଷ ହେବା ସହ ବହୁତ ହଇରାଣ ହେଉ ଥିଲେ। ଏହି ଖଳା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଶିରୋଲ ଗ୍ରାମର ଶାତାଧିକ ଚାଷୀ ଧାନ ରଖି ମଡ଼ାଇ ଘରକୁ ନେବାରେ ସୁବିଧା ହୋଇ ଥାଆନ୍ତା। ଶିରୋଲ ଗ୍ରାମରୁ ପ୍ରାୟ ଦେଢ଼ କିମି ଦୂରରେ ଚାଷ ଜମି ଅଞ୍ଚଳରେ ଏହି ଖଳା ନିର୍ମାଣ ପାଇଁ ଜାଗା ନିରୂପଣ କରାଯାଇଥିଲା। ଖଳାର ଚତୁଃପାଶର୍‌ବରେ ଚାଷ ଜମି ଥିବାରୁ ଚାଷୀଙ୍କ ସୁବିଧା ହେବା ପାଇଁ ଏହି ଖଳା ନିର୍ମାଣ ପାଇଁ ଶିରୋଲ ଗ୍ରାମର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଚାଷୀମାନେ ୩ ବର୍ଷ ହେଲା ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏ ଉକ୍ତି ଖଳାଟି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀମନରେ ଅସନ୍ତୋଷ ହେବା ସହଧାନ ମଡ଼ାଇବା ରେ ବହୁତ ହଇରାଣ ହରକତ ହୋଇ ଆସୁଥିଲେ। କିନ୍ତୁ ଏହି ସମସ୍ୟା ମୂଳକ ଖବର ଧରିତ୍ରୀରେ ଖବର ପ୍ରସାରଣହୋଇଥିଲା ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ଗତ ୭ଦିନ ତଳେ ଖଳା ନିର୍ମାଣ କାମ ସମ୍ପୂର୍ଣ ହୋଇ ଥିବାରୁ ଶିରୋଲ ଚାଷୀ ବୃନ୍ଦ କେସିଙ୍ଗା ବିଡିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏ ନେଇ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଖଳା କାମ ସମ୍ପୁର୍ଣ୍ଣ କରାଯାଇଛି। ଆସନ୍ତା ଖରିଫ ଋତୁରେ ଚାଷୀମାନେ ଧାନ ଆରାମରେ ମଡ଼ାଇ ପାରିବେ ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ଭାରତର ଆଉ ଜଣେ ଶତ୍ରୁ ନିପାତ, ପୁଲୱାମା ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ୧୪ ଫେବୃଆରୀ, ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ଆତଙ୍କବାଦୀ ହମଜା ବୁରହାନଙ୍କୁ ପାକ ଅଧିକୃତ କଶ୍ମୀରରେ ଗୁଳି କରି…

ଏହି ରାଶିଙ୍କ ପାଇଁ ଜୁନ ମାସରେ ଘଟିବାକୁ ଯାଉଛି ଏମିତି, ଲିଷ୍ଟରେ ଆପଣଙ୍କ ରାଶି ଅଛି କି?

ଜୁନ ମାସ ଆରମ୍ଭ ହେବାକୁ ଯାଉଛି। ମାସ ଆରମ୍ଭରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କରିବେ, ଯାହା ଅନେକ ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ଏହା ବ୍ୟତୀତ,…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri