୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ

ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍‌କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଖୁସି ଯୋଜନା ବିଷୟରେ କହିଥିଲେ। ସହକାରୀ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ବ୍ୟକ୍ତିଗତ ସ୍ବଚ୍ଛତା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ଝିଅମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ସୁସ୍ଥ ରହିବା ପାଇଁ ଉତ୍ତମ ଅଭ୍ୟାସ ଉପରେ ଛାତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ ସାହୁ ସୂଚନା ଦେଇଥିଲେ ଯେ, ଓଡିଶା ରାଜ୍ୟ ମେଡିକାଲ କର୍ପୋରେଶନ ତାଲିକା ଅନୁଯାୟୀ ଜିଲାର ପ୍ରାୟ ସବୁ ବିଦ୍ୟାଳୟକୁ ସାନିଟାରୀ ନାପ୍‌କିନ ପହଞ୍ଚାଇ ଦିଆଯାଇଛି। ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଣତୀ ସାହୁ ଛାତ୍ରୀମାନଙ୍କୁ ସାନିଟାରୀ ନାପ୍‌କିନର ବ୍ୟବହାର ପ୍ରକ୍ରିୟା ବୁଝାଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ସଭା ପରିଚାଳନା କରିଥିଲା ବେଳେ ସତମାନିନୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୩୪୬ ଛାତ୍ରୀଙ୍କୁ ନାପକିନ୍‌ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତ ପିତାଙ୍କ ଋଣ ଶୁଝିବାକୁ ଅନାଥ ପୁଅଙ୍କୁ ସମନ, ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ମା’ବାପା ଛେଉଣ୍ଡ ଦୁଇ ନାବାଳଙ୍କ ନାମରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବରଗଡ଼ ଶାଖା ପକ୍ଷରୁ ପିତାଙ୍କ ନାମରେ ଥିବା ଋଣ ଶୁଝିବାକୁ ସମନ ଜାରି...

ପ୍ରଭାବ ଦେଖାଇବାକୁ ଆଶାୟୀଙ୍କ କସରତ

ଅମରପାଲି,୨୩ା୩ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇଁ କସରତ ଆରମ୍ଭ କଲେଣି। ନିଜ ଢଙ୍ଗରେ ଦଳୀୟ...

ମନ୍ଦିରମାଳିନୀ ଜିଲା ସୁବର୍ଣ୍ଣପୁର ପର୍ଯ୍ୟଟନ ବିକାଶରେ ଶୂନ

ସୋନପୁର,୨୧ା୩(ମୃତ୍ୟୁଞ୍ଜୟ ଶତପଥୀ)ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣପୁର ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାରେ ୧୦୮ଟି ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ସୁବର୍ଣ୍ଣପୁର ସହରରେ...

ସୋନପୁର: ହୋର୍ଡିଂ ହଟୁନି

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଶନିବାର ତାରିଖ ଘୋଷଣା କରିଛନ୍ତି। ଓଡିଶାରେ ୪ ପର୍ଯ୍ୟାୟରେ...

ସୁବର୍ଣ୍ଣପୁର ଦେଖିନାହିଁ ବିଧାୟିକା

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ରାଜନୀତିରେ ବହୁ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।...

ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା

ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ...

ଅନ୍ୟ ଯୁବକଙ୍କ ସହ ଲୁଚିଲୁଚି ଫୋନ୍‌ରେ କଥା ହେଉଥିଲେ ପ୍ରେମିକା , ପ୍ରେମିକ ତଣ୍ଟି ଚିପି ଜାଳିଦେଲେ

ସୁବର୍ଣ୍ଣପୁର,୨୬।୨: ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବାରୁ ପ୍ରେମିକାଙ୍କୁ ମାରିଦେଲେ ପ୍ରେମିକ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନଝିରିଆପାଲି...

ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri