୩୨୮ବର୍ଷ ପରେ ପୁନରାବୃତ୍ତି: ୧୫୫ବର୍ଷ ବନ୍ଦ ରହିଛି ରଥଯାତ୍ରା

ପୁରୀ ଅଫିସ,୧୯।୬: କରୋନା ପାଇଁ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ହେବ ନାହିଁ। ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୩୨୮ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିବାକୁ ଯାଉଛି। ୧୬୯୨ରେ ଶ୍ରୀମନ୍ଦିର ଉପରେ ଏକ୍ରାମ୍‌ ଖଁା ଆକ୍ରମଣ କରିଥିଲେ। ହଠାତ୍‌ ଆକ୍ରମଣ ହୋଇଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବେଢାରେ ଥିବା ମା’ ବିମଳାଙ୍କ ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଶ୍ରୀଜୀଉଙ୍କୁ ବ୍ରହ୍ମଗିରିର କୋକଲଗଡ଼ସ୍ଥିତ ଭଗବତୀଙ୍କ ମନ୍ଦିରକୁ ନିଆଯାଇଥିଲା। ଆକ୍ରମଣ ପରେ ଦିଅଁ ଫେରିଥିଲେ ଶ୍ରୀମନ୍ଦିରକୁ। ଆରମ୍ଭ ହୋଇଥିଲା ଉପାସନା। ମନ୍ଦିରର ଚାରି ଦୁଆର ବନ୍ଦ କରାଯାଇ ଅଳ୍ପ କେତେକ ପାଳିଆ ସେବକ ଦକ୍ଷିଣ ଦ୍ୱାରର ଗୁପ୍ତ କବାଟ ଦେଇ ଭିତରକୁ ଯାଇ ନୀତିକାନ୍ତି କରିଥିଲେ। ଏହାର କିଛି ଦିନ ପରେ ମନ୍ଦିର ପରିସରରେ ରଥଯାତ୍ରା କରାଯାଇଥିଲା। ହେଲେ ସେଠି ନ ଥିଲେ ଭକ୍ତ। ଦୀର୍ଘବର୍ଷ ପରେ କରୋନା ମହାମାରୀ ସମାନ ଅବସ୍ଥା ସୃଷ୍ଟି କରିଛି। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେବାୟତ, ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୈରାଶ୍ୟଭାବ। ପୁରୀର ବିଭିନ୍ନ ସଂଗଠନ ପକ୍ଷରୁ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଦାବି ହୋଇଛି।
ଅପରପକ୍ଷରେ ଇତିହାସକୁ ଅବଲୋକନ କଲେ ମହାପ୍ରଭୁଙ୍କ ରଥଯାତ୍ରା କିଛି ନୂଆ କଥା ନୁହେଁ । ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଶ୍ରୀଜୀଉଙ୍କ ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇପାରି ନାହିଁ । ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀଙ୍କ ଆକ୍ରମଣ ଯୋଗୁ ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଥିଲା। ଅର୍ଥାତ ମହାପ୍ରଭୁଙ୍କ ରଥଯାତ୍ରା ୧୫୫ବର୍ଷ କାଳ ବନ୍ଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri