୨ ଟ୍ରେନରେ ଫେରିଲେ ୯୬୭ ପ୍ରବାସୀ

ଖୋର୍ଦ୍ଧା ଅଫିସ,୨୭ା୫ : ଖୋର୍ଦ୍ଧ ରୋଡ ଷ୍ଟେଶନରେ ବୁଧବାର ୨ଟି ଟ୍ରେନରେ ୯୬୭ଜଣ ପ୍ରବାସୀ ଫେରିଛନ୍ତି। ଟ୍ରେନରୁ ସାମାଜିକ ଦୂରତା ବଜାୟ ରଖି ପ୍ଲାଟଫର୍ମରୁ ବାହାରିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିର୍ନିଂ, ପଞ୍ଜୀକରଣ, ହାତରେ ଷ୍ଟାମ୍ପ ଲଗାଯାଇ ସ୍ବତନ୍ତ୍ର ବସରେ ନିଜ ଜିଲାକୁ ପଠାଇ ଦିଆଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମଦୁରାଇରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ସକାଳ ୬ଟାରେ ଷ୍ଟେସନରେ ପହଞ୍ଚତ୍ଛି। ଏହି ଟ୍ରେନରେ ୧୭ ଜିଲାର ୫୨୧ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅନୁଗୋଳ ୪୫, ବରଗଡ ୭, ବଲାଙ୍ଗୀର ୬୪, ବୌଦ୍ଧ ୪୭, କଟକ ୫୧, ଦେଓଗଡ ୨୪, ଢେଙ୍କାନାଳ ୬, ଜଗତ୍‌ସିଂହପୁର ୧୮, ଝାରସୁଗୁଡା ୩, କେନ୍ଦୁଝର ୨୬, ଖୋର୍ଦ୍ଧା ୫୨, ନୟାଗଡ ୮୬, ନୂଆପଡ଼ା ୫, ପୁରୀ ୪୯, ସମ୍ବଲପୁର ୬, ସୁବର୍ଣ୍ଣପୁର ୧୪ ଏବଂ ସୁନ୍ଦରଗଡ଼ ୧୮ଜଣ ରହିଛନ୍ତି। ସେହିପରି ସୁରଟରୁ ଆସିଥିବା ଟ୍ରେନ(ନଂ୦୯୩୬୯) ଅପରାହ୍ନ ୩ଟାରେ ଷ୍ଟେଶନରେ ପହଞ୍ଚତ୍ଛି। ଏହି ଟ୍ରେନରେ ୫ଟି ଜିଲାର ୪୪୬ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରେ କଟକ୨, ଗଞ୍ଜାମ୨୦୬, ଖୋର୍ଦ୍ଧା ୮୩, ନୟାଗଡ ୯୪ ଏବଂ ପୁରୀରୁ ୬୧ଜଣ ରହିଛନ୍ତି।