ଆଉ ନିର୍ବାଚନ ଲଢ଼ିବିନି: ସୁର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ’ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ନିର୍ବାଚନ ଲଢ଼ିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ମଧ୍ୟ ସୁର ମତ ରଖିଛନ୍ତି। ସେ କହିଛନ୍ତି, ମୋ’ ପୁଅ ସିଦ୍ଧାର୍ଥ ପାହାଡ଼ ଚଢ଼ି ରେକର୍ଡ କରିଛି। ତା’ ସଫଳତା ବିଷୟରେ ଜଣାଇବା ପାଇଁ ଯାଇଥିଲି।
ଏହା ଜାଣି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଖୁସି ହେଲେ। ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନ ଥିବା ସେ କହିଛନ୍ତି।