୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ତେଲ୍‌ ଆଭିଭ୍‌/ଗାଜା ସିଟି,୨୧ା୧୦: ଇସ୍ରାଏଲ-ଗାଜା ଯୁଦ୍ଧର ଚତୁର୍ଦ୍ଦଶ ଦିନରେ ଶୁକ୍ରବାର ହମାସ୍‌ ପକ୍ଷରୁ ୨୦୦ ପଣବନ୍ଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରାଯାଇଛି। ଏନେଇ ସଙ୍ଗଠନର ମୁଖପାତ୍ର ଗାଜି ହମାଦ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନବିକ ଦୃଷ୍ଟିକୋଣରୁ ଜଣେ ଆମେରିକୀୟ ମହିଳା ଓ ତାଙ୍କ ଝିଅଙ୍କୁ ଛାଡ଼ିଦେଇଛୁ। ଏହି ମୁକ୍ତି ପାଇଁ କାତାର ମଧ୍ୟସ୍ଥତା କରିଥିଲା। ଅନ୍ୟପକ୍ଷେ ଇଜିପ୍ଟ, ତୁର୍କୀ, ଇସ୍ତାନବୁଲ, ଆଫଗାନିସ୍ତାନ, ଇଣ୍ଡୋନେସିଆ ଓ ମାଲେସିଆ ସମେତ ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଇସ୍ରାଏଲ ବିରୋଧୀ ବିକ୍ଷୋଭ ବଢ଼ିବାରେ ଲାଗିଛି। ବିକ୍ଷୋଭକାରୀମାନେ ଗାଜା ଷ୍ଟ୍ରିପ୍‌ରେ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇ ଇସ୍ରାଏଲର ‘ସମ୍ପୂର୍ଣ୍ଣ କଟକଣା’ ଏବଂ ଏୟାରଷ୍ଟ୍ରାଇକ୍‌କୁ କଡ଼ା ବିରୋଧ କରିଛନ୍ତି। ଇତିମଧ୍ୟରେ ଗାଜାରେ ମୃତ୍ୟୁସଂଖ୍ୟା ୪,୦୦୦ ଟପିଛି। ଅକ୍ଟୋବର ୭ରୁ ଇସ୍ରାଏଲ ପକ୍ଷରୁ କରାଯାଉଥିବା ଏୟାରଷ୍ଟ୍ରାଇକ୍‌ରେ ଅନୂ୍ୟନ ୪,୧୩୭ ପାଲେଷ୍ଟିନୀୟ ନିହତ ହୋଇଥିବାବେଳେ ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀଙ୍କ ଜୀବନ ଯାଇଛି। ଇସ୍ରାଏଲର ଆକ୍ରମଣ ଯୋଗୁ ଲେବାନନ୍‌ ସୀମାନ୍ତ ଅଞ୍ଚଳରୁ ୪୨୦୦ ଜଣ ବିସ୍ଥାପିତ ହୋଇ ଅନ୍ୟତ୍ର ପଳାୟନ କରିଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଶୁକ୍ରବାର ଇଜିପ୍ଟ ଗସ୍ତ କରି ସେଠାର ରାଷ୍ଟ୍ରପତି ଅବ୍‌ଦେଲ ଫତହ ଏଲ୍‌-ସିସିଙ୍କ ସହ ଇସ୍ରାଏଲ୍‌-ଗାଜା ସଂଘର୍ଷରୁ ଉପୁଜିଥିବା ସଙ୍କଟ ଉପରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଲୋମହର୍ଷଣକାରୀ ଘଟଣା…ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ନିଷ୍ଠୁର ହେଲେ ଶିକ୍ଷୟିତ୍ରୀ, ଗୁପ୍ତାଙ୍ଗରେ ଚେଙ୍କ ଦେଇ…

ଲକ୍ଷ୍ନୌ,୨୭।୭: ବାରାଣସୀର ଲାଲପୁର-ପାଣ୍ଡେପୁର ପୋଲିସ ଷ୍ଟେସନ ଅଞ୍ଚଳର ଏକ ପ୍ଲେ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ୫ ବର୍ଷୀୟ ଛାତ୍ରଙ୍କ ଗୁପ୍ତାଙ୍ଗରେ…

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri